
ବେଙ୍ଗାଲୁରୁ: ଆଇପିଏଲର ଗୁରୁବାର ଖେଳାଯାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମ୍ୟାଚର ଶେଷ ବଲରେ ଅମ୍ପାୟାରଙ୍କ ଭୁଲ ବଡ଼ ବିବାଦକୁ ଜନ୍ମ ଦେଇଛି। ଶେଷ ବଲରେ ଆରସିବିକୁ ବିଜୟ ପାଇଁ ୭ ରନ ଆବଶ୍ୟକ ହେଉଥିଲା, ଏଭଳି ସ୍ଥିତିରେ ଏହି ବଲରେ ଛକା ଯଦି ହୋଇଥାନ୍ତା, ତାହେଲେ ମ୍ୟାଚ ସୁପର ଓଭରକୁ ଯାଇପାରିଥାନ୍ତା।
ଏଭଳି ସ୍ଥିତିରେ ମୁମ୍ବାଇ ବୋଲର ଲସିଥ ମାଲିଙ୍ଗା ନୋ’ ବଲ ପକାଇଥିଲେ। କିନ୍ତୁ ଫିଲ୍ଡ ଅମ୍ପାୟାର ଏହାକୁ ଅଣଦେଖା କରିଦେଇଥିଲେ ଏବଂ ମୁମ୍ବାଇ ମ୍ୟାଚକୁ ଜିତି ନେଇଥିଲା। ଶେଷ ବଲରେ ଶିବମ ଦୁବେ ଶଟ ମାରିଥିଲେ ଏବଂ ସେ ଜାଣିକି ଆଉ ଏକ ରନ ନେଇନଥିଲେ। ପରେ ରିପ୍ଲେରେ ଅମ୍ପାୟାର ଏସ୍ ରବିଙ୍କ ଭୁଲ ଧରା ପଡ଼ିଯାଇଥିଲା।
ମାଲିଙ୍ଗାଙ୍କ ନୋ’ ବଲ କାରଣରୁ ଆରସିବିକୁ ୧ ରନ ବ୍ୟତୀତ ଏକ ଅତିରିକ୍ତ ବଲ ମଧ୍ୟ ମିଳିପାରିଥାନ୍ତା ଏବଂ ଶେଷ ବଲରେ ଛକା ମାରି ବିଜୟ ଆଶା ଉଜ୍ଜୀବିତ କରିପାରିଥାନ୍ତା। ଅମ୍ପାୟାରଙ୍କ ଏହି ଭୁଲ କାରଣରୁ ଆରସିବି ଟିମ ସହ କ୍ରିକେଟପ୍ରେମୀ ମଧ୍ୟ ନିରାଶ ପ୍ରକାଶ କରିଛନ୍ତି। ପୂର୍ବତନ କ୍ରିକେଟର, ସମୀକ୍ଷକ ଏବଂ ଫ୍ୟାନ୍ ଏହି ଭୁଲକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି।
ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ତଥା କମେଣ୍ଟେଟର ଆକାଶ ଚୋପ୍ରା ଟ୍ୱିଟ କରି କହିଛନ୍ତି, ‘ମାଲିଙ୍ଗାଙ୍କ ଶେଷ ବଲ ନୋ’ ବଲ ଥିଲା, ଅମ୍ପାୟାରକୁ ଏହାକୁ ଦେଖିପାରିଲେ ନାହିଁ, ବହୁତ ବଡ଼ ଭୁଲ, ଅବିଶ୍ୱସନୀୟ।’
ପୂର୍ବତନ କ୍ରିକେଟର ସଞ୍ଜୟ ମଞ୍ଜରେକର କହିଛନ୍ତି, ‘ଆଜି ରାତିରେ ଏକ ହାଇଭୋଲଟେଜ ମ୍ୟାଚ ଦେଖିବାକୁ ମିଳିଲା । ଯୁବି, ହାର୍ଦ୍ଦିକ, ଚହଲ, ଉମେଶ, ବିରାଟ, ଏବି, ବୁମ୍ରା ଓ ମାଲିଙ୍ଗା ସମସ୍ତେ ଖେଳକୁ ଏକ ଉଚ୍ଚସ୍ତରକୁ ନେଇଥିଲେ, କିନ୍ତୁ ସେହି ଶେଷ ବଲରେ ନୋ’ ବଲ ମିସ ହେବା ସହ ସବୁକିଛି ବେକାର ହୋଇଯାଇଥିଲା। ଏହା ଏକ ବଡ଼ ଭୁଲ।’
ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସନ କହିଛନ୍ତି, ‘ଯେଉଁ ଟେକ୍ନୋଲୋଜି ଦ୍ୱାରା ଆମେ ବର୍ତ୍ତମାନ ଦୁନିଆରେ ରହୁଛୁ, ଏଭଳି ଦୁନିଆରେ ଏମିତି ଏକ ଭୁଲ ହେବାର ନଥିଲା। କାହାଣୀ ଶେଷ।’
ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍ ଡ୍ୟୁପ୍ଲେସିସ କହିଛନ୍ତି, ‘ଟେକ୍ନୋଲୋଜିର ବ୍ୟବହାର କ୍ରିକେଟରେ ଅଧିକ କରାଯିବା ଦରକାର, ବର୍ତ୍ତମାନ ସବୁ ଫ୍ରଣ୍ଟଫୁଟ୍ ନୋ’ ବଲ ସବୁ ମିସ ହେବା ଏବଂ କେବଳ ବ୍ୟାଟ୍ସମ୍ୟାନ ଆଉଟ ବେଳେ ଏହାକୁ ଯାଞ୍ଚ କରାଯିବା ଉଚିତ ନୁହେଁ। ଥାର୍ଡ ଅମ୍ପାୟାର ଫିଲ୍ଡ ଅମ୍ପାୟାରଙ୍କୁ ନୋ’ ବଲ ବିଷୟରେ ଅବଗତ କରାଇବା ଦରକାର।’
ଶେଷ ବଲରେ ମାଲିଙ୍ଗାଙ୍କ ନୋ’ ବଲର ଭିଡିଓ ଦେଖନ୍ତୁ
The no-ball..!! pic.twitter.com/Z9pVWpUbzN
— Vidshots (@Vidshots1) March 28, 2019
from Odisha Reporter https://ift.tt/2V1W9Uw
No comments:
Post a Comment