
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯ ସାଧାରଣ ନିର୍ବାଚନ ପାଇଁ ଶେଷ ହୋଇଛି କଂଗ୍ରେସର ଟିକଟ କସରତ। କିଏ କେଉଁ ଆସନ ପାଇଁ ଯୋଗ୍ୟ ଓ କାହାର ବିଜୟ ସମ୍ଭାବନା ଅଧିକ ଏହାକୁ ବିଚାରକୁ ନେଇ ଚୂଡ଼ାନ୍ତ ହୋଇଛି ସମ୍ଭାବ୍ୟ ପ୍ରାର୍ଥୀ ତାଲିକା। ଆଜି ରାଜ୍ୟ ମୁଖ୍ୟାଳୟରେ ବସିଥିବା ପ୍ରଦେଶ ନିର୍ବାଚନ କମିଟି (ପିଇସି) ବୈଠକରେ ଦୀର୍ଘ ୬ ଘଣ୍ଟାର ବିଚାରବିମର୍ଶ ପରେ ଏହି ତାଲିକା ପ୍ରସ୍ତୁତ କରାଯାଇଛି।
ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ, ଟିଏସ୍ ସିଂଦେଓଙ୍କ, ଏଆଇସିସି ସ୍କ୍ରିନିଂ କମିଟି ସଦସ୍ୟ, ପିଇସି ସଭ୍ୟ ଓ ପିସିସି ସଭାପତିଙ୍କ ସହିତ ଅନ୍ୟ ପଦାଧିକାରୀମାନେ ବୈଠକରେ ଯୋଗଦେଇଥିଲେ। ରାଜ୍ୟର ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନ ଲାଗି ସମ୍ଭାବ୍ୟ ତାଲିକା ପ୍ରସ୍ତୁତ କରି କେନ୍ଦ୍ରୀୟ ନିର୍ବାଚନ କମିଟି(ସିଇସି) ନିକଟକୁ ପଠାଯାଇଛି। କିଛି ଆସନ ଲାଗି ଏକାଧିକ ପ୍ରାର୍ଥୀଙ୍କ ନାଁ ପ୍ରସ୍ତାବ କରାଯାଇଥିବା ସୂଚନା ମିଳିଛି। ଏହା ଉପରେ ବିଚାରକରି ଖୁବଶୀଘ୍ର ଚୂଡାନ୍ତ ତାଲିକା ଘୋଷଣା କରାଯିବ ବୋଲି ରାଜ୍ୟ କଂଗ୍ରେସ ପ୍ରଭାରୀ ଟି.ଏସ୍. ସିଂହଦେଓ କହିଛନ୍ତି।
କଂଗ୍ରେସ ଏଥର ଆଗୁଆ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବହୁ ଆଗରୁ କହିଥିଲେ। ସେହି ଅନୁସାରେ ଏଥର ରାଜ୍ୟର ବିଭିନ୍ନ ସ୍ଥାନରେ ସ୍କ୍ରିନିଂ କମିଟିର ବୈଠକ କରି ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଆଜି ଚୂଡାନ୍ତ ତାଲିକା କେନ୍ଦ୍ରୀୟ ନିର୍ବାଚନ କମିଟିକୁ ପଠାଯାଇଥିବା ବେଳେ କେଉଁମାନଙ୍କୁ ଗ୍ରୀନ ସିଗ୍ନାଲ ମିଳୁଛି, ତାକୁ ଦଳୀୟ ନେତା ଓ କର୍ମୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।
from Odisha Reporter https://ift.tt/2Uj6ATf
No comments:
Post a Comment