ପ୍ରମୁଖ ଦଳର ବିଜୟ ପଥରେ ଜେଏମ୍‌ଏମ୍‌ କଣ୍ଟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 17, 2019

ପ୍ରମୁଖ ଦଳର ବିଜୟ ପଥରେ ଜେଏମ୍‌ଏମ୍‌ କଣ୍ଟା

ବାରିପଦା(ମାନିକଲାଲ୍‌ ପାଣି): ମୟୂରଭଞ୍ଜ ଜିଲ୍ଲାର ବାରିପଦା ନିର୍ବାଚନ ମଣ୍ଡଳୀ ହେଉଛି ରାଜ୍ୟର ୩୩ ନଂ ଜୋନ୍‌ ବିଧାନସଭା କ୍ଷେତ୍ର। ଜିଲ୍ଲାର ଏହା ସଦର ମୁଖ୍ୟ ନିର୍ବାଚନ ମଣ୍ଡଳୀ। ଗୋଟେପଟେ ବାରିପଦା ସହରର ୨୮ଟି ୱାର୍ଡ, ବାରିପଦା ସଦର ବ୍ଲକ, ଖୁଣ୍ଟା ବ୍ଲକର ୯ଟି ପଞ୍ଚାୟତକୁ ନେଇ ଏହି ନିର୍ବାଚନ ମଣ୍ଡଳୀର ଭୌଗଳିକ ସ୍ଥିତି। ଗୋଟେପଟେ ପୂରା ସହର, ଅନ୍ୟପଟେ ଶିମିଳିପାଳକୁ ଲାଗିଥିବା ଖୁଣ୍ଟା ବ୍ଲକର ୯ଟି ଦୁର୍ଗମ ପଞ୍ଚାୟତ।

ପୂର୍ବ ସାଧାରଣ ନିର୍ବାଚନରେ ଏଠାରୁ ବିଜେଡିର ବିଧାୟକ ସାନନ୍ଦ ମାର୍ଣ୍ଣି ଦୁଇ ଦୁଇ ଥର ନିର୍ବାଚିତ ହୋଇଥିବା ବେଳେ ଦୁଇ ଦୁଇ ଥର ଜେ.ଏମ୍‌.ଏମ୍‌ ଏବଂ ତା ପୂର୍ବରୁ କଂଗ୍ରେସ, ଜନତା ଦଳ ଏଠି ସରକାର କରିଛନ୍ତି। ୧୯୮୫ ମସିହା ପୂର୍ବରୁ ବାରିପଦା ନିର୍ବାଚନ ମଣ୍ଡଳୀ କଂଗ୍ରେସ ତଥା କଂଗ୍ରେସ ସମର୍ଥୀତ ସ୍ୱାଧିନ ପ୍ରାର୍ଥୀଙ୍କ ଗଡ଼ ଥିଲା।

୨୦୧୪ ନିର୍ବାଚନରେ ବିଜେଡିର ସାନନ୍ଦ ମାର୍ଣ୍ଣି ୫୪ ହଜାର ୧୩୧ ଭୋଟ୍‌ରେ ବିଜେପିର ନିଶାମଣି ବାସ୍କେଙ୍କୁ ହରାଇ ବିଧାୟକ ହୋଇଥିଲେ। ରାଜ୍ୟର ଅନ୍ୟ ସ୍ଥାନରେ ବିଜେଡି, ବିଜେପି, କଂଗ୍ରେସ ମଧ୍ୟରେ ଲଢେଇ ହେଉଥିବା ବେଳେ ଏଠାରେ ସ୍ଥିତି ଭିନ୍ନ। ଏଠାରେ ଚତୁର୍ମୁଖୀ ଲଢେଇ ହୁଏ। ପାରମ୍ପରିକ ୩ ରାଜନୈତିକ ଦଳ ସହ ଜେଏମ୍‌ଏମ୍‌ ଏଠି ନିର୍ବାଚନରେ ଭାଗ ନିଏ। କହିବାକୁ ଗଲେ ଏଠି ରାଜ୍ୟର ପାରମ୍ପରିକ ରାଜନୈତିକ ଦଳଙ୍କ ପାଇଁ ମୁଖ୍ୟ କଣ୍ଟା ହେଉଛି ଜେଏମ୍‌ଏମ୍‌।

ବିଜେଡି: ପୂର୍ବରୁ ଥରେ ବିଜେପିରୁ, ତାପରେ ବିଜେଡିରୁ ନିର୍ବାଚନ ଜିତି ଦୁଇ ଦୁଇ ଥର ବିଧାୟକ ହେବା ସହ ସାନନ୍ଦ ଓଡ଼ିଶା ବିଧାନସଭାର ଉପ-ବାଚସ୍ପତି ହୋଇଥିଲେ। ୪୮ ବର୍ଷିୟା ସାନନ୍ଦ ବାରିପଦା ନିର୍ବାଚନ ମଣ୍ଡଳୀରୁ ଜିତିବା ପରେ ସହରାଞ୍ଚଳ ଲୋକଙ୍କର ଆଖି ତାଙ୍କ ଉପରେ ଥିଲା।  ୩୩ ନଂ ଜୋନ୍‌ ବାରିପଦା ନିର୍ବାଚନ ମଣ୍ଡଳୀ ଆଦିବାସୀ ସଂରକ୍ଷିତ ନିର୍ବାଚନ ମଣ୍ଡଳୀ। ବିଜେଡିରେ ସାନନ୍ଦ ମାର୍ଣ୍ଣି ୨ ଦୁଇ ନିର୍ବାଚନ ଜିତିଥିବାରୁ ଏହି ନିର୍ବାଚନ ମଣ୍ଡଳୀରେ ତାଙ୍କର ଦବ୍‌ଦବା ଅନେକ। ହେଲେ ଏଠାରେ ବିଜେଡି ବିଧାୟକ ହୋଇଥିଲେ ମଧ୍ୟ ଟିକେଟ ପାଇବା ଲାଗି ତାଙ୍କ ପଥ ନିଷ୍କଣ୍ଟକ ନୁହେଁ। କାରଣ ବିଜେଡି ଟିକେଟ ଆଶାୟୀଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ସରୋଜିନି ହେମ୍ୱ୍ରମ୍‌ ରହିଛନ୍ତି। ନିର୍ବାଚନ ପୂର୍ବରୁ ସମାନ୍ତରାଳ ଢଙ୍ଗରେ ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମ ଓ ସଭା ସମିତିରେ ତାଙ୍କୁ ଦେଖିବାକୁ ମିଳିଛି। ଏଥର ବିଜେଡି ମହିଳା କାର୍ଡ ଖେଳୁଥିବାରୁ ସରୋଜିନିଙ୍କ ଭାଗରେ ଏମ୍‌ଏଲ୍‌ଏ ଟିକେଟ ପଡିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଖାଲି ସରୋଜନି ନୁହଁନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ବୀରଭଦ୍ର ସିଂ ମଧ୍ୟ ବାରିପଦା ନିର୍ବାଚନ ମଣ୍ଡଳୀ ପାଇଁ ଆଶାୟୀ ରହିଛନ୍ତି। ବିଜୁ ବାବୁଙ୍କ ଆଦର୍ଶ ମାନୁଥିବା ବୀରଭଦ୍ର ଭୂମିଜ ସମ୍ପ୍ରଦାୟରୁ ହୋଇଥିବାରୁ ତାଙ୍କ ହାତରେ ଭୂମିଜଙ୍କ ଭୋଟ୍‌ ରହିଛି। ସାନନ୍ଦ ସାନ୍ତାଳ ସମ୍ପ୍ରଦାୟକୁ ପ୍ରତିନିଧିତ୍ୱ କରି ପ୍ରତିଥର ଟିକେଟ୍‌ ହାତାଉଥିବା ବେଳେ ଏଥର ଭୂମିଜଙ୍କୁ ଖୁସି କରିବା ପାଇଁ ବୀରଭଦ୍ର ଟିକେଟ୍‌ ହାତେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ବିଜେପି: ଜେଏମ୍‌ଏମ୍‌ରୁ କ୍ୟାରିୟର ଆରମ୍ଭ କରିଥିବା ପ୍ରକାଶ ସୋରେନ୍‌ ବିଜେଡିରେ ଯୋଗ ଦେଇ ମୟୂରଭଞ୍ଜ ଜିଲ୍ଲା ପରିଷଦ ସଭାପତି ଭାବେ ଆସନ ଅଳଙ୍କୃତ କରିଥିଲେ। ଆଦିବାସୀଙ୍କ ହକ୍‌ ପାଇଁ ଲଢେଇ କରିବା, ଆଦିବାସୀଙ୍କ ଜାତି, ଧର୍ମ ଓ ସଂସ୍କୃତିକୁ ବଜାଇ ରଖିବା ସାମାଜିକ ବ୍ରତ ବୋଲି କହୁଥିବା ପ୍ରକାଶ ଗତ କିଛିଦିନ ତଳେ ବିଜେଡିର ପାଣ୍ଡିୟାନ ନୀତିକୁ ନାପସନ୍ଦ କରି ବିଦ୍ରୋହ କରି ଏବେ ବିଜେପିରେ ଯୋଗ ଦେଇଛନ୍ତି। ପ୍ରକାଶ ଏବେ ବିଜେପି ଟିକେଟ୍‌ରୁ ବାରିପଦା ନିର୍ବାଚନ ମଣ୍ଡଳୀରେ ଲଢେଇ କରିବା ପାଇଁ ଆଶାବାଦୀ। ତାଙ୍କ ବ୍ୟତୀତ ସଂଘ ପରିବାରରେ ଯୋଗ ଦେଇ ବିଜେପିର ନୀତି ଓ ଆଦର୍ଶରେ ଦୀର୍ଘ ଦିନ ଧରି କାମ କରୁଥିବା ସୁମନ ସିଂ ମଧ୍ୟ ଟିକେଟ୍‌ ପାଇବେ ବୋଲି ଚର୍ଚ୍ଚା ହେଉଛି। ସୁମନ ମହିଳାଙ୍କ ହକ୍‌, ଶିଶୁ ଓ ନାରୀ ନିର୍ଯାତନା, ଗୁଣ୍ଡାଗିରିକୁ ନାପସନ୍ଦ କରି ବିଭିନ୍ନ ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ କରିଛନ୍ତି। ଏଣୁ ବିଜେପି ଟିକେଟ୍‌ ତାଙ୍କ ହାତ ମୁଠାକୁ ନ ଆସିବ କିଏ କହିବ।

କଂଗ୍ରେସ: ଛାତ୍ର କଂଗ୍ରେସ, ‍ଯୁବ କଂଗ୍ରେସରେ ଦୀର୍ଘ ଦିନ ଧରି କାମ କରିବା, ରାହୁଲ ଗାନ୍ଧୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ଏବଂ ଜିଲ୍ଲାର ଏବେ ଜଣେ ପ୍ରମୁଖ ଆଦିବାସୀ ଯୁବନେତା ରାକେଶ ସିଂ ଏବେ ବାରିପଦା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟ ଆଶାରେ ଅଛନ୍ତି। ଗତ ନିର୍ବାଚନରେ କଂଗ୍ରେସ ଏଠାରୁ ୨୧ ହଜାର ୯ଶହ ୩୩ ଗୋଟି ଭୋଟ୍‌ ହାତେଇଥିବା ବେଳେ ତୃତୀୟ ସ୍ଥାନ ଅଧିକାର କରିଥିଲା। ଏଠାରେ ରାକେଶ ହିଁ କଂଗ୍ରେସ ଟିକେଟ ପାଇଁ ପ୍ରମୁଖ ଦାବିଦାର ଅଛନ୍ତି।

ଜେଏମ୍‌ଏମ୍‌: ଭଦ୍ରକ ବାଳାଶ୍ରମରେ ଛାତ୍ର ଜୀବନ କଟାଇଥିବା ଫାଗୁ ହାଁସଦା ଆଦିବାସୀ ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବାକୁ ନିଜର ଧର୍ମ ବୋଲି କୁହନ୍ତି। ବାରିପଦା ନିର୍ବାଚନ ମଣ୍ଡଳୀରେ ଜେ.ଏମ୍‌.ଏମ୍‌. ଦବଦବା ଅନେକ। ଦୁଇ ଦୁଇ ଥର ଜେ.ଏମ୍‌.ଏମ୍‌ର ପ୍ରାର୍ଥୀ ଏଠାରେ ବିଧାୟକ ପ୍ରାର୍ଥୀ ହୋଇଥିବାରୁ ଫଗୁ ଜେଏମ୍‌ଏମ୍‌ ଟିକେଟରୁ ନିର୍ବାଚନ ଲଢିବାକୁ ଇଚ୍ଛା କରୁଥିବା ଶୁଣାଯାଉଛି। ଗତ ନିର୍ବାଚନରେ ଜେ.ଏମ୍‌.ଏମ୍‌. ଏଠାରେ ଚତୁର୍ଥ ସ୍ଥାନ ରହିଥିଲା। ଫଗୁ ଏଠାରୁ ନିର୍ବାଚନ ଲଢିଥିଲେ। ଫାଗୁ ସମ୍ପ୍ରତି ଜେଏମ୍‌ଏମ୍‌ର ଜିଲ୍ଲା ସଭାପତି ଅଛନ୍ତି।

ସମସ୍ୟା: ଏହି ନିର୍ବାଚନ ମଣ୍ଡଳୀରେ ଆଜିଯାଏଁ ଅନେକ ବୃଦ୍ଧ, ଭତ୍ତା ପାଇ ପାରୁ ନ ଥିବା ବେଳେ ଅନେକ ସରକାରଙ୍କ କୁଡିଆ ଯୋଜନାରେ ସାମିଲ ହୋଇପାରି ନାହାନ୍ତି। ଚାଷକାର୍ଯ୍ୟ ପାଇଁ ଚାଷୀ ହିନସ୍ତା ହେଉଛନ୍ତି। ଆଜି ପର୍ଯ୍ୟନ୍ତ ପିଇବା ପାଣି ପାଇଁ ସବୁ ପଞ୍ଚାୟତରେ ପମ୍ପ ହାଉସ୍‌ଟିଏ ହୋଇପାରିନାହିଁ। ରାସ୍ତାଘାଟ ସମସ୍ୟା ମଧ୍ୟ ରହିଥିବା ଅଭିଯୋଗ ହେଉଛି। ୨୦୧୪ ନିର୍ବାଚନରେ ବାରିପଦା ନିର୍ବାଚନ ମଣ୍ଡଳୀରେ ମୁଖ୍ୟ ଇସ୍ୟୁ ଥିଲା ଜମ୍ଭିରା ଡ୍ୟାମ୍‌ କାର୍ଯ୍ୟକ୍ଷମ କରାଇବା। ଯାହା ଆଜି ପର୍ଯ୍ୟନ୍ତ ସଫଳ ହୋଇପାରି ନାହିଁ। ଏଣୁ ଏ ସବୁକୁ ଆଧର କରି ଏଥରର ପ୍ରାର୍ଥ ନିର୍ବାଚନ ଲଢିବେ ବୋଲି କୁହାଯାଉଛି।



from Odisha Reporter https://ift.tt/2Fhe9EM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages