ମୋଦି ହାୱାକୁ ଟକ୍କର ଦେବେ ଏହି ୩ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 12, 2019

ମୋଦି ହାୱାକୁ ଟକ୍କର ଦେବେ ଏହି ୩ ମହିଳା

ଲକ୍ଷ୍ନୌ: ସାଧାରଣ ନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ଏବେ ସମଗ୍ର ଦେଶରେ ରାଜନୀତିକ ଉଷ୍ଣତା ବଢ଼ି ଯାଇଛି। ତେବେ ଦେଶର ସବୁଠାରୁ ଅଧିକ ଲୋକସଭା ଆସନ ଥିବା ଉତ୍ତର ପ୍ରଦେଶ ଉପରେ ଏବେ ସମସ୍ତଙ୍କ ନଜର। ଏଠାରେ ଥିବା ୮୦ଟି ଲୋକସଭା ଆସନରୁ କିଏ କେତୋଟି ଆସନ ଜିତିବ, ତାକୁ ନେଇ ସବୁ ଦଳ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶରେ ୨୦୧୪ ସଫଳତାର ପୁନରାବୃତ୍ତି କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ୨୦୧୪ରେ ବିଜେପି ଏଠାରେ ୮୦ଟି ଲୋକସଭାରୁ ୭୧ଟିରେ ବାଜିମାତ କରିଥିଲା। ତେବେ ଏଥର ମୋଦିଙ୍କ ସହ ରାଜ୍ୟର ୩ ଜଣ ମହିଳାଙ୍କ ସିଧାସଳଖ ଲଢ଼େଇ ହେବ।

୨୦୧୪ରେ ମାୟାବତୀଙ୍କ ବିଏସ୍‌ପି ଉତ୍ତର ପ୍ରଦେଶରେ ଖାତା ଖୋଲି ପାରି ନଥିଲା। କିନ୍ତୁ ଏଥର ମାୟାବତୀ ନିର୍ବାଚନରେ ମୋଦିଙ୍କୁ ରୋକିବା ଲାଗି ସମାଜବାଦୀ ପାର୍ଟି ସହ ମେଣ୍ଟ କରିଛନ୍ତି। ମାୟାବତୀଙ୍କ ବ୍ୟତୀତ ଗାନ୍ଧି ପରିବାରର ଲଳନା ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ସକ୍ରିୟ ରାଜନୀତିରେ ପ୍ରବେଶ କରି ମୋଦିଙ୍କ ପାଇଁ କଣ୍ଟା ସାଜିଛନ୍ତି।

ପରିବାରବାଦ ରାଜନୀତିକୁ ବନ୍ଦ କରିବା ପାଇଁ ସମାଜବାଦୀ ପାର୍ଟି (ସପା)ମୁଖ୍ୟ ଅଖିଲେଶ ଯାଦବ ତାଙ୍କ ପତ୍ନୀ ଡିମ୍ପଲ ଯାଦବଙ୍କୁ ଏଥର ଟିକେଟ୍‌ ଦେବେ ନାହିଁ ବୋଲି କହିଥିଲେ। ହେଲେ ୨୦୧୯ରେ ସେ କନୌଜ ଆସନରୁ ପୁଣିଥରେ ଲଢ଼ିବେ। ଏହି ୩ ମହିଳାଙ୍କ ଲୋକପ୍ରିୟତା ମୋଦି ହାୱାକୁ ରୋକିପାରିବ କି ନାହିଁ, ତା’ହା ୧୧ ତାରିଖର ଭୋଟ୍‌ ଗ୍ରହଣ ଓ ୨୩ ତାରିଖ ଫଳାଫଳ ପ୍ରକାଶ ପାଇବା ପରେ ହିଁ ଜଣାପଡ଼ିବ।

ମାୟାବତୀ ଉତ୍ତର ପ୍ରଦେଶରେ ୪ଥର ମୁଖ୍ୟମନ୍ତ୍ରୀ ହେବା ସହ ଦଳିତ ଭୋଟ ବ୍ୟାଙ୍କକୁ ଆଜି ମଧ୍ୟ ନିଜ ପାଖରେ ରଖିଛନ୍ତି। ସେ ୨୦୦୯ରୁ ନିୟମିତ ପରାସ୍ତ ହେଉଥିଲେ ହେଁ ଦଳିତ ଭୋଟ୍‌ ସର୍ବଦା ତାଙ୍କ ସହ ରହିଛି। ରାଜ୍ୟର ୨୨% ଦଳିତ ଭୋଟ୍‌ ତାଙ୍କ ପାଖରେ ଥିବା ବେଳେ ସପା ସହ ତାଙ୍କର ମେଣ୍ଟ ନିଶ୍ଚିତ ଭାବେ ବହୁଜନ ସମାଜ ପାର୍ଟିର ବିଜୟରେ ସହାୟକ ହେବ।

ପ୍ରିୟଙ୍କା ଗାନ୍ଧି ରାଜନୀତିରେ ଡେବ୍ୟୁ କରିଥିବାରୁ ଏବେ ସମସ୍ତଙ୍କ ନଜର ତାଙ୍କ ଉପରେ ରହିଛି। ତାଙ୍କର ରାଜନୀତିରେ ପ୍ରବେଶ କଂଗ୍ରେସକୁ ଉତ୍ତର ପ୍ରଦେଶରେ ନୂଆ ସଞ୍ଜିବନୀ ଦେବ ବୋଲି କୁହାଯାଉଛି। ଏଥିସହ ସେ କଂଗ୍ରେସ ପାଇଁ ଭୋଟ୍‌ ବ୍ୟାଙ୍କ ମଧ୍ୟ ସୃଷ୍ଟି କରିପାରିବେ।

ଡିମ୍ପଲ ଯାଦବ ଦୁଇ ଦୁଇ ଥର ନିର୍ବାଚନ ଜିତି ସାରିଛନ୍ତି। ମୁଲାୟମ ସିଂହ ଯାଦବ ଓ ଅଖିଲେଶ ଯାଦବଙ୍କ ଭଳି ନେତା ସପାରେ ଥିଲେ ହେଁ ଡିମ୍ପଲ୍‌ଙ୍କର ଏକ ସ୍ୱତନ୍ତ୍ର ଭୋଟ୍‌ ବ୍ୟାଙ୍କ ରହିଛି। ସେ ଅଖିଲେଶଙ୍କୁ ଅନେକ ରାଜନୀତିକ ନିଷ୍ପତ୍ତି ନେବାରେ ମଧ୍ୟ ସହଯୋଗ କରନ୍ତି। ତେଣୁ ତାଙ୍କର ମଧ୍ୟ ଉତ୍ତର ପ୍ରଦେଶରେ ବେଶ ଦବଦବା ରହିଛି।



from Odisha Reporter https://ift.tt/2XT7wQs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages