ଅମିତ ଶାହଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ସମର୍ଥନ: ବାଲାକୋଟ୍‌ ଆକ୍ରମଣରେ ମରିଛନ୍ତି ୨୫୦ ଆତଙ୍କୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 5, 2019

ଅମିତ ଶାହଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ସମର୍ଥନ: ବାଲାକୋଟ୍‌ ଆକ୍ରମଣରେ ମରିଛନ୍ତି ୨୫୦ ଆତଙ୍କୀ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପାକିସ୍ତାନରେ କରିଥିବା ଏୟାର ଷ୍ଟ୍ରାଇକ୍‌କୁ ନେଇ ରାଜନୀତି ଜୋର ଧରିଥିବା ବେଳେ ପ୍ରଥମଥର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କେହି ମତ ଉପସ୍ଥାପନ କରିଛନ୍ତି।

ଏୟାର ଷ୍ଟ୍ରାଇକ୍‌ରେ କେତେ ଆତଙ୍କୀ ପ୍ରାଣ ହରାଇଛନ୍ତି, ସେକଥା ବାୟୁସେନା କିମ୍ବା କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇ ନଥିଲେ ହେଁ ରବିବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ବେଶ ବିଶ୍ୱାସର ସହ ୨୫୦ ଜଣ ଆତଙ୍କବାଦୀ ନିହତ ହୋଇଥିବା କହିଥିଲେ। ଏହାକୁ ନେଇ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ କରିବା ସହ କେନ୍ଦ୍ର ସରକାର ଜାଣି ନଥିବା ବେଳେ ଶ୍ରୀ ଶାହ କେମିତି ଜାଣିଲେ ବୋଲି ପ୍ରଶ୍ନ କରିଥିଲେ।

ତେବେ ବିବାଦ ବଢ଼ିବାରୁ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଭିକେ ସିଂହ ଆଜି ଶ୍ରୀ ଶାହ ଦେଇଥିବା ବୟାନକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି, ଗୁଇନ୍ଦା ତଥ୍ୟ ଅନୁସାରେ ଏୟାର ଷ୍ଟ୍ରାଇକ୍‌ ଯୋଗୁ ଅନ୍ୟୂନ ୨୫୦ ଜଣ ଆତଙ୍କୀ ନିହତ ହୋଇଥାଇପାରନ୍ତି। ବିଜେପି ମୁଖ୍ୟ ନିର୍ଦ୍ଦିଷ୍ଟ ଭାବେ ଯେ ୨୫୦ ଜଣ ଆତଙ୍କୀ ପ୍ରାଣ ହରାଇଥିବା କହି ନଥିଲେ।

କେବଳ ଅନୁମାନ କରିଥିଲେ। ଏୟାର ଷ୍ଟ୍ରାଇକ୍‌ ବେଳେ ଯେଉଁମାନେ ସେଠାରେ ଥିଲେ, ସେଇମାନେ ପ୍ରାଣ ହରାଇଛନ୍ତି। ଅନୁମାନ କରାଯାଉଛି ସେଠାରେ ୨୫୦ ଜଣ ଆତଙ୍କବାଦୀ ରହିଥିଲେ। ଅମିତ ଶାହ ମଧ୍ୟ ସେଇଆ କହିଥିଲେ

ଫେବୃଆରୀ ୧୪ ପୁଲୱାମା ଆକ୍ରମଣ ପରେ ୨୬ ତାରିଖରେ ବାୟୁସେନା ପକ୍ଷରୁ ବାଲାକୋଟ୍‌ରେ ଏୟାର ଷ୍ଟ୍ରାଇକ୍‌ କରାଯାଇଥିଲା।



from Odisha Reporter https://ift.tt/2tS0r4V

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages