
ନୂଆଦିଲ୍ଲୀ: ଦିଲ୍ଲୀରେ ଥିବା ପଣ୍ଡିତ ଦୀନଦୟାଲ ଅନ୍ତ୍ୟୋଦୟ ଭବନରେ ନିଆଁ ଲାଗି ଯାଇଛି। ସରକାରଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଅଫିସ୍ ଚାଲିଥିବା ଏହି କୋଠାରେ ଆଜି ସକାଳେ ନିଆଁ ଲାଗି ଯାଇଥିଲା।
ସକାଳ ପ୍ରାୟ ସାଢ଼େ ୮ଟା ବେଳେ ଅଗ୍ନିଶମ ବିଭାଗକୁ ଏନେଇ ସୂଚନା ଦିଆଯାଇଥିଲା। ଘଟଣାସ୍ଥଳରେ ୨୫ଟି ଦମକଳ ବାହିନୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି।
ନିଆଁ ପ୍ରଥମେ ପଞ୍ଚମ ମହଲାରେ ଲାଗିଥିଲା। ପରେ ଏହା ଅନ୍ୟ ମହଲାଗୁଡ଼ିକୁ ବ୍ୟାପୀ ଯାଇଥିଲା। ଏ ଘଟଣାରେ ଜଣେ ସୁରକ୍ଷା ଅଧିକାରୀ ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟାନ୍ୟ କ୍ଷୟକ୍ଷତି ସଂପର୍କରେ ହଠାତ୍ କିଛି ଜଣାପଡ଼ିନାହିଁ।
ଏହି କୋଠାରେ ଭାରତ ସରକାରଙ୍କ ଜଳ ଓ ପରିମଳ ମନ୍ତ୍ରାଳୟ, ଜଙ୍ଗଲ ମନ୍ତ୍ରାଳୟ ଓ ଏନ୍ଡିଆର୍ଏଫ୍ର କାର୍ଯ୍ୟାଳୟ ରହିଛି। ଏହା ସହିତ ଏଠାରେ ବାୟୁସେନାର ଏକ ଶାଖା କାର୍ଯ୍ୟାଳୟ ମଧ୍ୟ ରହିଛି।
ସୂଚନାଯୋଗ୍ୟ, ୨୦୧୬ ପର୍ଯ୍ୟନ୍ତ ଏହି କୋଠାର ନାଁ ଥିଲା ‘ପର୍ଯ୍ୟାବରଣ ଭବନ’।
from Odisha Reporter https://ift.tt/2SNnPdQ
No comments:
Post a Comment