ଘୋଷଣା ହେଲା ବିଜେପିର ପ୍ରାର୍ଥୀ ତାଲିକା: ବାରଣାସୀରୁ ଲଢ଼ିବେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 21, 2019

ଘୋଷଣା ହେଲା ବିଜେପିର ପ୍ରାର୍ଥୀ ତାଲିକା: ବାରଣାସୀରୁ ଲଢ଼ିବେ ମୋଦି

ନୂଆଦିଲ୍ଲୀ: ଦୀର୍ଘ ୪ ଦିନ ଧରି କସରତ ପରେ ଶେଷରେ ବିଜେପି ଆସନ୍ତା ସାଧାରଣ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି।

ଆଜି ବିଜେପି ସିଇସି ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଥିବା ୧୮୪ ଜଣ ନେତାଙ୍କ ନାଁ ଘୋଷଣା କରିଛନ୍ତି।

ଓଡ଼ିଶା ସମେତ କର୍ଣ୍ଣାଟକା, ଜମ୍ମୁ-କଶ୍ମୀର, ରାଜସ୍ଥାନ, କେରଳ, ତ୍ରିପୁରା, ଅରୁଣାଚଳ ପ୍ରଦେଶ, ମହାରାଷ୍ଟ୍ର, ଆଣ୍ଡାମାନ ନିକୋବର, ବିହାର ଓ ଉତ୍ତର ପ୍ରଦେଶ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟ ଭୋଟ୍‌ ପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ମାର୍ଚ୍ଚ ୨୫ ହୋଇଥିବାରୁ ବିଜେପି ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।

ବିଜେପିର ପ୍ରାର୍ଥୀ ତାଲିକା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ପରି ଏଥର ମଧ୍ୟ ଉତ୍ତର ପ୍ରଦେଶର ବାରଣାସୀରୁ ନିର୍ବାଚନ ଲଢ଼ିବେ। ଅମିତ ଶାହ ଗୁଜରାଟର ଗାନ୍ଧି ନଗରରୁ ପ୍ରାର୍ଥୀ ହେବେ। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଲକ୍ଷ୍ନୌରୁ ଲଢ଼ିବେ। ୨୦୧୪ ପରି ଏଥର ମଧ୍ୟ ରାହୁଲ ଗାନ୍ଧିଙ୍କ ବିପକ୍ଷରେ ବିଜେପି ଆମେଥିରୁ ସ୍ମୃତି ଇରାନୀଙ୍କୁ ପ୍ରାର୍ଥୀ କରିଛି। ଗତଥର ରାହୁଲ ଗାନ୍ଧି ଏଠାରେ ଜିତିଥିଲେ।

ସେହିପରି ଗାଜିପୁରରରୁ ମନୋଜ ସିହ୍ନା, ଗାଜିଆବାଦ୍‌ରୁ ଭିକେ ସିଂହ, ନାଗପୁରରୁ ନୀତୀନ ଗଡ଼କରୀ, ଜିବି ନଗରରରୁ ମହେଶ ଶର୍ମା ମଇଦାନକୁ ଓହ୍ଲାଇବେ।

ବିହାରର ପାଟନା ସାହିବରୁ ବିଜେପି ଶତୃଘ୍ନ ସିହ୍ନାକୁ ଟିକେଟ୍‌ ଦେଇନାହିଁ। ଏଥର ଏହି ଆସନରୁ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ନିର୍ବାଚନ ଲଢ଼ିବେ। ମଥୁରାରୁ ହେମା ମାଳିନୀ, ବରେଲୀରୁ ସନ୍ତୋଷ କୁମାର ଗଙ୍ଗୱାର ଓ ଉନ୍ନାଓରୁ ସାକ୍ଷୀ ମହାରାଜ ଦଳ ପ୍ରାର୍ଥୀ କରିଛି।



from Odisha Reporter https://ift.tt/2Wep7Ax

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages