ପ୍ରତିରକ୍ଷା ବଜେଟ୍‌କୁ ଆହୁରି ବଢ଼ାଇଲା ଚୀନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 5, 2019

ପ୍ରତିରକ୍ଷା ବଜେଟ୍‌କୁ ଆହୁରି ବଢ଼ାଇଲା ଚୀନ୍‌

ବେଜିଂ: ପ୍ରତିରକ୍ଷା କ୍ଷେତ୍ରକୁ ଅଧିକ ଦୃଢ଼ କରିବାକୁ ଓ ଏ କ୍ଷେତ୍ରରେ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରଗୁଡ଼ିକୁ ମାତ୍‌ ଦେବାକୁ ଆଜି ଚୀନ୍‌ ଦେଶର ପ୍ରତିରକ୍ଷା ବଜେଟ୍‌ରେ ଆଶାତୀତ ବୃଦ୍ଧି କରିଛି। ପ୍ରତିରକ୍ଷା କ୍ଷେତ୍ରର ବଜେଟ୍‌ରେ ଚୀନ୍‌ ସରକାର ୭.୫% ବୃଦ୍ଧି କରିଛନ୍ତି। ଅର୍ଥାତ ଚୀନ ପ୍ରତିରକ୍ଷା କ୍ଷେତ୍ର ପାଇଁ ୧୭୭.୬୧ ବିଲିୟନ ଡଲାର ଖର୍ଚ୍ଚ କରିବେ। ଭାରତର ପ୍ରତିରକ୍ଷା ବଜେଟ୍‌ ତୁଳନାରେ ଏହା ୩ ଗୁଣ ଅଧିକ।

ଚୀନ୍‌ ସଂସଦରେ ନ୍ୟାଶନାଲ ପିପୁଲ୍ସ କଂଗ୍ରେସ ଦାଖଲ କରିଥିବା ଚିଠା ଅନୁସାରେ ପ୍ରତିରକ୍ଷା ବଜେଟ୍‌ ପାଇଁ ୨୦୧୯ରେ ସରକାର ୧.୧୯ ଟ୍ରିଲିୟନ୍‌ ୟୁଆନ ବା ୧୭୭.୬୧ ବିଲିୟନ୍‌ ଡଲାରର ବ୍ୟୟ ବରାଦ ହୋଇଛି। ଗତବର୍ଷ ଚୀନ୍‌ ସରକାର ପ୍ରତିରକ୍ଷା ବଜେଟ୍‌ ୮.୧% ବୃଦ୍ଧି କରିଥିଲେ। ଅର୍ଥାତ ଏହା ୧୭୫ ବିଲିୟନ ଡଲାର ରହିଥିଲା।



from Odisha Reporter https://ift.tt/2HgOg9v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages