
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଛି ଲୋକଙ୍କୁ ସ୍ପାଇସି ଖାଦ୍ୟ ପସନ୍ଦ। ସେଥିପାଇଁ ଏମାନେ ଖାଦ୍ୟରେ ଲଙ୍କାକୁ ସାମିଲ୍ କରନ୍ତି। ଆଉ ଲଙ୍କା ଭିତରେ କଞ୍ଚା ଲଙ୍କା ପ୍ରାୟ ସମସ୍ତଙ୍କର ପସନ୍ଦ। କଞ୍ଚା ଲଙ୍କାକୁ ଆପଣ ଯେଉଁଥିରେ ପକାଇ ରାନ୍ଧନ୍ତୁ ବା ଚଟଣୀରେ ପକାନ୍ତୁ, ଏହା ସ୍ୱାଦକୁ ଦୁଇ ଗୁଣା କରିଦେବ।
କିନ୍ତୁ ଆପଣ ଜାଣିଛନ୍ତି କି, କଞ୍ଚା ଲଙ୍କା କେବଳ ଖାଦ୍ୟକୁ ସ୍ୱାଦିଷ୍ଟ କରିନଥାଏ ଏହା ସ୍ୱାସ୍ଥ୍ୟପକ୍ଷେ ମଧ୍ୟ ହିତକର।

ନାଲି ଲଙ୍କା ଅପେକ୍ଷା ନୀଳ ବା ଗ୍ରୀନ୍ ଲଙ୍କା ଆମ ଶରୀରକୁ ଅନେକ ଫାଇଦା ଦେଇଥାଏ। ଏଥିରେ ଅନେକ ପ୍ରକାର ପୋଷକତତ୍ତ୍ୱ ଯେପରିକି ଭିଟାମିନ୍- ଏ, ଭିଟାମିନ୍-ସି, ଭିଟାମିନ-ବି୬, କପର, ପୋଟାସିୟମ, ପ୍ରୋଟିନ୍ ଏବଂ କାର୍ବୋହାଇଡ୍ରେଟ୍ ଇତ୍ୟାଦି ରହିଥାଏ, ଯାହା ଆମ ଶରୀର ପାଇଁ ଆବଶ୍ୟକ ହୋଇଥାଏ। ଏହାକୁ ଖାଇବା ଦ୍ୱାରା ଆମ ଶରୀରରେ ଏହି ସବୁ ଭିଟାମିନ୍ର ଅଭାବ ପୂରଣ ହୋଇଥାଏ।

୧- ଡାଇବେଟିସ୍ ନିୟନ୍ତ୍ରଣ କରେ
ଯେଉଁ ଲୋକ ମାନେ ଡାଇବେଟିସ୍ ବା ମଧୁମେହ ରୋଗରେ ପୀଡ଼ିତ ଅଛନ୍ତି, ସେମାନଙ୍କ ପାଇଁ କଞ୍ଚା ଲଙ୍କା ବେଶ୍ ଉପକାରୀ। ଡାଇବେଟିସ୍ ରୋଗୀ କଞ୍ଚା ଲଙ୍କା ଖାଇବା ଦ୍ୱାରା ଶରୀରରେ ସର୍କରାର ସ୍ଥର ନିୟନ୍ତ୍ରଣରେ ରହିଥାଏ। ଫଳରେ ଡାଇବେଟିସ୍ ନିୟନ୍ତ୍ରଣରେ ରୁହେ।

୨-ତ୍ୱଚା ପାଇଁ ଉପକାରୀ
ଏହା ତ୍ୱଚା ପାଇଁ ଉପକାରୀ ହୋଇଥାଏ। କଞ୍ଚା ଲଙ୍କାରେ ଅନେକ ପ୍ରକାର ଭିଟାମିନ୍ ରହିଥାଏ। ଯାହା ଆମ ତ୍ୱଚାକୁ ଉଜ୍ୱଳ ଦେଖାଯିବାରେ ସାହାଯ୍ୟ କରିଥାଏ। ଏହାକୁ ପ୍ରତିଦିନ ଆପଣଙ୍କ ଖାଦ୍ୟରେ ସାମିଲ୍ କରନ୍ତୁ। ଏହା ଆପଣଙ୍କ ତ୍ୱଚାକୁ ସତେଜ ରଖିବାରେ ସାହାଯ୍ୟ କରିବ।

୩-ଥଣ୍ଡାରୁ ଦୂରରେ ରଖେ
ଯଦି ଆପଣଙ୍କୁ ଥଣ୍ଡା ଲାଗି ରହୁଛି ତେବେ ଆପଣ ଖାଦ୍ୟରେ କଞ୍ଚା ଲଙ୍କା ସାମିଲ୍ କରନ୍ତୁ। ଯେଉଁ ମାନଙ୍କର ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଛି ସେମାନେ ପ୍ରତିଦିନ କଞ୍ଚା ଲଙ୍କା ଖାଇବା ଉଚିତ।

୪-ପାଚନ ତନ୍ତ୍ରକୁ ମଜବୁତ୍ କରେ
ପ୍ରାୟ ଲୋକଙ୍କର ଖାଦ୍ୟ ସହଜରେ ହଜମ ହୁଏନି। କିନ୍ତୁ ଆପଣ ଯଦି ପ୍ରତ୍ୟେକ ଦିନ କଞ୍ଚା ଲଙ୍କା ଖାଉଛନ୍ତି ତାହାଲେ ଆପଣଙ୍କର ପାଚନ ଜନିତ ସମସ୍ୟା ରହିବ ନାହିଁ। ଏଥିରେ ଥିବା ଭିଟାମିନ୍ ସି ଖାଇବା ପରେ ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିଥାଏ। ତେଣୁ କଞ୍ଚା ଲଙ୍କା ଖାଇଲେ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।

୫-ଶରୀରରେ ଆଇରନ୍ର ମାତ୍ରା ବଢାଇଥାଏ
ପ୍ରାୟ ପ୍ରତ୍ୟେକ ମହିଳାଙ୍କର ଶରୀରରେ ଆଇରନ୍ର ଭାଗ କମ୍ ଥିବାର ଦେଖା ଯାଇଥାଏ। ଡାକ୍ତରମାନେ ମଧ୍ୟ ଏଥିପାଇଁ ବିଭିନ୍ନ ପ୍ରକାର ମେଡିସିନ୍ ଖାଇବାକୁ ପରାମର୍ଶ ଦେଇଥାନ୍ତି। ତେଣୁ ଆପଣଙ୍କ ଦେହରେ ଆଇରନ୍ର ପରିମାଣ କମ୍ ନହେବା ପାଇଁ ପ୍ରତିଦିନ କଞ୍ଚା ଲଙ୍କା ଖାଆନ୍ତୁ।
from Odisha Reporter https://ift.tt/2USEgau
No comments:
Post a Comment