
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆଜି ବିଜେପିରେ ଯୋଗ ଦେଇଛନ୍ତି କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତରେ ସେ ଆନୁଷ୍ଠାନିକ ଭାବେ ବିଜେପିରେ ମିଶିଛନ୍ତି। ବିଜେପି ବିଧାୟକ ଦଳ ନେତା କେ.ଭି ସିଂହଦେଓଙ୍କ ଭୁବନେଶ୍ୱର ସ୍ଥିତ ବାସଭନରେ ଏହି ମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା।
ପ୍ରତ୍ୟୁଷା ରାଜେଶ୍ୱରୀ କହିଛନ୍ତି,“ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ମୁଁ ଆଜି ବିଜେପିରେ ଯୋଗ ଦେଇଛି।”
ନିକଟରେ ପ୍ରତ୍ୟୁଷା ବିଜେଡି ଛାଡ଼ିଥିଲେ। କନ୍ଧମାଳ ଲୋକସଭା ଆସନରୁ ଟିକେଟ୍ ନ ମିଳିବା ପରେ ଅସନ୍ତୁଷ୍ଟ ହୋଇ ସେ ଦଳ ଛାଡ଼ିଥିଲେ। ଟିକେଟ୍ ନ ଦେଇ ବିଜେଡି ତାଙ୍କ ପ୍ରତି ଅନ୍ୟାୟ କରିଛି ବୋଲି ସେ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ଇସ୍ତଫାପତ୍ରରେ ଉଲ୍ଲେଖ କରିଥିଲେ।
ପ୍ରତ୍ୟୁଷା ବିଜେଡିରୁ ଇସ୍ତଫା ଦେବା ପରେ କଂଗ୍ରେସର ହାତ ଧରିବେ ବୋଲି ଆଲୋଚନା ହେଉଥିଲା। ଏପରିକି ଦୁଇ ଦିନ ତଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ ପ୍ରତ୍ୟୁଷା ତାଙ୍କ ଦଳରେ ମିଶିବେ। ଏନେଇ ସେ ତାଙ୍କ ପାଖକୁ ଚିଠି ପଠାଇଥିଲେ।
from Odisha Reporter https://ift.tt/2CKnO5p
No comments:
Post a Comment