
ଆନନ୍ଦପୁର (ମୁନା ସିଂ): କେନ୍ଦୁଝର ଜିଲ୍ଲା ଘଷିପୁରାର ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରା ହତ୍ୟା ମାମଲାରେ ଆଉ ୨ଜଣ ଗିରଫ ହୋଇଛନ୍ତି। ସେମାନେ ହେଲେ ପ୍ରମୋଦ ଦାସ ଏବଂ ଅରୂପ ପୃଷ୍ଟି।
ଏହାକୁ ମିଶାଇ ଗିରଫଙ୍କ ସଂଖ୍ୟା ୫ରେ ପହଞ୍ଚିଛି। ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ରକୁ ପୁଲିସ୍ ଜବତ କରିଛି।
ସୋମବାର ରାତିରେ ରାମଚନ୍ଦ୍ରଙ୍କୁ ଭେଟିବାକୁ ତାଙ୍କ ଘରକୁ ୫ରୁ ୬ଜଣ ଲୋକ ଆସିଥିଲେ। ଏକାଠି ଚା’ ପାନ ପରେ ସମସ୍ତେ ବାହାରକୁ ଆସିଥିଲେ। ତେବେ ଘରଠାରୁ ମାତ୍ର କେଇ ମିଟର ଦୂରରେ ହଠାତ୍ ସେମାନେ ସଂଘବଦ୍ଧ ହୋଇ ଖଣ୍ଡା ଓ ଭୁଜାଲିରେ ରାମଚନ୍ଦ୍ରଙ୍କୁ ଚୋଟ ପରେ ଚୋଟ ପକାଇଥିଲେ। ତାଙ୍କ ଚିତ୍କାର ଶୁଣି ପରିବାର ଲୋକେ ଆସିଯିବାରୁ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ।
ହତ୍ୟାକାରୀମାନେ ରାମଚନ୍ଦ୍ରଙ୍କ ଦୁଇଟି ହାତ ଓ ଗୋଡ଼ କାଟି ଦେଇଥିଲେ। ଏପରିକି ସେମାନେ ଗୋଟିଏ ହାତ କାଟି ନେଇ ପଳାଇଥିଲେ। ସେମାନେ ସେହି ହାତଟିକୁ ପୋଖରୀରେ ଫିଙ୍ଗି ଦେଇଥିଲେ।
ଏହି ହତ୍ୟାକାଣ୍ଡ ପଛରେ ଶାସକ ଦଳ ବିଧାୟକ ତଥା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ସେ ଏହାକୁ ଅସ୍ୱୀକାର କରିଛନ୍ତି।
from Odisha Reporter https://ift.tt/2U0q6Yu
No comments:
Post a Comment