
ଜଳେଶ୍ୱର (ଅଜିତ କୁମାର ଦାସ): ପଶ୍ଚିମବଙ୍ଗର ରାଜନଗରରୁ ଜଣେ ଓଡ଼ିଆ ଯୁବ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ନାଁ ବପୁନ ଭୂୟାଁ। ତାଙ୍କ ଘର ଜଳେଶ୍ୱର ଥାନା ଅନ୍ତର୍ଗତ ବଳରାମପୁର ଗାଁରେ।
ଗତକାଲି ବିଳମ୍ବିତ ରାତିରେ ପଶ୍ଚିମବଙ୍ଗ ଦାନ୍ତନ୍ ଥାନା ଅନ୍ତର୍ଗତ ରାଜନଗରରେ ଏକ ବିଲ ମଝିରୁ ପୁଲିସ୍ ବପୁନଙ୍କ ମୃତଦେହ ଉଦ୍ଧାର କରିଥିଲା। ପାରିପାର୍ଶ୍ୱିକ ସ୍ଥିତି ଦେଖି ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।
ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କରିଛି, ସେ ନେଇ ଜଳେଶ୍ୱର ଓ ପଶ୍ଚିମବଙ୍ଗର ଦାନ୍ତନ୍ ପୁଲିସ୍ ଖୋଳତାଡ଼ ଆରମ୍ଭ କରିଛି।
from Odisha Reporter https://ift.tt/2WaRgZe
No comments:
Post a Comment