
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୋଟିଏ ପଟେ କିଛି ବିଜେଡି ନେତା ସମର୍ଥକଙ୍କୁ ଧରି ଟିକେଟ ଲବିରେ ଏବେ ନବୀନ ନିବାସରେ ଡେରା ପକାଉ ଥିବା ବେଳେ ଅନ୍ୟପଟେ କିଛି ବିଜେଡି ନେତାଙ୍କ ବିରୋଧରେ ଫେରାଦ ହେଉଛନ୍ତି ଲୋକେ। ଏହି କ୍ରମରେ ନିଆଳି ବିଧାୟକଙ୍କ ନାମରେ ଆସିଛି ସଂଘାତିକ୍ ଅଭିଯୋଗ।
ନିଆଳି ବିଧାୟକ ପ୍ରମୋଦ ମଲ୍ଲିକଙ୍କୁ ବିରୋଧ କରି ତାଙ୍କ ନିର୍ବାଚନମଣ୍ଡଳୀର କିଛି ନେତା ଓ କର୍ମୀ ନବୀନ ନିବାସ ଆସିଛନ୍ତି ।ବିଧାୟକ ପିସି କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗ କରି ତାଙ୍କୁ ଟିକେଟ ନ ଦେବା ଲାଗି ସେମାନେ ସୁପ୍ରିମୋଙ୍କ ନିକଟରେ ଫେରାଦ ହୋଇଛନ୍ତି ।
ସେହିପରି ସମ୍ବଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ମଧ୍ୟ ବିରୋଧ କରିଛନ୍ତି ତାଙ୍କ ନିର୍ବାଚନମଣ୍ଡଳୀର କିଛି ଲୋକ। ଏ ନେଇ ସେମାନେ ଆଜି ନବୀନ ନିବାସ ଆସି ଫେରାଦ ହୋଇଛନ୍ତି। ଠିକ୍ ସେହିପରି ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରାଙ୍କୁ ମଧ୍ୟ ବିରୋଧ ହୋଇଛି । ପୂର୍ବରୁ ବିଜେଡିର ଅନେକ ବିଧାୟକଙ୍କ ବିରୋଧରେ ମଧ୍ୟ ପିସି କାରବାର ଅଭିଯୋଗ ଆସିଥିଲା।
from Odisha Reporter https://ift.tt/2HCr7yw
No comments:
Post a Comment