କଶ୍ମୀରରେ ୨୪ ଘଣ୍ଚାରେ ୪ ଏନକାଉଣ୍ଟର, ୪ ଆତଙ୍କୀ ନିପାତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 21, 2019

କଶ୍ମୀରରେ ୨୪ ଘଣ୍ଚାରେ ୪ ଏନକାଉଣ୍ଟର, ୪ ଆତଙ୍କୀ ନିପାତ

ଶ୍ରୀନଗର: କଶ୍ମୀରରେ ୨୪ ଘଣ୍ଟା ମଧ୍ଯରେ ୪ଥର ସେନା ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୪ ଆତଙ୍କବାଦୀ ନିପାତ ହୋଇଛନ୍ତି। ଆଜି ଭୋର ସମୟରେ ସୋପିଆ ଜିଲ୍ଲାର ଇମାମ ସାହାବ ଅଞ୍ଚଳରେ ଗୋଟିଏ ଘରେ ୨ରୁ୩ ଆତଙ୍କବାଦୀ ଲୁଚି ରହିଥିବା ଜଣାପଡ଼ିବା ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି।

ସେହିପରି ବାନ୍ଦିପୋରାରେ ସେନା ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ। ଏଥିରେ ଲଶ୍କର-ଏ-ତୋଏବାର ୨ ଆତଙ୍କବାଦୀ ନିହତ ହୋଇଥିଲେ । ଯେଉଁଥିରେ ଲଶ୍କରର ଟପ କମାଣ୍ଡର ଅଲି ଭାଇର ମୃତ୍ଯୁ ହୋଇଥିବା ଜଣାପଡ଼଼ିଛି। ସେହିପରି ଗୁରୁବାର ସେନା ଗୁଳିରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି। ମୃତ ଲଶ୍କର ଆତଙ୍କବାଦୀ ଅଲ୍ଲି ଭାଇ ପାକିସ୍ତାନର ବୋଲି ଜଣାପଡ଼ିଛି।

ଶ୍ରୀନଗର ରକ୍ଷା ମୁଖପାତ୍ର କର୍ଣ୍ଣେଲ ରାଜେଶ କାଲିୟା କହିଛନ୍ତି କି ବାରମୁଲାରେ କଲତରା ଅଞ୍ଚଳରେ ନମବଲନାର ଅଭିଯାନରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏବେ ବି ଗୁଳିବିନିମୟ ଜାରି ରହିଥିବା ସୂଚନା ରହିଛି। ଏଥିରେ ଜଣେ ସେନା ଅଧିକାରୀ ଓ ୨ ଯବାନ ଆହତ ହୋଇଛନ୍ତି।

ଆହତ ଯବାନଙ୍କୁ ବାଦାମିବାଗ ସ୍ଥିତ ୯୨ ବେସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ଯ ଗତକାଲି ହୋଲି ଥିବାବେଳେ ସେନା ଉପରକୁ ଆତଙ୍କବାଦୀ ଗ୍ରେନେଡ଼ ଆକ୍ରମଣ କରିଥିଲେ । ତେବେ ଏଥିରେ କାହାରି କ୍ଷତି ହୋଇନଥିବା ଜଣାପଡ଼ିଛି। ଏବେ ଉଭୟ ପୁଲିସ ଓ ସେନା ସମଗ୍ର ଅଞ୍ଚଳକୁ ଘେରିଯାଇ ସର୍ଚ୍ଚ ଅପରେସନ କରୁଛନ୍ତି।



from Odisha Reporter https://ift.tt/2TnuQCn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages