ପିଲାଙ୍କୁ ଚୌକିଦାର କରିବାକୁ ହେଲେ ମୋଦିଙ୍କୁ ଭୋଟ ଦିଅନ୍ତୁ: କେଜ୍ରିୱାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 20, 2019

ପିଲାଙ୍କୁ ଚୌକିଦାର କରିବାକୁ ହେଲେ ମୋଦିଙ୍କୁ ଭୋଟ ଦିଅନ୍ତୁ: କେଜ୍ରିୱାଲ

ନୂଆଦିଲ୍ଲୀ: ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିଥିବା ‘ମୈ ବି ଚୌକିଦାର’ ପ୍ରଚାର କାର୍ଯ୍ୟକ୍ରମକୁ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତୀବ୍ର ସମାଲୋଚନା କରିଛନ୍ତି।

ସେ କହିଛନ୍ତି,“ ଯଦି ଲୋକମାନେ ନିଜ ପିଲାମାନଙ୍କୁ ଚୌକିଦାର କରିବାକୁ ଚାହୁଁଛନ୍ତି, ତା’ହେଲେ ମୋଦିଙ୍କୁ ପୁଣିଥରେ ଭୋଟ ଦିଅନ୍ତୁ। ଯଦି ଚୌକିଦାର ବଦଳରେ ନିଜ ପିଲାମାନଙ୍କୁ ଡାକ୍ତର ଓ ଇଞ୍ଜିନିୟର କରିବାକୁ ଚାହୁଁଛନ୍ତି, ତା’ହେଲେ ମୋଦିଙ୍କୁ ଭୋଟ ଦିଅନ୍ତୁ ନାହିଁ।”

କେଜ୍ରିୱାଲ ଟ୍ୱିଟ୍‌ କରି କହିଛନ୍ତି, “ମୋଦିଜୀ ପୂରା ଦେଶକୁ ଚୌକିଦାରରେ ପରିଣତ କରିବାକୁ ଚାହୁଁଛନ୍ତି। ତେଣୁ ଆପଣମାନେ ଯଦି ନିଜର ପିଲାମାନଙ୍କୁ ଚୌକିଦାର କରିବାକୁ ଚାହୁଁଛନ୍ତି, ତା’ହେଲେ ମୋଦିଜୀଙ୍କୁ ଭୋଟ୍‌ ଦିଅନ୍ତୁ। କିନ୍ତୁ ଯଦି ଆପଣମାନେ ନିଜ ପିଲାଙ୍କୁ ଭଲ ଶିକ୍ଷା ଦେବାକୁ ଚାହୁଁଛନ୍ତି ଏବଂ ସେମାନଙ୍କୁ ଡାକ୍ତର, ଇଞ୍ଜିନିୟର କିମ୍ବା ଓକିଲ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପ୍‌ର ଶିକ୍ଷିତ ପ୍ରାର୍ଥୀଙ୍କୁ ଭୋଟ୍‌ ଦିଅନ୍ତୁ।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ବିଜେପିର ପ୍ରାୟ ସମସ୍ତ ନେତା ସୋଶାଲ୍‌ ମିଡିଆରେ ନିଜ ନାଁ ପୂର୍ବରୁ ଚୌକିଦାର ଶବ୍ଦ ଲଗାଇଛନ୍ତି।



from Odisha Reporter https://ift.tt/2TjZbSl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages