ବନ୍ଦ ହେବାକୁ ଯାଉଛି ପପୁଲାର୍‌ ଟିଭି ଶୋ’ “ତନ୍ତ୍ର” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 13, 2019

ବନ୍ଦ ହେବାକୁ ଯାଉଛି ପପୁଲାର୍‌ ଟିଭି ଶୋ’ “ତନ୍ତ୍ର”

ମୁମ୍ବାଇ: ହିନ୍ଦି ଟେଲିଭିଜନ୍‌ ଚ୍ୟାନେଲ୍‌ କଲର୍ସରେ ପ୍ରସାରିତ ହେଉଥିବା ସୁପର ପପୁଲାର୍‌ ଟିଭି ଶୋ’ “ତନ୍ତ୍ର”ର ଦର୍ଶକଙ୍କ ପାଇଁ ଖରାପ ଖବର। ଯୁହି ପରମାର୍ ଏବଂ ମନିଷ୍ ଗୋଏଲ୍ଙଙ୍କ ଅଭିନୀତ ଏହି ଶୋ’’ ଶିଘ୍ର ବନ୍ଦ ହେବାକୁ ଯାଉଛି। ଗତ ୩ ଡିସେମ୍ବରରୁ ଆରମ୍ଭ ହୋଇଥିବା ଏହି ଶୋ’ର ଶେଷ ଏପିସୋଡ୍ ୫ ଏପ୍ରିଲ୍‌ରେ ପ୍ରସାରିତ ହେବ।

ସୂଚନା ଅନୁସାରେ, ଏହି ଶୋ’ ଆରମ୍ଭ ହେବାର ଗୋଟେ ମାସ ପରେ ସମୟ ରାତି ୧୧ଟାରୁ ବଦଳାଇ ୯.୩୦ କରାଯାଇଥିଲା। ଏଥିରୁ ଲାଗୁଛି ଯେ, ଏହି ଶୋ’ରୁ କଲର୍ସକୁ କୌଣସି ଲାଭ ହେଲା ନାହିଁ। ତେଣୁ ଏହା ବନ୍ଦ ହେବାକୁ ଯାଉଛି।

ଏଠାରେ ଆମେ କହି ରଖିବାକୁ ଚାହୁଁଛୁ ଯେ, ଶୋ’ର ରେଟିଂ ଦିନକୁ ଦିନ କମିବାରେ ଲାଗିଛି। ଯେଉଁ ଲକ୍ଷ୍ୟରେ ଏହା ପ୍ରସାରଣ କରାଯାଇଥିଲା, ସେଥିରେ ଏହା ସଫଳ ହୋଇ ନ ପାରିବାରୁ ଶେଷରେ ଶୋ’ଟି ବନ୍ଦ ହେବାକୁ ଯାଉଛି। ଆଉ ଏହାର ଶେଷ ଏପିସୋଡ୍ ୫ ଏପ୍ରିଲ୍‌ରେ ପ୍ରସାରଣ କରାଯିବ।

ଯୁହି ପରମାର୍ ଏବଂ ମନିଷ୍ ଗୋଏଙ୍କ ଭଳି ପପୁଲାର୍ ଅଭିନେତାଙ୍କ ସହ ହିଟେନ୍ ତେଜ୍ୱାନି, ରୋହିତ ଖୁରାନା  ପ୍ରମୁଖ  ଅଭିନୟ କରୁଛନ୍ତି। ସ୍ୱସ୍ତିକ୍ ପ୍ରଡକ୍ସନ୍ ଏହି ଶୋ’କୁ ସମ୍ପାଦନା କରିଛି।

ଏହି ଶୋ’ର କାହାଣୀ ଏକ ପାରିବାରର କାହାଣୀ ଉପରେ ଆଧାରିତ। ଖାନ୍ନ ପରିବାର ଏକ ଘରେ ରହିବାକୁ ଆସଛନ୍ତି। କିନ୍ତୁ ସେହି ଘରେ ପୂର୍ବରୁ କଳା ଯାଦୁର ପ୍ରଭାବ ରହିଥାଏ। ପ୍ରଥମେ ପ୍ରଥମେ ହସଖୁସିରେ ଏହି ପରିବାରର ସମୟ ଅତିବାହିତ ହୁଏ। କିନ୍ତୁ ସମୟ ସମୟରେ ଭୟାନକ ଘଟଣାମାନ ଘଟେ। ଶୋ’ଟି କଳା ଯାଦୁ ଏବଂ ରହସ୍ୟ କାହାଣୀକୁ ନେଇ ଗତିଶୀଳ ହୁଏ।



from Odisha Reporter https://ift.tt/2NYloUS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages