ମମତାଙ୍କ ପୁତୁରାଙ୍କ ନାମରେ ମାମଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 24, 2019

ମମତାଙ୍କ ପୁତୁରାଙ୍କ ନାମରେ ମାମଲା

କୋଲକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରାବୋହୁ ୨ କେଜି ସୁନା ସହିତ ବିମାନ ବନ୍ଦରରେ ଓହ୍ଲେଇବାକୁ ନେଇ ମମତାଙ୍କ ପୁତୁରା ଏବଂ ତାଙ୍କ ପୁତୁରା ବୋହୁଙ୍କ ନାମରେ ମାମଲା ରୁଜୁ କରାଯାଇଛି। ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରଜିରା ନରୁଲା ଥାଇ ପାଶପୋର୍ଟ ସହିତ ଓହ୍ଲାଇଥିଲେ କିନ୍ତୁ ବିମାନବନ୍ଦରର ସୀମାଶୁଳ୍କ ବିଭାଗ ପକ୍ଷରୁ ତାଙ୍କ ଲଗେଜ୍‌ ଯାଞ୍ଚ କରାଯିବାକୁ କୁହାଯିବାରୁ ସେ ମନା କରିଥିଲେ।

ଏହା ପରେ ସେ ଫୋନ୍‌ କରି କୋଲକତା ପୁଲିସ୍‌କୁ ଡାକିଥିଲେ। ତାଙ୍କୁ ଛାଡ଼ିଦେବା ପାଇଁ ପୁଲିସ୍‌ ସୀମା ଶୁଳ୍କ ବିଭାଗ ଉପରେ ଜୋର ଦେବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା। ସେମାନେ ବିନା ଯାଞ୍ଚରେ ସହଜରେ ଛାଡ଼ିବାକୁ ରାଜି ହୋଇନଥିଲେ। ଏହାପରେ କୋଲକତା ପୁଲିସ୍‌ ଧମକାଇ ମହିଳା ଜଣଙ୍କୁ ବିମାନବନ୍ଦର ବାହାରକୁ ନେଇଯାଇଥିଲା।

ଏହାପରେ ସୀମା ଶୁଳ୍କ ବିଭାଗ ପକ୍ଷରୁ ସୀମାଶୁଳ୍କ ଆଇନ ୧୯୬୨ର ୧୩୩ ଧାରା ଏବଂ ଭାରତୀୟ ପିଙ୍ଗଳ କୋଡ୍‌ର ୧୮୬ ଓ ୫୦୩ ଦଫା ଲଗାଇ ମାମଲା ରୁଜୁ କରିଛି। ଏହାପରେ ଅଭିଷେକ ସାମ୍ବାଦିକ ସମ୍ମଳିନୀ କରି ସିସିଟିଭି ଫୁଟେଜ୍‌ ଦେଖାଇବାକୁ ଦାବି କରିବା ସହିତ ଅଭିଯୋଗ ପ୍ରମାଣିତ ହେଲେ ରାଜନୀତି ଛାଡ଼ିଦେବେ ବୋଲି ଧମକାଇଛନ୍ତି।



from Odisha Reporter https://ift.tt/2Wegt5g

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages