ଓଏମ୍ଆର୍ ସିଟ୍ ଗାଏବ ଘଟଣାରେ ୫ ଅଟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 3, 2019

ଓଏମ୍ଆର୍ ସିଟ୍ ଗାଏବ ଘଟଣାରେ ୫ ଅଟକ

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ପଡ଼ିଆ ଏସ୍‌ଏସ୍‌ଡି ହାଇସ୍କୁଲରୁ ଗଣିତ ପରୀକ୍ଷା ପରେ ମ୍ୟାଟ୍ରିକ ଛାତ୍ରଛାତ୍ରୀଙ୍କ ୧୦୮ଟି ଓଏମ୍ଆର୍ ସିଟ୍ ଗାଏବ ହୋଇଯିବା ଘଟଣାରେ ସ୍କୁଲର ପ୍ରଧାନଶିକ୍ଷକଙ୍କ ସମେତ ୫ ଜଣ ଶିକ୍ଷକଙ୍କୁ ପୁଲିସ୍‌ ଅଟକ ରଖିଛି। ପଡ଼ିଆ ଥାନାରେ ଅଭିଯୋଗ ହେବା ପରେ ପୁଲିସ ସ୍କୁଲର ଏହି ୫ ଶିକ୍ଷକଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି।

ଘଟଣା ଜଣାପଡ଼ିବା ପରେ ଉପଜିଲ୍ଲାପାଳ ଓ ପୁଲିସ ଘଟଣାସ୍ଥଳକୁ ଯାଇ ତନାଘନା କରିଥିଲେ। ଘଟଣାର ଅନୁଧ୍ୟାନ ଚାଲିଛି ଓ ସତ୍ୟାସତ୍ୟ ଜଣାପଡିଲେ ପଦକ୍ଷେପ ନିଆଯିବ ବୋଲି ବୋର୍ଡ ସଭାପତି କହିଛନ୍ତି।

ଗଣିତ ପରୀକ୍ଷା ସରିବାର ୨୪ ଘଣ୍ଟା ନପୁରୁଣୁ କିଏ ଏତେ ପିଲାଙ୍କ ଓଏମ୍‌ଆର ସିଟ୍ ଗାଏବ କଲା, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ପ୍ରଶ୍ନପତ୍ର ଭାଇରାଲ୍ ହେବା ଓ ବେଧଡ଼କ କପି ଚାଲିବା ପରେ ଏବେ ପରୀକ୍ଷା ସେଣ୍ଟରରୁ ଓଏମଆରପି ସିଟ୍ ଗାଏବ ହେଵା ଯୋଗୁ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି । ଚଳିତବର୍ଷ ମ୍ୟାଟ୍ରିକ ପରୀକ୍ଷା ସହ ତାଳ ଦେଇ ଆଗେଇ ଚାଳିଛି ଗୋଟିଏ ପରେ ଗୋଟିଏ ନୂଆ ବିଭ୍ରାଟ। ପରୀକ୍ଷା ଆରମ୍ଭ ଦିନ ହିଁ ଭାଇରାଲ୍ ହୋଇଥିଲା ଓଡ଼ିଆ ପ୍ରଶ୍ନପତ୍ର।  ତା’ପରେ ଇଂରାଜୀ ପରୀକ୍ଷା ନସରୁଣୁ ପ୍ରଶ୍ନପତ୍ର ସୋଶାଲ୍‌ ମିଡିଆରେ ଘୁରି ବୁଲିଥିଲା। ଏମିତିକି ଗତକାଲି ଗଣିତ ପ୍ରଶ୍ନପତ୍ର ମଧ୍ୟ ଭାଇରାଲ ହୋଇଥିଲା। ଆଉ ସେ ଘଟଣାକୁ ୨୪ ଘଣ୍ଟା ନପୁରୁଣୁ ପରୀକ୍ଷା ସେଣ୍ଟରରୁ ଗାଏବ ହୋଇଛି ଓଏମ୍ଆର ସିଟ୍।

ଚଳିତବର୍ଷ ମ୍ୟାଟ୍ରିକ୍‌ ପରୀକ୍ଷା ବିଭ୍ରାଟକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ତାଙ୍କ ଫେସ୍‌ବୁକ୍‌ ପେଜ୍‌ରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ସରକାରଙ୍କ ପ୍ରତିଶ୍ରୁତି ସତ୍ତ୍ୱେ ବାରମ୍ବାର ପ୍ରଶ୍ନପତ୍ର ଭାଇରାଲ ହେଉଛି ଓ ନବୀନ ସରକାରଙ୍କ ସ୍ଥାଣୁତା ଏବଂ ଅପାରଗତା ପଦାରେ ପଡ଼ିଛି। ପରୀକ୍ଷା ପରିଚାଳନା ପାଇଁ ଥିବା ଅଧିକାରୀଙ୍କୁ ସରକାର ରାଜନୀତିକ କାମରେ ଲଗାଉଛନ୍ତି। ତେଣୁ ରାଜନୀତିକ ସ୍ୱାର୍ଥ ପାଇଁ ଓ ନିର୍ବାଚନ ସର୍ବସ୍ୱ ନହୋଇ ମୁଖ୍ୟମନ୍ତ୍ରୀ ପିଲାଙ୍କ ଭବିଷ୍ୟତ ଦେଖନ୍ତୁ।

ତେବେ ଏ ନେଇ ମୁଖ୍ୟମନ୍ତ୍ରୀ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିନାହିଁ।



from Odisha Reporter https://ift.tt/2VBqmtv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages