“ବାଲାକୋଟ୍‌ ଆଟାକ୍‌ କେବଳ ଏକ ବାର୍ତ୍ତା ଥିଲା” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 3, 2019

“ବାଲାକୋଟ୍‌ ଆଟାକ୍‌ କେବଳ ଏକ ବାର୍ତ୍ତା ଥିଲା”

କୋଲକାତା: ପୁଲ୍‌ୱାମାର ବଦ୍‌ଲା ବାଲାକୋଟ୍‌ରେ ନିଆଯାଇଥିବା ଏବଂ ଏଥିରେ ୩୦୦ରୁ ଊର୍ଦ୍ଧ୍ୱ ଆତଙ୍କବାଦୀ ନିପାତ ହୋଇଥିବା ଚର୍ଚ୍ଚାକୁ କେନ୍ଦ୍ରମନ୍ତ୍ରୀ ଏସ୍‌ଏସ୍‌ ଆଲୁୱାଲିଆଙ୍କ ମନ୍ତବ୍ୟ ଭିନ୍ନ ମୋଡ଼ ଦେଇଛି। ସେ କହିଛନ୍ତି ଏହି ଏୟାରଷ୍ଟ୍ରାଇକ୍ ଏକ ବାର୍ତ୍ତା ଥିଲା ଯେ, ଭାରତ ଶତ୍ରୁଙ୍କ ଗଡ଼ ମଧ୍ୟରେ ପଶି ମଧ୍ୟ ଆକ୍ରମଣ କରିପାରେ। ଏଥିରେ କୌଣସି ‘ମାନବ ଜୀବନ’କୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟ ନଥିଲା।

ସେ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବା ଅନ୍ୟ କୌଣସି ସରକାରୀ ଅଧିକାରୀ କୌଣସି ମୃତାହତଙ୍କ ସଂଖ୍ୟା ବାବଦରେ ସୂଚନା ଦେଇନଥିଲେ। ଗଣମାଧ୍ୟମ ଏବଂ ସୋଶାଲ ମିଡିଆ ହିଁ ଏହି ବିଷୟରେ ଚର୍ଚ୍ଚା କରିଥିଲା।

କେନ୍ଦ୍ରମନ୍ତ୍ରୀ ଆଲୁୱାଲିଆ କହିଥିଲେ, “ମୋତେ ସରକାରଙ୍କ ବିବୃତି ବାବଦରେ ଏବଂ ଭାରତୀୟ ଗଣମାଧ୍ୟମ କହିଥିବା ୩୦୦ରୁ ୩୫୦ ମୃତାହତଙ୍କ ବାବଦରେ ପଚରାଯାଇଥିଲା। ମୁଁ ସରକାରଙ୍କ ବିବୃତିକୁ ହିଁ ସମର୍ଥନ ଜଣାଉଛି। ମୁଁ ଗଣମାଧ୍ୟମର ରିପୋର୍ଟ ପଛରେ କାଇଁ ପଡ଼ିବି।”



from Odisha Reporter https://ift.tt/2ND7xmK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages