୧୩ ମାସ ପରେ ପୁଣି କ୍ଷମତା ହରାଇଥିଲା ଏନ୍‌ଡିଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 23, 2019

୧୩ ମାସ ପରେ ପୁଣି କ୍ଷମତା ହରାଇଥିଲା ଏନ୍‌ଡିଏ

ନୂଆଦିଲ୍ଲୀ:୧୧ତମ ଲୋକସଭାର ଆୟୁ ଥିଲା ମାତ୍ର ଦେଢ଼ ବର୍ଷ। ୧୯୯୬ ରେ ସାଧାରଣ ନିର୍ବାଚନ ପରେ ବାଜପେୟୀ ସରକାର ୧୩ ଦିନ ରହିବା ପରେ ମିଳିତ ସାମ୍ମୁଖ୍ୟ(ୟୁନାଇଟେଡ ଫ୍ରଣ୍ଟ) ସରକାର ଗଢିଲେ। ଫାଷ୍ଟ ଟର୍ମରେ ଦେବଗୌଡ଼ାଙ୍କ ନେତୃତ୍ୱରେ ସରକାର ଗଢିଥିଲା ୟୁନାଇଟେଡ ଫ୍ରଣ୍ଟ। ଦେବଗୌଡ଼ା ସରକାର ଭାଙ୍ଗିବା ପରେ ବାହାରୁ କଂଗ୍ରେସର ସମର୍ଥନର ପ୍ରତିଶ୍ରୁତି ପାଇ ଇନ୍ଦର କୁମାର ଗୁଜରାଲଙ୍କ ସଂଖ୍ୟାଲଘୁ ସରକାର କ୍ଷମତାକୁ ଆସିଲେ ଦ୍ୱିତୀୟ ଟର୍ମରେ। ରାଜୀବ ଗାନ୍ଧି ହତ୍ୟା ପରେ ସୀତାରାମ କେଶରୀଙ୍କ ନେତୃତ୍ୱାଧୀନ କଂଗ୍ରେସ ସମର୍ଥନ ଫେରାଇ ନେବାରୁ ଗୁଜରାଲଙ୍କ ସରକାର ମଧ୍ୟ ୨୮ ନଭେମ୍ୱର ୧୯୯୭ରେ ଭାଙ୍ଗି ଯାଇଥିଲା।

ଏହା ପରେ ଘୋଷଣା କରାଯାଇଥିଲା ଦେଶର ୧୨ତମ ଲୋକସଭା ନିର୍ବାଚନ। ୧୯୯୭ ଡିସେମ୍ବରରେ ମତଦାନ ପାଇଁ ଘୋଷଣା କରାଗଲା। ୧୯୯୮ ମାର୍ଚ୍ଚ ୧୦ ତାରିଖରେ ଗଠିତ ହୋଇଥିଲା ୧୨ତମ ଲୋକସଭା।

କ୍ଷମତାକୁ ଆସିଥିଲା ମେଣ୍ଟ ସରକାର ଯାହାର ନେତୃତ୍ୱ ନେଇଥିଲେ ବିଜେପିର ଭେଟେରାନ ଅଟଳ ବିହାରୀ ବାଜପେୟୀ। ଏହି ସରକାରଙ୍କ ଆୟୁ ମଧ୍ୟ ଥିଲା ବହୁତ କମ୍‌ ଅର୍ଥାତ୍‌ ୪୧୩ ଦିନ । କାରଣ ୧୩ମାସ ପରେ ବାଜପେୟୀ ସରକାର ପୁଣି ଆସ୍ଥା ଭୋଟର ସମ୍ମୁଖୀନ ହୋଇଥିଲା। ଏପ୍ରିଲ ୧୭ରେ ମାତ୍ର ଗୋଟିଏ ଭୋଟ ପାଇଁ ବିଜେପି ସରକାର ଭାଙ୍ଗି ଯାଇଥିଲା। ଯାହା ଫଳରେ ଦେଶକୁ ପୁଣି ଏକ ନିର୍ବାଚନର ବୋଝ ମୁଣ୍ଡାଇବାକୁ ପଡ଼ିଥିଲା। ଏହାକୁ ମିଶାଇ ୫ମ ଥର ପାଇଁ କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହେବା ପୂର୍ବରୁ ଲୋକସଭା ଭାଙ୍ଗି ଯାଇଥିଲା।

ଏକାଦଶ ସାଧାରଣ ନିର୍ବାଚନ ହୋଇଥିଲା ୧୯୯୬ ମଧ୍ୟଭାଗରେ। ଦ୍ୱାଦଶ ନିର୍ବାଚନ ହୋଇଥିଲା ୧୯୯୭ ଡିସେମ୍ୱର ୪। ମାତ୍ର ୧୩ମାସ ପରେ ଅର୍ଥାତ ୧୯୯୯ରେ ପୁଣି ଥରେ ହୋଇଥିଲା ତ୍ରୟୋଦଶ ଲୋକସଭା ନିର୍ବାଚନ।



from Odisha Reporter https://ift.tt/2U3s8q5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages