ଆପଣ ୯ ଘଣ୍ଟାରୁ ଅଧିକା କାମ କରୁଛନ୍ତି କି, ହୋଇପାରନ୍ତି ଡିପ୍ରେସନ୍‌ର ଶିକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 5, 2019

ଆପଣ ୯ ଘଣ୍ଟାରୁ ଅଧିକା କାମ କରୁଛନ୍ତି କି, ହୋଇପାରନ୍ତି ଡିପ୍ରେସନ୍‌ର ଶିକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମେ ଆମର ବ୍ୟସ୍ତ ଜୀବନ ଭିତରେ ନିଜ ପାଇଁ ସମୟ ବାହାର କରିପାରିନଥାଉ।  ଆମେ ସବୁବେଳେ ଭାବିଥାଉ, କାଳେ ଆମେ ଏହି କାମ ନ କଲେ ଅନ୍ୟମାନଙ୍କ ତୁଳନାରେ ପଛେଇ  ଯିବାନାହିଁ ତ। ଏଥିପାଇଁ ଆମେ ସବୁ ସମୟରେ ଅଧିକରୁ ଅଧିକ କାମ କରିବା ପାଇଁ ଚେଷ୍ଟା କରିଥାଉ।  କିନ୍ତୁ ମହିଳାମାନେ ପୁରୁଷଙ୍କ ତୁଳନାରେ ଅଧିକା କାମ କରୁଥିବା ଦେଖାଯାଇଥାଏ। କାରଣ ଚାକିରୀ କରୁଥିବା ମହିଳାମାନେ ଅଫିସ୍‌ କାମ କହିବା ସହ ଘର ମଧ୍ୟ ସମ୍ଭାଳିଥାନ୍ତି।

ଏବେ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଯେଉଁ ମହିଳାମାନେ ୯ ଘଣ୍ଟା ବା ତା’ଠାରୁ ଅଧିକା ସମୟ କାର୍ଯ୍ୟ କରିଥାନ୍ତି ସେମାନେ ଡିପ୍ରେସନ୍‌ର ଶିକାର ହୋଇଥାନ୍ତି। Journal of Epidemiology and Community Healthର ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ ଯେଉଁ ମହିଳା ଗୋଟେ ସପ୍ତାହରେ ୫୫ ଘଣ୍ଟା କାମ କରିଥାନ୍ତି ସେମାନଙ୍କ ପାଇଁ ଡିପ୍ରେସନ୍‌ରେ ଯିବାର ଆଶଙ୍କା ଅଧିକ ୭.୩ ପ୍ରତିଶତ ଥାଏ। ସେହିପରି ଯେଉଁ ମହିଳାମାନେ ଗୋଟେ ସପ୍ତାହରେ ୩୫ରୁ ୪୦ ଘଣ୍ଟା କାମ କରିଥାନ୍ତି, ସେମାନେ ଅଧିକ ଚିନ୍ତାଗ୍ରସ୍ତ ରହିଥାନ୍ତି।

ଜଣେ ଚିଫ୍‌ ରିସର୍ଚ୍ଚ ଅଫିସର Gill Weston କହିଛନ୍ତି ଯେ,  ଅଧ୍ୟୟନ ମୁତାବକ ପୁରୁଷଙ୍କଠାରୁ ମହିଳାମାନଙ୍କୁ ଅଫିସ୍‌ ଛଡ଼ା ଘର ମଧ୍ୟ ସମ୍ଭାଳିବାକୁ ପଡ଼ିଥାଏ। ଆଉ ଏହା ଯୋଗୁ ସେମାନଙ୍କର କାମ କରିବା ସମୟ ମଧ୍ୟ ବଢ଼ିଯାଇଥାଏ।

ଆହୁରି ମଧ୍ୟ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଯେଉଁ ମହିଳାମାନେ ସପ୍ତାହ ଶେଷରେ ବହୁତ କାମ କରନ୍ତି ସେମାନେ ପ୍ରାୟତଃ ସର୍ଭିସ ସେକ୍ଟରର ହୋଇଥାନ୍ତି। ସେମାନଙ୍କର ଦରମା ମଧ୍ୟ କମ୍‌ ହୋଇଥାଏ। ଆଉ ଦରମା କମ୍‌ ହେବା କାରଣରୁ ସେମାନେ ଡିପ୍ରେସନ୍‌ର ଶୀକାର ହୋଇଥାନ୍ତି।

ଆହୁରି ମଧ୍ୟ ବ୍ୟାପକ ରୂପରେ ଅଧ୍ୟୟନ କରାଯାଇଛି, ସେହି ଅଧ୍ୟୟନରେ ୧୧,୨୧୫ ଜଣ କାମ କରୁଥିବା ପୁରୁଷ ଏମଂ ୧୨,୧୮୮ ମହିଳାମାନଙ୍କୁ ସାମିଲ କରାଯାଇଥିଲା। ସପ୍ତାହ ଶେଷରେ କାମ କରୁଥିବା ମହିଳା ଏବଂ ପୁରୁଷ ଉଭୟଙ୍କ କ୍ଷେତ୍ରରେ ଡିପ୍ରେସନ୍‌ ଦେଖାଦେଇଥାଏ। କିନ୍ତୁ ମହିଳାଙ୍କ କ୍ଷେତ୍ରରେ ଅଧିକ ୪.୬ ପ୍ରତିଶତ ଡିପ୍ରେସନ୍‌ ଆଶଙ୍କା ଥାଏ।

World Health Organization figures ଏହି କ୍ଷେତ୍ରରେ ଏତେ ମାତ୍ରାରେ ଉତ୍ସାହଜନକ କାମ କରିନାହିଁ। ତାଙ୍କ ଅନୁସାରେ, ୨୦୧୬-୧୭ ବର୍ଷରେ ଭାରତରେ ୩୬ ପ୍ରତିଶତ ଲୋକ ଡିପ୍ରେସନ୍‌ରେ ପୀଡ଼ିତ ଅଛନ୍ତି।

ଏହି ଅଧ୍ୟୟନ ଅନୁଯାୟୀ, ଡିପ୍ରେସନ୍‌ରୁ ମୁକୁଳିବାକୁ  ନିଜ ପାଇଁ ସମୟ ବାହାର କରିବା ଅତ୍ୟନ୍ତ ଜରୁରୀ। ଏଥିନିମନ୍ତେ ନିଜ ପରିବାର ସଦସ୍ୟ ଓ ସାଙ୍ଗ ସାଥିଙ୍କ ସହ ସମୟ ବିତାନ୍ତୁ। ଏହା ଦ୍ୱାରା ଆପଶ ଡିପ୍ରେସନ୍‌ର ଶିକାର ହେବେ ନାହିଁ।

 

 



from Odisha Reporter https://ift.tt/2HnMbcf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages