
ନୂଆଦିଲ୍ଲୀ: ସ୍ୱଚ୍ଛ ଭାରତ କଥା କହୁଥିବା ଭାରତ କେତେ ପ୍ରଦୂଷଣ ମୁକ୍ତ ଓ ପରିଷ୍କାର ତା’ର ଅସଲ ଚିତ୍ର ସାମ୍ନାକୁ ଆସିଛି। ବିଶ୍ୱର ୧୦ ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ଭାରତର ୭ଟି ସହର ସ୍ଥାନ ପାଇଛନ୍ତି। ସେହିପରି ବିଶ୍ୱର ୧ ନଂ ପ୍ରଦୂଷିତ ସହର ଭାବେ ଗୁରୁଗ୍ରାମ ରହିଛି। ଆଇକ୍ୟୁ ଏୟାର ଭିଜୁଆଲ ଓ ଗ୍ରୀନ୍ ପିସ୍ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି।
ସର୍ଭେ ଅନୁଯାୟୀ, ଦିଲ୍ଲୀର ଦକ୍ଷିଣ ପୂର୍ବ ଭାଗରେ ଅବସ୍ଥିତ ଗୁରୁଗ୍ରାମରେ ପ୍ରଦୂଷଣର ମାତ୍ରା ୨୦୧୭ ତୁଳନାରେ ୨୦୧୮ରେ କମ ରହିଥିଲା। ତଥାପି ଉକ୍ତ ସହର ବିଶ୍ୱର ସର୍ବାଧିକ ପ୍ରଦୂଷିତ ସହର।
ସର୍ବାଧିକ ପ୍ରଦୂଷିତ ସହର ପ୍ରଥମ ୫ଟି ସ୍ଥାନରେ ପାକିସ୍ତାନର ଫୈସଲାବାଦ ସହ ୪ଟି ଭାରତୀୟ ସହର ରହିଛନ୍ତି। ଗୁରୁଗ୍ରାମ ୧ ନଂରେ ଥିବା ବେଳେ ୨ ନଂରେ ଗାଜିଆବାଦ, ୩ ନଂରେ ଫୈସଲାବାଦ(ପାକ୍), ୪ ନଂରେ ଫରିଦାବାଦ, ୫ନଂରେ ଭିୱାଡି, ୬ ନଂରେ ନୋଏଡା, ୭ ନଂରେ ପାଟନା, ୮ ନଂରେ ହୋଟାନ(ଚୀନ୍), ୯ ନଂରେ ଲକ୍ଷ୍ନୌ ଓ ୧୦ ନଂରେ ପାକିସ୍ତାନର ଲାହୋର ସହର ରହିଛି। ଏହି ସବୁ ସହରରେ ଥିବା ପ୍ରଦୂଷଣ ମାତ୍ରା ଜଣେ ବ୍ୟକ୍ତିଙ୍କ ଫୁସଫୁସ ଓ ରକ୍ତ ସଞ୍ଚାଳନ ଉପରେ ପ୍ରଭାବ ପକାଇଥାଏ ବୋଲି ସର୍ଭେ ସଂସ୍ଥା ପକ୍ଷରୁ କୁହାଯାଇଛି।
from Odisha Reporter https://ift.tt/2H68tjp
No comments:
Post a Comment