ସ୍କୁଲ ପିଲା ପଢ଼ିବେ ଅଭିନନ୍ଦନଙ୍କ ବୀରତ୍ୱର କାହାଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 5, 2019

ସ୍କୁଲ ପିଲା ପଢ଼ିବେ ଅଭିନନ୍ଦନଙ୍କ ବୀରତ୍ୱର କାହାଣୀ

ଜୟପୁର: ରାଜସ୍ଥାନର ସ୍କୁଲ୍‌ର ଛାତ୍ରମାନେ ତାଙ୍କ ପାଠ୍ୟ ପୁସ୍ତକରେ ବାୟୁସେନାର ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କ ସଫଳତାର କାହାଣୀ ପଢ଼ିବେ। ଏନେଇ ରାଜସ୍ଥାନର ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂହ ଡୋଟାସରା ଏକ ପ୍ରସ୍ତାବ ଆଗତ କରିଛନ୍ତି।

ପାଇଲଟ୍‌ ଶିକ୍ଷାକୁ ଅଗ୍ରାଧିକାର ଦେଇ ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କ ସାହାସିକତାର କାହାଣୀ ସମ୍ମାନର ସହିତ ରାଜସ୍ଥାନର ସ୍କୁଲ୍‌ ସିଲାବସ୍‌ରେ ସ୍ଥାନ ପାଇବ ବୋଲି ମନ୍ତ୍ରୀ ସୋମବାର ଟ୍ୱିଟ୍‌ କରି ଜଣାଇଛନ୍ତି। ସେହିପରି ଏକ ଫେସବୁକ୍‌ରେ #AbhinandanDiwas ଲେଖି ସେ ଏହି କଥାକୁ ପୋଷ୍ଟ୍‌ କରି କହିଛନ୍ତି।

କିନ୍ତୁ ଅଭିନ୍ଦନଙ୍କ କାହାଣୀ କେଉଁ ଶ୍ରେଣୀର ପାଠ୍ୟପୁସ୍ତକରେ ସ୍ଥାନ ପାଇବେ ତାହା ଡୋଟାସରା ଜଣାଇନାହାନ୍ତି। ପାକିସ୍ତାନର ଲଢ଼ୁଆ ବିମାନ ଏଫ୍‌-୧୬କୁ ଖସାଇଦେଇଥିବା ଅଭିନନ୍ଦନ ଏବେ ଦେଶର ହିରୋ ପାଲଟିଯାଇଛନ୍ତି। କେବଳ ଅଭିନନ୍ଦନ ନୁହଁନ୍ତି ପୁଲୱାମା ଆକ୍ରମଣରେ ସହିଦ୍‌ ହୋଇଥିବା ଅନ୍ୟ ବୀର ଯବାନଙ୍କ କାହାଣୀ ମଧ୍ୟ ସିଲାବସ୍‌ରେ ସ୍ଥାନ ପାଇବ। ସିଲାବସ୍‌ ସମୀକ୍ଷା କମିଟି ଏହାକୁ ଗ୍ରହଣ କରିବା ପରେ ଏହି କାର୍ଯ୍ୟକୁ ଆଗେଇ ନିଆଯିବ।

ନିକଟରେ ରାଜସ୍ଥାନ ଶିକ୍ଷା ବିଭାଗ ୩୧.୫ କୋଟି ଟଙ୍କା ବିନିଯୋଗ କରି ଏକ ଡିଫେନ୍ସ ଏକାଡେମୀର ଉଦ୍‌ଘାଟନ କରିଛି। ଏହି ଏକାଡେମୀର ନାମ ରହିଛି ‘ମହାରାଓ ଶେଖାଜି ଶାସ୍ତ୍ରୀ ବାଲ ପ୍ରତିଷ୍ଠାନ’। ଏଠାରେ ଯୁବପିଢ଼ିଙ୍କୁ ଆର୍ମି, ନେଭି ଓ ଏୟାର୍‌ଫୋର୍ସ ସମ୍ପର୍କିତ ଶିକ୍ଷା ଦିଆଯିବ ବୋଲି ଡୋଟାସରା କହିଛନ୍ତି।



from Odisha Reporter https://ift.tt/2NHDkD8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages