ଯୁବରାଜଙ୍କ ହ୍ୟାଟ୍ରିକ୍ ଛକା ପରେ କ’ଣ ଭାବୁଥିଲେ ଚହଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 29, 2019

ଯୁବରାଜଙ୍କ ହ୍ୟାଟ୍ରିକ୍ ଛକା ପରେ କ’ଣ ଭାବୁଥିଲେ ଚହଲ

ନୂଆଦିଲ୍ଲୀ: ଆଇପିଏଲରେ ଗୁରୁବାର ଖେଳାଯାଇଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିପକ୍ଷ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ବ୍ୟାଟ୍ସମ୍ୟାନ ଯୁବରାଜ ସିଂହ ୟୁଜବେନ୍ଦ୍ର ଚହଲଙ୍କ ଓଭରର ପ୍ରଥମ ତିନୋଟି ବଲରେ ଲଗାତାର ତିନୋଟି ଛକା ମାରିଥିଲେ। ଏହି ସମୟରେ ଲାଗୁଥିଲା ଯୁବି ଏହି ଓଭରରେ ୬ ଛକା ମାରିବାର କାରନାମା କରିବେ।

ଯୁବରାଜଙ୍କୁ ଏଭଳି ହ୍ୟାଟ୍ରିକ୍ ଛକା ମାରିବା ଦେଖି କ୍ରିକେଟପ୍ରେମୀଙ୍କ ମନରେ ଏହି ବ୍ୟାଟ୍ସମ୍ୟାନ ଷ୍ଟୁଆର୍ଟ ବ୍ରଡଙ୍କ ଓଭରରେ ମାରିଥିବା ୬ଛକାର ସ୍ମୃତି ତାଜା ହୋଇଯାଇଥିଲା। କିନ୍ତୁ ଲଗାତାର ଚତୁର୍ଥ ବଲରେ ଛକା ମାରିବା ପ୍ରୟାସରେ ଯୁବରାଜ ବାଉଣ୍ଡ୍ରୀରେ ମହମ୍ମଦ ସିରାଜଙ୍କ ଦ୍ୱାରା କ୍ୟାଚ ହୋଇଥିଲେ।

ମ୍ୟାଚ ପରେ ଯେତେବେଳେ ଚହଲଙ୍କୁ ପଚରାଯାଇଥିଲା କି ଯୁବରାଜ ତିନି ଛକା ମାରିବା ପରେ କ’ଣ ଅନୁଭବ କରୁଥିଲେ। ଏହି ଲେଗ ସ୍ପିନରଙ୍କ ଜବାବ ଥିଲା, ମୁଁ ନିଜକୁ କିଛି ସମୟ ପାଇଁ ବ୍ରଡ ଭାବି ନେଇଥିଲି। ଚହଲ କହିଥିଲେ, ଯୁବରାଜ ଯେତେବେଳେ ଲଗାତାର ୩ ଛକା ମାରିଲେ, ସେହି ସମୟରେ ବ୍ରଡଙ୍କ ବଲରେ ଯୁବି ମାରିଥିବା ୬ ଛକା ମୋ ମନ ଭିତରେ ଭୟ ସୃଷ୍ଟି କରିଥିଲା।

କିନ୍ତୁ ମୁଁ ମୋ ଦକ୍ଷତା ଉପରେ ବିଶ୍ୱାସ ରଖିଥିଲି ଏବଂ ଚତୁର୍ଥ ବଲରେ ଯୁବିଙ୍କୁ ଆଉଟ କରିବାରେ ସଫଳ ହୋଇଥିଲି । ସମସ୍ତେ ଜାଣନ୍ତି ଯୁବରାଜ ଜଣେ ଷ୍ଟାର ବ୍ୟାଟ୍ସମ୍ୟାନ। ତାଙ୍କ ଦକ୍ଷତା ସମ୍ପର୍କରେ ଆମକୁ ଭଲଭାବେ ଜଣା। କ୍ରମାଗତ ୩ଟି ଛକା ମାରିବା ପରେ ମୁଁ ଯୁବିଙ୍କୁ ସାମାନ୍ୟ ୱାଇଡ ଗୁଗଲୀ ପକାଇଥିଲି ଏବଂ ସେ ଲଙ୍ଗ ଅଫରେ କ୍ୟାଚ ଦେଇ ବସିଥିଲେ। ସୂଚନାଯୋଗ୍ୟ, ୨୦୦୭ ଟି-୨୦ ବିଶ୍ୱକପରେ ଇଂଲଣ୍ଡର ପେସ ବୋଲର ବ୍ରଡଙ୍କୁ ଯୁବି ୬ବଲରେ ୬ଛକା ମାରି ବିଶ୍ୱ ରେକର୍ଡ କରିଥିଲେ।

କ’ଣ କହିଲେ ଚହଲ, ଦେଖନ୍ତୁ ଭିଡିଓ



from Odisha Reporter https://ift.tt/2HNSkPB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages