ଭୋଟ ତାରିଖ ଘୋଷଣା: କିଏ କ’ଣ କହିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 10, 2019

ଭୋଟ ତାରିଖ ଘୋଷଣା: କିଏ କ’ଣ କହିଲେ

ମୁଖ୍ୟ ନିର୍ବାଚନ କମିଶନର ସାଧାରଣ ନିର୍ବାଚନ ତାରିଖ ଘୋଷଣା କରିଦେବା ପରେ ସମଗ୍ର ଦେଶରେ ରାଜନୀତିକ ଉଷ୍ମତା ବଢ଼ି ଯାଇଥିବା ସ୍ପଷ୍ଟ ବାରି ହୋଇ ପଡୁଛି। ଆଜିଠାରୁ ଆଚରଣ ବିଧି ଲାଗୁ ହେଉଥିବାରୁ ଏପ୍ରିଲ ୧୧ ତାରିଖ ପାଇଁ ସମସ୍ତ ରାଜନୀତିକ ଦଳ ଆଜିଠାରୁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ଆଉ ଜନତା ଜନାର୍ଦ୍ଦନଙ୍କ ଜନାଦେଶର ବହୁ ପୂର୍ବରୁ ହିଁ ପ୍ରମୁଖ ଦଳ ଏବଂ ଏହାର ନେତୃବୃନ୍ଦ ‘ଏଥର ଦିଲ୍ଲୀରେ ଆମ ସରକାର’ ଦାବି କରିବା ଆରମ୍ଭ କଲେଣି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି- ନିର୍ବାଚନ ଗଣତନ୍ତ୍ରର ଏକ ଉତ୍ସବ, ଏବେ ସେ ସମୟ ଆସିଯାଇଛି। ମୁଁ ପ୍ରଥମ ଥର ଭୋଟ୍‌ ଦେଉଥିବା ମତଦାତାଙ୍କୁ ଅନୁରୋଧ କରୁଛି, ସେମାନେ ରେକର୍ଡ ସଂଖ୍ୟାରେ ଭୋଟ୍‌ ଦିଅନ୍ତୁ। ‘ସବ୍‌କା ସାଥ୍‌ ସବ୍‌କା ବିକାଶ’କୁ ଆଗେଇନେବା ପାଇଁ ଏନ୍‌ଡିଏ ଆପଣମାନଙ୍କଠାରୁ ଆଶୀର୍ବାଦ ମାଗୁଛି। ଦୀର୍ଘ ୭୦ ବର୍ଷରେ ପୂରଣ ହୋଇପାରିନଥିବା ମୌଳିକ ଆବଶ୍ୟକତା ପୂରଣ କରିବାରେ ଆମେ ୫ ବର୍ଷ ବିତାଇଛୁ। ବର୍ତ୍ତମାନ ଏହାକୁ ଭିତ୍ତି କରି ଏକ ସୁଦୃଢ଼, ସମୃଦ୍ଧ ଏବଂ ସୁରକ୍ଷିତ ଭାରତ ତିଆରି କରିବାର ସମୟ ଆସିଛି।

ଅମିତ ଶାହ- ୧୭ତମ ଲୋକସଭା ପାଇଁ ନିର୍ବାଚନ ଘୋଷଣାକୁ ଆମେ ସ୍ୱାଗତ କରୁଛୁ। ମୁଁ ଭାରତବାସୀଙ୍କୁ ଆହ୍ୱାନ କରିବାକୁ ଚାହୁଁଛି, ରେକର୍ଡ ସଂଖ୍ୟାରେ ଭୋଟ୍‌ ଦିଅନ୍ତୁ ଏବଂ ଭାରତୀୟ ନିର୍ବାଚନୀ ପ୍ରକ୍ରିୟାର ଗୁରୁତ୍ୱ ବୃଦ୍ଧି କରନ୍ତୁ।

ମାୟାବତୀ- ୧୭ତମ ଲୋକସଭା ପାଇଁ ନିର୍ବାଚନ କମିଶନ ୭ଟି ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ଘୋଷଣା କରିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। କୋଟି କୋଟି ଗରିବ, ଶ୍ରମିକ, ମହିଳା ଏବଂ ଯୁବକମାନେ ଭୋଟ୍‌ ଗ୍ରହଣରେ ସାମିଲ ହେବେ। ସେମାନଙ୍କ ସମ୍ମାନାର୍ଥେ ମୁକ୍ତ, ସ୍ୱଚ୍ଛ ଏବଂ ଶାନ୍ତିପୂର୍ଣ୍ଣ ଭୋଟ୍‌ଗ୍ରହଣର ଆବଶ୍ୟକତା ରହିଛି।

ଓମାର ଅବଦୁଲ୍ଲା- ୧୯୯୬ ପରଠାରୁ ପ୍ରଥମ ଥର ପାଇଁ ଜମ୍ମୁକଶ୍ମୀରରେ ଠିକ୍‌ ସମୟରେ ନିର୍ବାଚନ ହେଉନାହିଁ। ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୃଢ଼ ନେତୃତ୍ୱକୁ ପ୍ରଶଂସା କରିବା ସମୟରେ ଏହି କଥା ମନେପକାଇବା ଉଚିତ।

ମେହବୁବା ମୁଫ୍‌ତି- ଜମ୍ମୁକଶ୍ମୀରରେ କେବଳ ସଂସଦୀୟ ନିର୍ବାଚନ ପାଇଁ ନିଷ୍ପତ୍ତି ପଛରେ ସରକାରଙ୍କ ମନ୍ଦ ଉଦ୍ଦେଶ୍ୟ ଥିବା ସ୍ପଷ୍ଟ ହୋଇଛି। ଲୋକଙ୍କୁ ସରକାର ଗଢ଼ିବାକୁ ନଦେବା ଗଣତନ୍ତ୍ର ବିରୋଧୀ।

ଯୋଗୀ ଆଦିତ୍ୟନାଥ- ନିର୍ବାଚନ କମିଶନ ନିର୍ବାଚନ ତାରିଖ ଘୋଷଣା କରିବା ସହିତ ଗଣତନ୍ତ୍ରର ମହାକୁମ୍ଭ ଆରମ୍ଭ ହୋଇଛି।



from Odisha Reporter https://ift.tt/2TsqQpg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages