ମନୁ-ସୌରଭ ଯୋଡ଼ିଙ୍କ ବିଶ୍ୱରେକର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 27, 2019

ମନୁ-ସୌରଭ ଯୋଡ଼ିଙ୍କ ବିଶ୍ୱରେକର୍ଡ

ନୂଆଦିଲ୍ଲୀ: ଭାରତୀୟ ଶୁଟର ମନୁ ଭାକର ଓ ସୌରଭ ଚୌଧୁରୀଙ୍କ ଯୋଡ଼ି ତାଇପେଇରେ ଚାଲିଥିବା ଦ୍ୱାଦଶ ଏସିଆନ ଏୟାରଗନ ଚାମ୍ପିଅନଶିପର ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ ଇଭେଣ୍ଟର କ୍ୱାଲିଫିକେସନରେ ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ଏହାଛଡ଼ା ଏହି ଇଭେଣ୍ଟରେ ମଧ୍ୟ ମନୁ ଓ ସୌରଭଙ୍କ ଯୋଡ଼ି ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ଏହି ଯୋଡ଼ି ଠିକ ମାସକ ପୂର୍ବରୁ ଦିଲ୍ଲୀରେ ଆୟୋଜିତ ଆଇଏସଏସଏଫ ବିଶ୍ୱକପର ଏହି ଇଭେଣ୍ଟରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲେ। ୧୭ ବର୍ଷୀୟା ମନୁ ଓ ୧୬ ବର୍ଷୀୟ ସୌରଭ କ୍ୱାଲିଫିକେସନରେ ୭୮୪ ପଏଣ୍ଟ ହାସଲ କରି ପାଞ୍ଚବର୍ଷ ତଳେ ରୁଷର ଭିଟାଲିନା ବାତସାରାଶକିନା ଓ ଆର୍ଟେମ ଚେର୍ନୋସୋଭଙ୍କ ଦ୍ୱାରା କରାଯାଇଥିବା ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

ଏହି ଭାରତୀୟ ଯୋଡ଼ି ପାଞ୍ଚ ଟିମ ବିଶିଷ୍ଟ ଫାଇନାଲରେ ୪୮୪.୮ ପଏଣ୍ଟ ସହ ପ୍ରଥମ ସ୍ଥାନ ହାସଲ କରି ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଛନ୍ତି। କୋରିଆର ହ୍ୱାଙ୍ଗ ସିୟୋନଗୁନନ ଓ କିମ୍ ମୋଜଙ୍କ ଯୋଡ଼ି ୪୮୧.୧ ପଏଣ୍ଟ ସହ ରୌପ୍ୟ ଏବଂ ତାଇପେଇର ଉ ଚିଆ ୟିଙ୍ଗ ଓ କୌ କୁଆନ-ତିଙ୍ଗ ୪୧୩.୩ ପଏଣ୍ଟ ସହ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହି ଇଭେଣ୍ଟରେ ଭାଗ ନେଇଥିବା ଅନ୍ୟତମ ଭାରତୀୟ ଯୋଡ଼ି ଅନୁରାଧା ଓ ଅଭିଷେକ ବର୍ମା ଫାଇନାଲରେ ପହଞ୍ଚିଥିଲେ। ଦୁହେଁ ୩୭୨.୧ ସ୍କୋର ସହ ଚତୁର୍ଥ ସ୍ଥାନରେ ରହିଥିଲେ।



from Odisha Reporter https://ift.tt/2JFWzyF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages