ବିଜେପିର ପ୍ରାର୍ଥୀ ଘୋଷଣା: କେନ୍ଦ୍ରାପଡ଼ାରୁ ବୈଜୟନ୍ତ, ଭୁବନେଶ୍ୱରରୁ ଅପରାଜିତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 21, 2019

ବିଜେପିର ପ୍ରାର୍ଥୀ ଘୋଷଣା: କେନ୍ଦ୍ରାପଡ଼ାରୁ ବୈଜୟନ୍ତ, ଭୁବନେଶ୍ୱରରୁ ଅପରାଜିତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ କଳ୍ପନା ଜଳ୍ପନା ପରେ ଲୋକସଭା ନିର୍ବାଚନ ପାଇଁ ବିଜେପି ଆଜି ତା’ର ପାର୍ଥୀ ତାଲିକା ଘୋଷଣା କରିଛି। ଆଜି ପ୍ରଥମ ପର୍ଯ୍ୟାୟରେ ଦେଶର ୧୮୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ସିଇସିର ସାଧାରଣ ସମ୍ପାଦକ ଜେପି ନଡ୍ଡା ଏହି ତାଲିକା ଘୋଷଣା କରିଛନ୍ତି।

ଏହି କ୍ରମରେ ଓଡ଼ିଶା ପାଇଁ ୧୦ଟି ଆସନ ଲାଗି ମଧ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ଜୁଏଲ ଓରାମ, କେନ୍ଦ୍ରାପଡ଼ା ପାଇଁ ବୈଜୟନ୍ତ ପଣ୍ଡା, ଭୁବନେଶ୍ୱର ଆସନ ପାଇଁ ଅପରାଜିତା ଷଡ଼ଙ୍ଗୀ, କେନ୍ଦୁଝର ପାଇଁ ଅନନ୍ତ ନାୟକ, ବଲାଙ୍ଗୀର ପାଇଁ ସଙ୍ଗୀତା ସିଂହଦେଓ, ବ୍ରହ୍ମପୁର ପାଇଁ ଭୃଗୁ ବକ୍ସିପାତ୍ର, ନବରଙ୍ଗପୁର ପାଇଁ ବଳଭଦ୍ର ମାଝୀ, ଢେଙ୍କାନାଳ ପାଇଁ ରୁଦ୍ର ନାରାୟଣ ପାଣି, ଆସିକା ପାଇଁ ଅନୀତା ପ୍ରିୟଦର୍ଶନୀ, ବାଲେଶ୍ୱର ପାଇଁ ପ୍ରତାପ ଷଡ଼ଙ୍ଗୀଙ୍କ ନାମ ଘୋଷଣା କରାଯାଇଛି।



from Odisha Reporter https://ift.tt/2TU78mj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages