ଓଡ଼ିଶାରେ ୪ ପର୍ଯ୍ୟାୟ ଭୋଟ୍: ନକ୍ସଲ ଭୟ ନା ଆଉ କିଛି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 10, 2019

ଓଡ଼ିଶାରେ ୪ ପର୍ଯ୍ୟାୟ ଭୋଟ୍: ନକ୍ସଲ ଭୟ ନା ଆଉ କିଛି?

election

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ ନିର୍ବାଚନ ଇତିହାସରେ ପ୍ରଥମଥର ପାଇଁ ଓଡ଼ିଶାରେ ଚଳିତ ସାଧାରଣ ନିର୍ବାଚନ ୪ଟି ପର୍ଯ୍ୟାୟରେ ହେବ। ଏପ୍ରିଲ ୧୧ରୁ ୨୯ତାରିଖ ମଧ୍ୟରେ ୪ଟି ପର୍ଯ୍ୟାୟରେ ଉଭୟ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ହେବ ବୋଲି ନିର୍ବାଚନ କମିଶନ କାର୍ଯ୍ୟସୂଚୀ ଘୋଷଣା କରିବା ପରେ ତାକୁ ନେଇ ଗଣମାଧ୍ୟମ ଓ ସବୁ ରାଜନୀତିକ ଦଳ ମଧ୍ୟରେ ପ୍ରଶ୍ନ ଉଠିଲାଣି।

ଜାତୀୟ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋଡ଼ା ଆଜି ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିବାବେଳେ ଓଡ଼ିଶାରେ ମାଓବାଦୀ ଗତିବିଧି ପାଇଁ ନିର୍ବାଚନକୁ ୪ଟି ପର୍ଯ୍ୟାୟରେ କରାଯାଉଛି ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ମଧ୍ୟ ୪ଟି ପର୍ଯ୍ୟାୟରେ ଭୋଟଗ୍ରହଣ ପଛରେ ରାଜ୍ୟରେ ଥିବା ମାଓବାଦୀ ସମସ୍ୟା ଯୋଗୁ ଉପଯୁକ୍ତ ସଂଖ୍ୟାରେ ଅର୍ଦ୍ଧସାମରିକ ବଳକୂ ମୁତୟନ କରାଯିବାର ବାଧ୍ୟବାଧକତାକୁ କାରଣ ଭାବେ ଉଲ୍ଲେଖ କରିଛନ୍ତି।

ତେବେ ପ୍ରଶ୍ନ ଉଠୁଛି, ସତରେ କ’ଣ ରାଜ୍ୟରେ ମାଓବାଦୀ ସମସ୍ୟା ପୂର୍ବବର୍ଷ ତୁଳନାରେ ଅଧିକ ଉତ୍କଟ ହୋଇଛି? ଯଦି ଉଭୟ କେନ୍ଦ୍ର ସରକାରଙ୍କ ତଥ୍ୟ ଓ ରାଜ୍ୟ ଗୃହ ବିଭାଗର ‘ଶ୍ୱେତପତ୍ର’କୁ ଅନୁଧ୍ୟାନ କରାଯାଏ ତା’ହେଲେ ଓଡ଼ିଶାରେ ମାଓବାଦୀ ସମସ୍ୟା ବହୁ ପରିମାଣରେ ନିୟନ୍ତ୍ରଣାଧୀନ ରହିଛି। ଏପରିକି ଓଡ଼ିଶା ସରକାର ରାଜ୍ୟର ମୋଟ ୧୯ଟି ନକ୍ସଲପ୍ରଭାବିତ ଜିଲ୍ଲା ମଧ୍ୟରୁ ୬ଟି ଜିଲ୍ଲା ଗଞ୍ଜାମ,ଗଜପତି,କେନ୍ଦୁଝର,ମୟୂରଭଞ୍ଜ, ଢେଙ୍କାନାଳ ଓ ଯାଜପୁରକୁ ନକ୍ସଲମୁକ୍ତ ଜିଲ୍ଲା ଭାବେ ଘୋଷଣା କରିସାରିଛନ୍ତି। ସେହିପରି ନକ୍ସଲ ହିଂସା ମଧ୍ୟ ଗତ କିଛିବର୍ଷ ଧରି କ୍ରମାଗତ ଭାବେ ହ୍ରାସ ପାଇଛି ଓ ସ୍ଥିତି ନିୟନ୍ତ୍ରଣାଧୀନ ବୋଲି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାବି କରୁଛନ୍ତି। ଏସବୁ ସତ୍ତ୍ୱେ ମାଓବାଦୀ ସମସ୍ୟା ଯୋଗୁ ଓଡ଼ିଶାରେ ଭୋଟଗ୍ରହଣ ୪ଟି ପର୍ଯ୍ୟାୟରେ କରାଯାଉଛି ବୋଲି ନିର୍ବାଚନ କମିଶନ ରଖିଥିବା ଯୁକ୍ତି ସହଜରେ ହଜମ ହୋଇପାରୁ ନାହିଁ।

ରାଜ୍ୟରେ ଗତ ୨୦୦୪ ମସିହାରୁ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ହୋଇଆସୁଛି। ପ୍ରତିଥର ଏହା ୨ଟି ପର୍ଯ୍ୟାୟରେ କରାଯାଇଥିବା ବେଳେ ଏଥର ୪ଟି ପର୍ଯ୍ୟାୟରେ କରିବା ନିମନ୍ତେ ନିର୍ବାଚନ କମିଶନ କାହିଁକି ନିଷ୍ପତ୍ତି ନେଲେ। ନିର୍ବାଚନ ତାରିଖ ଘୋଷଣା କରିବା ପୂର୍ବରୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କଠୁ ଆଇନଶୃଙ୍ଖଳା ପରିସ୍ଥିତିର ବିସ୍ତୃତ ତଥ୍ୟ ନିର୍ବାଚନ କମିଶନ ଗ୍ରହଣ କରିଥାନ୍ତି। ମାଓବାଦୀ ସମସ୍ୟା ପ୍ରସଙ୍ଗରେ ଜନସାଧାରଣଙ୍କ ପାଖରେ ସରକାର ଯେଉଁ ତଥ୍ୟ ରଖୁଛନ୍ତି ତା’ଠୁ ଭିନ୍ନ ତଥ୍ୟ ନିର୍ବାଚନ କମିଶନଙ୍କ ପାଖରେ ରଖିଛନ୍ତି କି? ଯଦି ଏହା ନୁହେଁ, ତା’ହେଲେ ଏଭଳି ନିଷ୍ପତ୍ତି ପଛରେ କୌଣସି ରାଜନୀତିକ ଉଦ୍ଦେଶ୍ୟ ରହିଛି କି? ଆଉ ଯଦି ସେଭଳି ଉଦ୍ଦେଶ୍ୟ ଥାଏ ତେବେ ତାହା କାହାକୁ ବା କୋଊ ଦଳକୁ ଅଧିକ ସୁହାଇବ? ଏସବୁ ପ୍ରଶ୍ନ ଏବେ ଓଡ଼ିଶାର ସାଧାରଣ ଜନତାଙ୍କ ମନକୁ ଆନ୍ଦୋଳିତ କରିବାରେ ଲାଗିଛି।

ସୂଚନାଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାରେ ମୋଟ ୩୭୬୦୬ଟି ମତଦାନ କେନ୍ଦ୍ର ସ୍ଥାପନ କରାଯିବ ଓ ମୋଟ ୩କୋଟି ୧୮ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ଏଥିରେ ୫.୪୫ଲକ୍ଷ ନୂଆ ଭୋଟର ପ୍ରଥମଥର ପାଇଁ ନିଜର ମତାଧିକାର ସାବ୍ୟସ୍ତ କରିବାକୁ ଯାଉଛନ୍ତି।



from Odisha Reporter https://ift.tt/2XQUUsT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages