ଶଙ୍ଖ ଛାଡ଼ି ପଦ୍ମ ଧରିଲେ ପୂର୍ବତନ ପାରଳାଖେମୁଣ୍ଡି ବିଧାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 20, 2019

ଶଙ୍ଖ ଛାଡ଼ି ପଦ୍ମ ଧରିଲେ ପୂର୍ବତନ ପାରଳାଖେମୁଣ୍ଡି ବିଧାୟକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୋଟ୍‌ ପୂର୍ବରୁ ତୀବ୍ର ହେଉଛି ରାଜନେତାଙ୍କ ଦଳ ଡିଆଁ ପର୍ବ। ଗତକାଲି ବିଜେଡି ଛାଡ଼ିଥିବା ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ. ନାରାୟଣ ରାଓ ଆଜି ବିଜେପିରେ ମିଶିଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି।

ପାରଳାଖେମୁଣ୍ଡିରୁ ବିଜେଡି କଲ୍ୟାଣୀ ଗଜପତିଙ୍କୁ ପ୍ରାର୍ଥୀ କରିବା ପରେ କେ. ନାରାୟଣ ରାଓ ଓ ତାଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପରେ କେ. ନାରାୟଣ ରାଓଙ୍କ ସମେତ ୬୦ରୁ ଅଧିକ ନେତା ଓ କର୍ମୀ ବିଜେଡିରୁ ସମୂହ ଇସ୍ତଫା ଦେଇଥିଲେ। ପାରଳାଖେମୁଣ୍ଡିର ଦୁଇଟି ଜିଲ୍ଲାପରିଷଦ ସଭ୍ୟ, ୨ଟି ବ୍ଲକ ଅଧ୍ୟକ୍ଷ, କିଛି ସରପଞ୍ଚ, ସମିତି ସଭ୍ୟ, ଛାତ୍ର ବିଜେଡି ଓ ଯୁବ ବିଜେଡିର କର୍ମକର୍ତ୍ତାମାନେ ନିଜର ଇସ୍ତଫାପତ୍ର ବିଜେଡି ସୁପ୍ରିମୋଙ୍କ ପାଖକୁ ପଠାଇ ଦେଇଥିଲେ।

ବିଜେପିରେ ମିଶିବା ପରେ କେ. ନାରାୟଣ ରାଓ କହିଛନ୍ତି-“ଦୀର୍ଘ ୨୦ ବର୍ଷ ଧରି ବିଜେଡି ପାଇଁ କାମ କରିଥିଲି। କର୍ମୀମାନେ ମଧ୍ୟ ବହୁ ପରିଶ୍ରମ କରିଛନ୍ତି। ଏହା ସତ୍ତ୍ୱେ ଆମକୁ ନ୍ୟାୟ ମିଳିଲା ନାହିଁ। ତେଣୁ ଆମେ ବାଧ୍ୟ ହୋଇ ବିଜେଡିରୁ ଇସ୍ତଫା ଦେଇଛୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ଭାରତ ସ୍ୱପ୍ନକୁ ସାକାର କରିବା ପାଇଁ ଆମେ ବିଜେପିରେ ମିଶିଛୁ। ଆଗାମୀ ଦିନରେ ବିଜେପିର ବିକାଶ ମୂଳକ କାମରେ ସହଯୋଗ କରିବୁ।”

ଟିକେଟ ନମିଳିବାରୁ ଦଳ ଛାଡ଼ିଲେ କିଛି ଖରାପ ବାର୍ତ୍ତା ଯିବକି ପ୍ରଶ୍ନରେ ଶ୍ରୀ ରାଓ କହିଛନ୍ତି-“ପାରଳାଖେମୁଣ୍ଡି ପାଇଁ ଯେଉଁ ବ୍ୟକ୍ତିଙ୍କୁ ଟିକଟ ମିଳିଲା, ତାଙ୍କୁ କେହି ଚିହ୍ନି ନାହାନ୍ତି। ଏପରିକି ସେ ବିଜେଡି ପାଇଁ କିଛି କରିନାହାନ୍ତି। କିନ୍ତୁ ଆମେ ୨୦ ବର୍ଷ ଧରି ବିଜେଡି ପାଇଁ କାମ କରିବା ସତ୍ତ୍ୱେ ନ୍ୟାୟ ମିଳିଲା ନାହିଁ। ଅଥଚ ଜଣେ ଅଜଣା ବ୍ୟକ୍ତିଙ୍କୁ ଟିକେଟ୍‌ ଦିଆଯାଇଛି। ତାହାହେଲେ ଆମେ କ’ଣ ପାଇଁ ସେପରି ଦଳରେ କାମ କରିବୁ? ଆମେ କାହିଁକି ସେହି ଦଳର ସଙ୍ଗଠନ ପାଇଁ ଅର୍ଥ ଓ ସମୟ ନଷ୍ଟ କରିବୁ? ଆମେ ବିଜେପିରେ ମିଶିଛୁ। ସେମାନେ ଯାହା ନିଷ୍ପତ୍ତି ନେବେ, ଆମେ ତାକୁ ଗ୍ରହଣ କରିବୁ।”



from Odisha Reporter https://ift.tt/2Y6Tmv3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages