
ନୂଆଦିଲ୍ଲୀ: ବିଏସ୍ପି ମୁଖ୍ୟ ମାୟାବତୀଙ୍କ ପୂର୍ବତନ ସଚିବ ଟିକସ ଫାଙ୍କି କରିଥିବା ଅଭିଯୋଗରେ ତାଙ୍କର ବିଭିନ୍ନ ଠିକଣାରେ ଆୟକର ବିଭାଗ ପକ୍ଷରୁ ଚଢ଼ଉ ହୋଇଛି। ସେ ୧୦୦ କୋଟି ଟଙ୍କାର ଟିକସ ଫାଙ୍କି କରିଥିବା ଅଭିଯୋଗ ହୋଇଛି।
ନେତରାମ ନାମକ ଏହି ଅବସରପ୍ରାପ୍ତ ପ୍ରଶାସକ ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ସହିତ କୋଟି କୋଟି ଟଙ୍କାର ଟିକସ ଫାଙ୍କିଥିବା ଘଟଣା ସାମ୍ନାକୁ ଆଣିବା ପାଇଁ ଏହି ଚଢ଼ଉ କରାଯାଇଥିଲା। ସକାଳୁ ଆରମ୍ଭ ହୋଇଥିବା ଏହି ଚଢ଼ଉ ସନ୍ଧ୍ୟା ଯାଏ ଚାଲୁ ରହିବ।
ମାୟାବତୀ ୨୦୦୭ରୁ ୨୦୧୨ଯାଏ ମୁଖ୍ୟମନ୍ତ୍ରୀ ଥିବା ସମୟରେ ନେତରାମ ତାଙ୍କର ନିକଟତମ ଅଧିକାରୀ ଥିଲେ। ସେ ୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରିନ୍ସିପାଲ ସେକ୍ରେଟାରୀ ଭାବରେ କାର୍ଯ୍ୟରତ ଥିଲେ। ଦଳିତ ବର୍ଗର ଏହି ଆଇଏଏସ୍ ଅଧିକାରୀ କୃଷି, ଅବକାରୀ, ଖାଦ୍ୟ ଓ ଖାଉଟି ଯୋଗାଣ ଆଦି ବିଭାଗ ନିଜ ଅକ୍ତିଆରରେ ରଖିଥିଲେ।
୨୦୧୨ରେ ଅଖିଲେଶ କ୍ଷମତାକୁ ଆସିବା ପରେ ତାଙ୍କଠାରୁ ଏ ସବୁ ବିଭାଗ ଛଡ଼ାଇ ନିଆଯାଇଥିଲା। ସେ ୨୦୧୪ରେ ଏକାଡେମୀ ଅଫ୍ ଆଡମିନ୍ଷ୍ଟ୍ରେସନ୍ ଆଣ୍ଡ ମ୍ୟାନେଜ୍ମେଣ୍ଟର ଡିଜି ଭାବରେ ଅବସର ନେଇଥିଲେ।
from Odisha Reporter https://ift.tt/2T4G8LS
No comments:
Post a Comment