
ବରଗଡ଼(ଦୀପକ ଶର୍ମା): ସୁବାସ ଚୌହ୍ୱାନ ବିଜେପିରୁ ଇସ୍ତଫା ଦେବା ପରେ ବରଗଡ଼ ଜିଲ୍ଲାର ୯ଜଣ ଜିଲ୍ଲା ପରିଷଦ ସଭ୍ୟ ଦଳ ଛାଡ଼ିଛନ୍ତି। ସେମାନଙ୍କ ସହ ଜିଲ୍ଲା ଉପ-ସଭାପତି ପ୍ରଶାନ୍ତ କୁମାର ମାଝୀ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି।
ଏହି ୧୦ ନେତା ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ସେମାନଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ଦଳୀୟ କାର୍ଯ୍ୟରେ ସେମାନେ ଅସନ୍ତୁଷ୍ଟ ଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି।
ଦଳରୁ ଇସ୍ତଫା ଦେଇଥିବା ଜିଲ୍ଲା ପରିଷଦ ସଦସ୍ୟମାନେ ହେଲେ ସଞ୍ଜୁକ୍ତା ମାଝୀ, ଅଞ୍ଜନ ଭୋଇ, ସୁଜାତା ବାରିକ, ବିଳାସିନୀ ମେହେର, ବିଶ୍ୱକାନ୍ତି ଭୋଇ, ସୁଷମା ଭୁଏ, ପଞ୍ଚାନନ ମିର୍ଧା, ପାର୍ବତୀ ଭୋଇ ଏବଂ ଉମେଶ ଚନ୍ଦ୍ର ବଢ଼େଇ।
ଟିକେଟ୍ ବଣ୍ଟନକୁ ନେଇ ଅସନ୍ତୁଷ୍ଟ ଥିବା ସୁବାସ ଚୌହ୍ୱାନ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଛନ୍ତି। ସେ ବରଗଡ଼ ଲୋକସଭା ଆସନରୁ ପ୍ରାର୍ଥୀ ହେବାକୁ ଆଶା ରଖିଥିଲେ। ତେବେ ବିଜେପି ତାଙ୍କ ବଦଳରେ ସୁରେଶ ପୂଜାରୀଙ୍କୁ ଏଠାରୁ ପ୍ରାର୍ଥୀ କରିଛି। ତାଙ୍କୁ ବିଜେପୁରରୁ ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ କୁହାଯାଇଥିଲା। ତେବେ ସେ ଏଥିରେ ରାଜି ହୋଇ ନଥିଲେ।
from Odisha Reporter https://ift.tt/2FAJKjL
No comments:
Post a Comment