ଦିନେ ସାଇକେଲ୍‌ରେ ବୁହା ହେଉଥିଲା ରକେଟ୍‌, କିନ୍ତୁ ଏବେ ଭାରତ ରଚିଲା ଇତିହାସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 27, 2019

ଦିନେ ସାଇକେଲ୍‌ରେ ବୁହା ହେଉଥିଲା ରକେଟ୍‌, କିନ୍ତୁ ଏବେ ଭାରତ ରଚିଲା ଇତିହାସ

ନୂଆଦିଲ୍ଲୀ: ମହାକାଶରେ ସକ୍ରିୟ ସ୍ୟାଟେଲାଇଟ୍‌କୁ ମିସାଇଲ୍‌ରେ ନଷ୍ଟ କରିବାର କ୍ଷମତା ଏବେ ଭାରତ ପାଖରେ ରହିଛି। ଏଭଳି କ୍ଷମତା ହାସଲ କରିବାରେ ଭାରତ ବିଶ୍ୱର ୪ର୍ଥ ରାଷ୍ଟ୍ର।

ମିଶନ ଶକ୍ତି ଅଧୀନରେ ଭାରତ ୩୦୦ କିମି ଦୂରରେ ଥିବା ସ୍ୟାଟେଲାଇଟ୍‌କୁ ନଷ୍ଟ କରିବାରେ ସଫଳ ହୋଇଛି। ମାତ୍ର ୩ ମିନିଟ୍‌ ମଧ୍ୟରେ ଏଭଳି ଶକ୍ତିଶାଳୀ ତଥା ଐତିହାସିକ ଅପରେସନ କରାଯାଇଛି।

ତେବେ ଦିନେ ଭାରତରେ ସାଇକେଲରେ ରକେଟ୍‌କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଯାଉଥିଲା। କିନ୍ତୁ ଏବେ ଭାରତ ବିଶ୍ୱର ଅନ୍ୟତମ ମହାକାଶ ଶକ୍ତି ରାଷ୍ଟ୍ରରେ ପରିଣତ ହୋଇଯାଇଛି। ଆସନ୍ତୁ ସେ ବିଷୟରେ ଜାଣିବା…

୧୯୬୩ ମସିହା ନଭେମ୍ବର ୨୧ରେ କେରଳର ଥିରୁଭନନ୍ତପୁରମ ଠାରେ ଥିବା ଥମ୍ବାଠାରେ ପ୍ରଥମଥର ପାଇଁ ଭାରତ ପକ୍ଷରୁ ରକେଟ୍‌ ଲଞ୍ଚ କରାଯାଇଥିଲା। ଏହା ଥିଲା ମହାକାଶ ଯାତ୍ରାର ପ୍ରଥମ ପାହାଚ। ତେବେ ସବୁଠାରୁ ରୋଚକ କଥା ହେଲା, ଏହି ରକେଟକୁ ଉତ୍‌କ୍ଷେପଣ ପାଇଁ ସାଇକେଲ୍‌ରେ ହିଁ ନିଆଯାଇଥିଲା। ଏହାପରେ ଏହାକୁ ଏକ ଚର୍ଚ୍ଚରୁ ହିଁ ଲଞ୍ଚ କରାଯାଇଥିଲା।

ନଡ଼ିଆ ବିଗଚା ମଧ୍ୟରେ ଲଞ୍ଚ ପ୍ୟାଡ୍‌ଟି ଥିଲା। ସ୍ଥାନୀୟ ଅଞ୍ଚଳରେ ଥିବା ଏକ କ୍ୟାଥୋଲିକ୍‌ ଚର୍ଚ୍ଚକୁ ହିଁ ବୈଜ୍ଞାନିକମାନଙ୍କ ଗବେଷଣା କେନ୍ଦ୍ର କରାଯାଇଥିଲା। ବିଶୋପ ହାଉସକୁ ୱାର୍କଶପରେ ପରିଣତ କରାଯାଇଥିଲା। ସେହିପରି ନିକଟସ୍ଥ ଏକ ଗୋ-ଶାଳାକୁ ଯୁବ ବୈଜ୍ଞାନିକ ପାଇଁ ପ୍ରସ୍ତୁତ କରାଯାଇଥିଲା।

ଏହି ସ୍ଥାନରୁ ରକେଟ୍‌କୁ ସାଇକେଲ୍‌ ଦ୍ୱାରା ଲଞ୍ଚ ପ୍ୟାଡ୍‌ ପର୍ଯ୍ୟନ୍ତ ନିଆଯାଇଥିଲା। ପ୍ରଥମ ରକେଟର ଲଞ୍ଚର କିଛି ସମୟରେ ଦ୍ୱିତୀୟ ରକେଟକୁ ମଧ୍ୟ ପରୀକ୍ଷା କରାଯାଇଥିଲା। ତେବେ ଦ୍ୱିତୀୟ ରକେଟ୍‌ଟି ପ୍ରଥମଠାରୁ ଅଧିକ ଓଜନ ଥିବାରୁ ଏହାକୁ ବଳଦ ଗାଡ଼ିରେ ଲଞ୍ଚ ପ୍ୟାଡ୍‌କୁ ନିଆଯାଇଥିଲା। ଏହିଠାରୁ ହିଁ ଆରମ୍ଭ ହୋଇଥିଲା ଭାରତର ମହାକାଶ ଯାତ୍ରା।

୧୯୬୯ ମସିହା ଅଗଷ୍ଟ ୧୫ରେ ଡ. ବିକ୍ରମ ସାରାଭାଇ ଇସ୍ରୋ ଗଠନ କରିଥିଲେ। ମହାକାଶ କ୍ଷେତ୍ରରେ ଅଧିକ ଗବେଷଣା ପାଇଁ ସେ ଇସ୍ରୋ ପ୍ରତିଷ୍ଠା କରିଥିଲେ। ଏସ୍‌ଏଲ୍‌ଭି-୩ ହିଁ ଭାରତର ପ୍ରଥମ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ସ୍ୟାଟେଲାଇଟ୍ ଉତ୍‌କ୍ଷେପଣ ଭେକିଲ୍। ଏହି ପ୍ରକଳ୍ପର ନିର୍ଦ୍ଦେଶକ ଡ. ଏପିଜେ ଅବଦୁଲ କଲାମ ହିଁ ରହିଥିଲେ।

ଦୀର୍ଘ ୪୦ ବର୍ଷ ମଧ୍ୟରେ ଇସ୍ରୋ ପକ୍ଷରୁ ଏକାଧିକ ସ୍ୟାଟେଲାଇଟର ଉତ୍‌କ୍ଷେପଣ କରାଯାଇଛି। ତେବେ ନାସା ବର୍ଷକୁ ଯେତିକି ଟଙ୍କା ଖର୍ଚ୍ଚ କରେ, ତା’ର ଅଧା ଅର୍ଥ ଇସ୍ରୋ ଏହି ୪୦ ବର୍ଷ ମଧ୍ୟରେ ଖର୍ଚ୍ଚ କରିଛି।

ଆଜିର ମିଶନ ଶକ୍ତି ସଫଳ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିଆରଡିଓର ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ଡିଆରଡିଓ ପକ୍ଷରୁ ଲୋ ଆର୍ଥ ଅରବିଟ୍‌ ଏରିଆ(ଏଲ୍‌ଇଓ)ରେ ଗୋଟିଏ ସକ୍ରିୟ ସ୍ୟାଟେଲାଇଟ୍‌କୁ ଆଣ୍ଟି ସ୍ୟାଟେଲାଇଟ୍‌ ମିସାଇଲ ଦ୍ୱାରା ନଷ୍ଟ କରି ସମଗ୍ର ବିଶ୍ୱକୁ ନିଜର ପରାକ୍ରମ ଦେଖାଇଛି।

ଏହି ମିଶନ୍‌ଟି ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଛି। ଡିଆରଡିଓ ପକ୍ଷରୁ ଏଭଳି ଅପରେଶନ ପାଇଁ ୟୁପିଏ ସରକାର ଅମଳରେ ହିଁ ଘୋଷଣା କରିଥିଲା। ତେବେ ଯୋଜନାକୁ ଅନ୍ତିମ ସ୍ପର୍ଶ ଏବେ ହିଁ ଦିଆଯାଇଛି। ୨୦୧୨ରେ ‘ଅଗ୍ନି ଭି’ର ଲଞ୍ଚିଂ ଭାରତର ଆଣ୍ଟି ସ୍ୟାଟେଲାଇଟ୍‌ କ୍ଷମତା ବିକଶିତ କରି ପ୍ରଥମ ପାହଚ ଚଢ଼ିଥିଲା।

 



from Odisha Reporter https://ift.tt/2CEGuDx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages