ଫାଙ୍କିଲା ପାକିସ୍ତାନ, କହିଲା ଜୈଶ ନାଁରେ ସଂଗଠନ ଦେଶର ନାହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 6, 2019

ଫାଙ୍କିଲା ପାକିସ୍ତାନ, କହିଲା ଜୈଶ ନାଁରେ ସଂଗଠନ ଦେଶର ନାହିଁ

ଇସ୍‌ଲାମାବାଦ: କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ଓ ତା’ର ପ୍ରତିଷ୍ଠାତା ମାସୁଦ ଆଝାରକୁ ପୁଣିଥରେ ବିଶ୍ୱ ଆଖିରେ ଧୂଳି ଦେଇ ସୁରକ୍ଷା ଯୋଗାଇ ଦେବାକୁ ଚେଷ୍ଟା କରିଛି ପାକିସ୍ତାନ। ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କୁରେସି ଜୈଶ ଓ ମାସୁଦ ପାକିସ୍ତାନରେ ଥିବା ସ୍ୱୀକାର କରିଥିଲେ।

ହେଲେ ଏବେ ପାକିସ୍ତାନ ସେନାର ମୁଖପାତ୍ର ଜେନେରାଲ୍‌ ଆସିଫ ଗଫୁର ଏହାକୁ ଫାଙ୍କି ଦେଇଛନ୍ତି। ସେ କହିଛନ୍ତି, ଜୈଶ-ଏ-ମହମ୍ମଦ ପାକିସ୍ତାନରେ ଆଦୌ ନାହିଁ। ତେଣୁ ସେ ସମ୍ପର୍କରେ ଭାରତ କରୁଥିବା ଅଭିଯୋଗ ସଂପୂର୍ଣ୍ଣ ଭାବେ ମିଛି।
ସିଏନ୍‌ଏନ୍‌କୁ ସାକ୍ଷାତକାର ଦେଇ ଗଫୁର କହିଛନ୍ତି, “ଭାରତ ଆକ୍ରମଣାତ୍ମକ ରୂପ ଦେଖାଇବାରୁ ଆମେ ଏହାର ଜବାବ ଦେଇଥିଲୁ। ଏଭଳି ସ୍ଥିତି ପରେ ଭାରତ ଓ ପାକିସ୍ତାନ ସୀମାରେ ଅଧିକ ସଂଖ୍ୟକ ସୈନ୍ୟ ଠୁଳ କରିଛନ୍ତି।

ସାମରିକ ଯୋଜନା ଅନୁସାରେ ସୀମାରେ ଅଧିକ ସଂଖ୍ୟକ ସୈନ୍ୟ ଠୁଳ କରାଯାଇଛି। ପରିସ୍ଥିତି ବିଗିଡ଼ି ଥିବାରୁ, ତଦ୍‌ନୁଯାୟୀ ପଦକ୍ଷେପ ଗ୍ରହଣ କରାଯାଇଛି। ବାଲାକୋଟ୍‌ରେ ଭାରତ ଏୟାର ଷ୍ଟ୍ରାଇକ୍‌ କରୁଥିବା ଦାବି କରିଛି। କିନ୍ତୁ ଏହା ଦ୍ୱାରା କୌଣସି କ୍ଷୟକ୍ଷତି ହୋଇନାହିଁ। ଭାରତ ଯେଉଁ କ୍ଷୟକ୍ଷତିର ଦାବି କରୁଛି, ତାହା ସଂପୂର୍ଣ୍ଣ ମିଥ୍ୟା।

ପୁଲୱାମା ଆକ୍ରମଣ ପାଇଁ ଜୈଶ ନିଜକୁ ଦାୟୀ କରିଛି। ହେଲେ ପାକିସ୍ତାନରୁ ଯେ ଏଭଳି ହୋଇଛି କହିବା ଭୁଲ। କାରଣ ଜୈଶ ନାଁରେ ସଂଗଠନ ପାକିସ୍ତାନରେ ନାହିଁ। ଏକଥା ପାକିସ୍ତାନ ବାରମ୍ବାର କହି ଆସିଛି। ଏବେ ଯେଉଁ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି, ତାହା କାହା ଚାପରେ ନୁହେଁ, ବରଂ ପାକିସ୍ତାନ ସରକାର ନିଜ ତରଫରୁ ଏଭଳି କରୁଛନ୍ତି।”

ସୂଚନାଯୋଗ୍ୟ, ଗତ ମାସରେ ପାକ୍‌ ବୈଦେଶିକ ମନ୍ତ୍ରୀ କୁରେସି ଏକ ସାକ୍ଷାତକାରରେ କହିଥିଲେ, “ ଜୈଶ-ଏ-ମହମ୍ମଦ ମୁଖ୍ୟ ମାସୁଦ ପାକିସ୍ତାନରେ ରହିଛି। କିନ୍ତୁ ତା’ ବିରୋଧରେ ପ୍ରମାଣ ନ ମିଳିବା ଯାଏ ତାଙ୍କୁ ଆମେ ଗିରଫ କରିପାରିବୁ ନାହିଁ।”



from Odisha Reporter https://ift.tt/2CabGu6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages