ସମୁଦ୍ର ପାଖରେ ଛିଡା ହୋଇ ଯୁବତୀ ଉଠାଉଥିଲେ ଫଟୋ, ହଠାତ୍‌ ମାଡିଆସିଲା ବଡ଼ ଲହଡ଼ି, ତା’ପରେ.. - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 21, 2019

ସମୁଦ୍ର ପାଖରେ ଛିଡା ହୋଇ ଯୁବତୀ ଉଠାଉଥିଲେ ଫଟୋ, ହଠାତ୍‌ ମାଡିଆସିଲା ବଡ଼ ଲହଡ଼ି, ତା’ପରେ..

ଜାକର୍ତ୍ତା: ସାଧାରଣତଃ ‍ଫଟୋ ଉଠାଇବାକୁ ଯୁବପିଢୀଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହୁଏ। ବିପଦପୂର୍ଣ୍ଣ ଷ୍ଟଣ୍ଡ କରି ଏହାର ଫଟୋ ସୋଶାଲ ମିଡ଼ିଆରେ ଛାଡିବାକୁ ଏକ ପ୍ରକାର ପ୍ରତିଯୋଗିତା ହୁଏ। ଏଥିପାଇଁ କେତେବେଳେ ଯେ ସେମାନେ ବିପଦକୁ ଆମନ୍ତ୍ରଣ କରନ୍ତି ନିଜେ ବି ଜାଣି ପାରନ୍ତି ନାହିଁ। ସାମାନ୍ୟ ଫଟୋ ଉଠାରୁ କେତେବେଳେ ମୃତ୍ୟୁମୁଖରେ ପଡନ୍ତି ତ କେତେବେଳେ ଗୁରୁତର ଆହତ ହୁଅନ୍ତି।

ଏପରି ଏକ ଘଟଣା ଇଣ୍ଡୋନେସିଆରେ ଘଟିଛି। ଏହାର ଭିଡ଼ିଓ ଏବେ ସୋଶାଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।  ଏହି ଭିଡିଓରେ ଜଣେ ମହିଳା ପର୍ଯ୍ୟଟକ ସମୁଦ୍ର ନିକଟରେ  ଛିଡା ହୋଇ ଫଟୋ ଉଠାଉଥିଲେ। ଏହି ସମୟରେ ହଠାତ୍‌ ପଛପଟୁ ଏକ ବଡ଼ ଲହଡି ମାଡି ଆସିଲା। ଏହି ଲହଡିରେ ସେ ଭାସିଗଲେ। କିଛି ସମୟ ପରେ ତାଙ୍କୁ ଉଦ୍ଧାର କରାଗଲା।

ଏଭଳି ଏକ ଘଟଣା ଇଣ୍ଡୋନେସିଆର ଡେଭିଲ୍ସ ଟିୟର ନାମକ ଏକ ଦ୍ୱୀପରେ ଘଟିଛି। କ୍ଷତାକ୍ତ ହୋଇଯାଇଥିବା ମହିଳାଙ୍କୁ ତୁରନ୍ତ  ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଚିକିତ୍ସା ପରେ ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଡାକ୍ତର କହିଛନ୍ତି।



from Odisha Reporter https://ift.tt/2HGbfMz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages