ମଇଦାନକୁ ଆସିଥିଲେ ନେହେରୁଙ୍କ ଜ୍ୱାଇଁ ଫିରୋଜ ଗାନ୍ଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 13, 2019

ମଇଦାନକୁ ଆସିଥିଲେ ନେହେରୁଙ୍କ ଜ୍ୱାଇଁ ଫିରୋଜ ଗାନ୍ଧି


ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦ୍ୱିତୀୟ ଲୋକସଭା ନିର୍ବାଚନ ହୋଇଥିଲା ୧୯୫୭ରେ । ଦ୍ୱିତୀୟ ଲୋକସଭା ନିର୍ବାଚନରେ ମଧ୍ୟ ଭାରତୀୟ ଜାତୀୟ କଂଗ୍ରେସ ନିଜର ସଫଳତାର କାହାଣୀ ପୁଣି ଦୋହରାଇଥିଲା। ନିର୍ବାଚନରେ ଜାତୀୟ କଂଗ୍ରେସ ମୋଟ ୪୯୦ଟି ସିଟ୍‌ରୁ ୨୯୬ଟି ସିଟ୍‌ ହାସଲ କରିବାରେ ସଫଳ ହୋଇଥିଲା। ବହୁମତ ହାସଲ କରିବା ପରେ ପଣ୍ଡିତ ନେହରୁ  ହୋଇଥିଲେ ପ୍ରଧାନମନ୍ତ୍ରୀ।

୧୧ ମେ ୧୯୫୭ରେ ଅନନ୍ତଶୟନମ୍‌ ଅୟେଙ୍ଗର୍‌ ସର୍ବସମ୍ମତି କ୍ରମେ ନୂଆ ଲୋକସଭା ଅଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା। ଅୟେଙ୍ଗର୍‌ଙ୍କୁ ଲୋକସଭା ଅଧ୍ୟକ୍ଷ କରିବା ପାଇଁ ନିଜେ ପ୍ରଧାନମନ୍ତ୍ରୀ ନେହରୁ ପ୍ରସ୍ତାବ ଦେଇଥିଲେ। ଏହି ନିର୍ବାଚନରେ ସଫଳ ହେବା ପରେ କଂଗ୍ରେସ ଦଳର ସଦସ୍ୟଙ୍କ ସଂଖ୍ୟା ମଧ୍ୟ ବଢ଼ିଥିଲା। ନେହରୁଙ୍କ ଜ୍ୱାଇଁ ଫିରୋଜ ଗାନ୍ଧି ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ନନ୍ଦ କିଶୋରଙ୍କୁ ୨୯୦୦୦ରୁ ଅଧିକ ଭୋଟରେ ହରାଇ ଉତ୍ତରପ୍ରଦେଶର ରାୟବରେଲିରେ ନିର୍ବାଚନ ଜିତିଥିଲେ।

ସବୁଠାରୁ ବଡ଼ କଥା ହେଲା ଯେ ଏହି ଲୋକସଭା ନିର୍ବଚନ ବେଳେ ଜଣେ ହେଲେ ମହିଳା ପ୍ରାର୍ଥୀ ନ ଥିଲେ। ଏହି ନିର୍ବାଚନରେ ସ୍ୱାଧୀନ ଦଳକୁ ୧୯ ପ୍ରତିଶତ ଭୋଟ ମିଳିଥିଲା। କଂଗ୍ରେସ ଦଳ ଦ୍ୱିତୀୟ ଲୋକସଭା ନିର୍ବାଚନରେ ଜିତିବା ପରେ  ୩୧ ମାର୍ଚ୍ଚ ୧୯୬୨ ମସିହାରେ ତା’ର କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିଥିଲା।

ଦ୍ୱିତୀୟ ଲୋକସଭା ନିର୍ବାଚନରେ କଂଗ୍ରେସକୁ ମିଳିଥିଲା ମୋଟ ୫୭,୫୭୯,୫୮୯ ଖଣ୍ଡ ଭୋଟ୍‌।



from Odisha Reporter https://ift.tt/2F0t58S

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages