ପଦାରେ ପଡ଼ିଲା ବିଜେଡି ଚାଲ୍, କମ୍ପିଲେ ଦାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 14, 2019

ପଦାରେ ପଡ଼ିଲା ବିଜେଡି ଚାଲ୍, କମ୍ପିଲେ ଦାମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଏବେ ବିଜେଡି ପାଇଁ ମୁଣ୍ଡବ୍ୟଥା ପାଲଟିଛନ୍ତି। ଡାକ୍ତର ରାଉତଙ୍କ ତୁଣ୍ଡ ଉପରେ ଲଗାମ ଦେବା ପାଇଁ ପୁଅକୁ ମୋହରା ସଜାଇ ବିଜେଡି କରିଥିବା ଚାଲ୍ ଧରାପଡ଼ିଯାଇଛି। ଡାକ୍ତର ରାଉତ ବିଜେଡିର ଏହି ଷଡ଼ଯନ୍ତ୍ର ଜାଣିବା ପରେ ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରି ତାଙ୍କର ନୈତିକତା ଆଗରେ ପାରିବାରିକ ମୋହ କୌଣସି ଗୁରୁତ୍ୱ ବହନ କରେନି ବୋଲି ସ୍ପଷ୍ଟ କରିଛନ୍ତି। ବିଜେଡି ଏବେ ହୀନ ରାଜନୀତି କରି କ୍ଷମତାର ଲୋଭ ଦେଖାଇ ପିତା-ପୁତ୍ରଙ୍କ ମଧ୍ୟରେ ଫାଟ କରିବାକୁ ପ୍ରୟାସ ଆରମ୍ଭ କରିଦେଇଛି। ଡାକ୍ତର ରାଉତ ସମ୍ଭବତଃ ଖୁବଶୀଘ୍ର ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଆକଳନ କରାଯାଉଛି।

ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଡାକ୍ତର ରାଉତଙ୍କ ପୁଅ ସମ୍ବିତ ରାଉତରାୟ ଆଜି ନବୀନ ନିବାସ ଯାଇ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ। ଏହାପରେ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ ଶ୍ରୀ ରାଉତରାୟ କହିଥିଲେ ଯେ, ସେ ପାରାଦୀପରୁ ନିର୍ବାଚନ ଲଢ଼ିବା ପାଇଁ ଆଶାୟୀ ଅଛନ୍ତି। ତେବେ ଦଳ ଯାହା ନିଷ୍ପତ୍ତି ନେବ ତାକୁ ସେ ମାନିନେବେ। ତାଙ୍କ ପିତାଙ୍କୁ ବୁଝାଇବା ଦାୟିତ୍ୱ ତାଙ୍କର ନୁହେଁ। ଯାହାବି ଚର୍ଚ୍ଚା ହେଉଛି ତାକୁ ଚର୍ଚ୍ଚାରେ ରହିବାକୁ ଦିଆଯାଉ।

ଅନ୍ୟପକ୍ଷରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡାକ୍ତର ରାଉତ କହିଛନ୍ତି ଯେ, ତାଙ୍କର ୪୦ବର୍ଷର ରାଜନୀତିକ ଜୀବନକୁ ଗୋଟିଏ ମୁହୂର୍ତ୍ତରେ ନଷ୍ଟ କରିଦିଆଯାଇଛି। ମୋତେ ଯେଭଳି ନିନ୍ଦିତ କରାଯାଇଛି ମୁଁ ମଧ୍ୟ ନବୀନ ପଟ୍ଟନାୟକଙ୍କୁ ସେଭଳି ନିନ୍ଦିତ କରାଇବି। ମୋର ଗୋଟିଏ ଲକ୍ଷ୍ୟ ହେଉଛି ନବୀନ ପଟ୍ଟନାୟକ ଯେମିତି ଆଉ ସରକାର ଗଢ଼ିନପାରିବେ। ଶେଷ ନିଶ୍ୱାସ ଥିବା ଯାଏ ଏଥିପାଇଁ ଲଢ଼େଇ ଜାରି ରଖିବି। ବିଜେଡିକୁ ଫେରିବା ପ୍ରସଙ୍ଗରେ ଡାକ୍ତର ରାଉତ କହିଛନ୍ତି ପକାଇଥିବା ଛେପ ଢ଼ୋ ଢୋକିବା ଲୋକ ସେ ନୁହଁନ୍ତି। ବିଜେଡି ଏବେ ନବୀନ ନିବାସର ଅକ୍ଷୟ ଓ କାଳିଆ ଏବଂ ପାଣ୍ଡିଆନ ଓ ବବି ଦାସ ମଧ୍ୟରେ ସୀମିତ ହୋଇଯାଇଛି। ତାଙ୍କୁ ଦିଆଯାଇଥିବା ଅପମାନର ସେ ପ୍ରତିଶୋଧ ନେବେ। ଏଥିପାଇଁ ସେ କାହାକଥା ମଧ୍ୟ ଶୁଣିବେନି । ପୁଅ,ଝିଅ କିମ୍ବା ସ୍ତ୍ରୀ କାହାକଥା ସେ ଶୁଣିବେନି। ତାଙ୍କ ବିବେକ ଯାହା କହିବ ତାହା ହିଁ କରିବେ। ୨୦୧୯ରେ ନବୀନଙ୍କୁ ଶାସନରୁ ବିଦା କରିବା ପାଇଁ ସେ ଲଢ଼େଇ ଜାରି ରଖିବେ। ଏହି ଲଢ଼େଇ ଦୁର୍ନୀତି, ଭ୍ରଷ୍ଟାଚାର ଓ କୁଶାସନ ବିରୋଧରେ ହେବ ବୋଲି ଡାକ୍ତର ରାଉତ ସ୍ପଷ୍ଟ କରିଛନ୍ତି।

ଡାକ୍ତର ରାଉତ ଦିନେ ଦୁଇଦିନ ମଧ୍ୟରେ ବିଜେପିର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା ପାଇଁ ଦିଲ୍ଲୀ ଗସ୍ତରେ ଯାଇପାରନ୍ତି ବୋଲି ସୂଚନା ମିଳିଛି।



from Odisha Reporter https://ift.tt/2FbPcL9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages