ନିର୍ବାଚନ ବେଳେ ଦେଶର ସବୁଠୁ କ୍ଷମତାଶାଳୀ ବ୍ୟକ୍ତି କିଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 10, 2019

ନିର୍ବାଚନ ବେଳେ ଦେଶର ସବୁଠୁ କ୍ଷମତାଶାଳୀ ବ୍ୟକ୍ତି କିଏ

ନୂଆଦିଲ୍ଲୀ: ଦେଶର ୧୭ ତମ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି। ଏଥିସହିତ ସାରା ଦେଶରେ ଆଚରଣ ବିଧି ଲାଗୁ ହୋଇଯାଇଛି। ଏହି ନିର୍ବାଚନ ପ୍ରକ୍ରିୟା ଶେଷ ହେବା ଯାଏ ସବୁଠାରୁ ଅଧିକ ପାୱାରଫୁଲ୍ ବା କ୍ଷମତାଶାଳୀ ବ୍ୟକ୍ତି ହେଉଛନ୍ତି ନିର୍ବାଚନ କମିଶନର ମୁଖ୍ୟ ସୁନୀଲ ଅରୋଡ଼ା, ଯିଏ କି ଆଚରଣ ବିଧି ଉଲ୍ଲଂଘନ କଲେ ପ୍ରଧାନମନ୍ତ୍ରୀଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ।
 
ବରିଷ୍ଠ ଆଇଏଏସ ଅଧିକାରୀ ସୁନୀଲ ଅରୋଡ଼ା ୨ ଡିସେମ୍ବର ୨୦୧୮ରେ ନିର୍ବାଚନ କମିଶନର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।  ୮୦ ବ୍ୟାଚର ରାଜସ୍ଥାନ କ୍ୟାଡରର ଏହି ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ବିଭିନ୍ନ ବିଭାଗର ଦାୟିତ୍ୱ ଗ୍ରହଣ କରିଥିଲେ। ସେ  ଅର୍ଥ ମନ୍ତ୍ରଣାଳୟ, ଟେକ୍ସଟାଇଲ, ଯୋଜନା କମିଶନର ସଦସ୍ୟ ଭାବେ କାର୍ଯ୍ୟ କରିସାରିଛନ୍ତି।
 
ନିଜ କାର୍ଯ୍ୟକାଳ ସମୟରେ ସେ ଶୀଘ୍ର ନିଷ୍ପତ୍ତି ନେଇ ପାରୁଥିବା ଅଫିସର ଭାବେ ପରିଚିତ ଥିଲେ। ରାଜସ୍ଥାନର ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିବା ସଙ୍ଗେସଙ୍ଗେ ମୁଖ୍ୟମନ୍ତ୍ରୀଙ୍କର ସଚିବ ଭାବେ ମଧ୍ୟ କାମ କରିଛନ୍ତି। ଶ୍ରୀ ଅରୋଡ଼ା ୫ ବର୍ଷ ପାଇଁ ଇଣ୍ଡିଆନ ଏୟାର ଲାଇନ୍ସର ଅଧ୍ୟକ୍ଷ ଥିଲେ।
 
ସୁନୀଲ ଅରୋଡ଼ା ପଞ୍ଜାବ ହୋଶିୟାରପୁରରେ ୧୩ ଏପ୍ରିଲ ୧୯୫୬ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ୨୦୧୬ ଏପ୍ରିଲରେ ସେ ଅବସର ଗ୍ରହଣ କରିଥିଲେ। 


from Odisha Reporter https://ift.tt/2TLDNtH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages