କର୍ତ୍ତାରପୁର: ପାକିସ୍ତାନକୁ ଭିସାମୁକ୍ତ ତୀର୍ଥଯାତ୍ରା ଦାବି କଲା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 14, 2019

କର୍ତ୍ତାରପୁର: ପାକିସ୍ତାନକୁ ଭିସାମୁକ୍ତ ତୀର୍ଥଯାତ୍ରା ଦାବି କଲା ଭାରତ

ନୂଆଦିଲ୍ଲୀ: କର୍ତ୍ତାରପୁର ଶିଖ୍‌ କରିଡରକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପ୍ରଥମ ବୈଠକରେ ଭିସାମୁକ୍ତ ତୀର୍ଥଯାତ୍ରା ପାଇଁ ଦାବି କରିଛି ଭାରତ। ପ୍ରତିଦିନ ୫ ହଜାର ଭାରତୀୟ ଶ୍ରଦ୍ଧାଳୁ ପାକିସ୍ତାନ ଯିବେ ବୋଲି ଭାରତ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଉଭୟ ରାଷ୍ଟ୍ର ପକ୍ଷରୁ ଜାରି କରାଯାଇଥିବା ଏକ ମିଳିତ ବିବୃତ୍ତିରେ କୁହାଯାଇଛି ଏହି କର୍ତ୍ତାରପୁର ସାହିବ୍‌ କରିଡରର ବିଭିନ୍ନ ଦିଗ ଓ ବ୍ୟବସ୍ଥାକୁ ନେଇ ବ୍ୟାପକ ଏବଂ ଗଠନ ମୂଳକ ଆଲୋଚନା ହୋଇଛି।

ଏହା ଶିଖ୍‌ ଧର୍ମର ମହାନ ଗୁରୁ ନାନକଙ୍କ ଅନ୍ତିମ ବିଶ୍ରାମସ୍ଥଳ ଏବଂ ଏଠାରେ ଥିବା ଗୁରୁଦ୍ୱାରା ଦରବାର ସାହିବ ଭାରତୀୟଙ୍କ ଧାର୍ମିକ ମନୋଭାବ ଜଡ଼ିତ ଥିବାରୁ ଭାରତ ପକ୍ଷରୁ ଦୀର୍ଘଦିନ ଧରି ଏହି କରିଡରକୁ ଗୁରୁତ୍ୱ ଦିଆଯାଇ ଆସୁଛି।

ଅଟ୍ଟାରୀଠାରେ ଏହି ଦ୍ୱିପାକ୍ଷିକ ବୈଠକରେ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏସ୍‌ସିଏଲ ଦାସ ନାମକ ଜଣେ ଅଧିକାରୀ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଉଥିଲେ। ତାଙ୍କ ସହିତ ପାକିସ୍ତାନ ପକ୍ଷରୁ ସେଠାକାର ବୈଦେଶିକ ମନ୍ତ୍ରଣାଳୟର ଡିଜି ଡକ୍ଟର ମହମ୍ମଦ ଫୈଜଙ୍କ ନେତୃତ୍ୱରେ କିଛି ପାକିସ୍ତାନୀ ଅଧିକାରୀ ମଧ୍ୟ ଯୋଗ ଦେଇଥିଲେ।

ଶ୍ରୀ ଦାସ ବୈଠକ ପରେ ସୂଚନା ଦେଇଛନ୍ତି ଭାରତ ପକ୍ଷରୁ ୩ଟି ଦାବି ରଖାଯାଇଥିଲା। ଏହି ୩ଟି ଦାବି ମଧ୍ୟରୁ ଗୋଟିଏ ଥିଲା, ପ୍ରତିଦିନ ୫୦୦୦ ଶ୍ରଦ୍ଧାଳୁ ଏହି ତୀର୍ଥସ୍ଥାନକୁ ଯିବା ପାଇଁ ପାକିସ୍ତାନ ଅନୁମତି ଦେଉ। ଗୁରୁପର୍ବ ଏବଂ ବୈଶାଖୀ ଭଳି ବିଶେଷ ଦିନରେ ଏହି ସଂଖ୍ୟା ୧୦ ହଜାରକୁ ବୃଦ୍ଧି ପାଇଁ ମଧ୍ୟ ଅନୁମତି ପାଇଁ ଦାବି କରାଯାଇଛି। ପ୍ରବାସୀ ଭାରତୀୟଙ୍କ ସମେତ ସମସ୍ତ ଭାରତୀୟଙ୍କୁ ଭିସାମୁକ୍ତ ପ୍ରବେଶ ଅନୁମତି ଏବଂ ଯଦି କେହି ଶ୍ରଦ୍ଧାଳୁ ଚାହାନ୍ତି ସେମାନେ ଖାଲି ପାଦରେ ମଧ୍ୟ ଯିବାକୁ ଦିଆଯାଉ ବୋଲି ଦାବି କରାଯାଇଛି।

ସପ୍ତାହକ ୭ ଦିନ ଏହି କରିଡର ଖୋଲା ରଖାଯାଉ ଏବଂ କୌଣସି ଦିନରେ ମଧ୍ୟ ଏହାକୁ ବନ୍ଦ ନକରିବାକୁ ପ୍ରସ୍ତାବ ଦିଆଯାଇଛି। ଆଗାମୀ ବୈଠକରେ ଏହି ପ୍ରସ୍ତାବଗୁଡ଼ିକ ବାବଦରେ ଆଲୋଚନା କରାଯିବ ବୋଲି ପାକିସ୍ତାନର ପ୍ରତିନିଧି କଥା ଦେଇଥିବା ଶ୍ରୀ ଦାସ ସୂଚନା ଦେଇଥିଲେ। ଆସନ୍ତା ଏପ୍ରିଲ ୨ ତାରିଖରେ ପୁଣି ବୈଠକ ହେବାକୁ ତାରିଖ ନିର୍ଦ୍ଧାରଣ କରାଯାଇଛି।

ଅନ୍ୟପକ୍ଷରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଏକ ବିବୃତ୍ତିରେ କୁହାଯାଇଛି, ଉଭୟ ପକ୍ଷରୁ ବୈଷୟିକ ବିଶେଷଜ୍ଞଙ୍କର ଏକ ପ୍ରତିନିଧି ମଣ୍ଡଳୀ ମାର୍ଚ୍ଚ ୧୯ ତାରିଖରେ ଭେଟ ହେବାର ଅଛି। ସେମାନେ ପ୍ରସ୍ତାବିତ ଜିରୋ ପଏଣ୍ଟରେ ଭେଟ ହୋଇ ଏହି ପ୍ରକଳ୍ପ ବାବଦରେ ଆଲୋଚନା କରିବେ।



from Odisha Reporter https://ift.tt/2u4Nd4O

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages