କଶ୍ମୀର: ଏସ୍‌ପିଓଙ୍କୁ ଘର ସାମ୍ନାରେ ହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 16, 2019

କଶ୍ମୀର: ଏସ୍‌ପିଓଙ୍କୁ ଘର ସାମ୍ନାରେ ହତ୍ୟା

ଶ୍ରୀନଗର: ଜମ୍ମୁକଶ୍ମୀର ଶୋପିଆନ୍‌ଠାରେ ଜଣେ ସ୍ପେଶାଲ ପୁଲିସ୍ ଅଫିସରଙ୍କୁ ତାଙ୍କ ଘର ସାମ୍ନାରେ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଆଜି ୨.୪୦ ବେଳକୁ ଶ୍ରୀନଗରଠାରୁ ୬୦ କିଲୋମିଟର ଦୂର ଭେହିଲ୍‌ ଗାଁରେ ଖୁସ୍‌ବୁ ଜାନ୍‌ ନାମକ ଏହି ଏସ୍‌ପିଓଙ୍କ ଉପରକୁ ଆତଙ୍କବାଦୀମାନେ ଅତର୍କିତ ଭାବରେ ଗୁଳି ଚାଳନା କରିଥିବାରୁ ଏହି ଅଘଟଣ ଘଟିଛି।

ତୁରନ୍ତ ତାଙ୍କୁ ସ୍ଥାନୀୟ ଏକ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ଜମ୍ମୁ କଶ୍ମୀର ପୁଲିସ୍‌ ପକ୍ଷରୁ କୁହାଯାଇଛି, “ତାଙ୍କ ଶରୀରରେ ଗୁରୁତର ଭାବରେ ଆଘାତ ଲାଗିଥିଲା ଏବଂ ତାଙ୍କୁ ସେହି ଅବସ୍ଥାରେ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା, ଯେଉଁଠାରେ ସେ ମୃତ୍ୟୁବରଣ କରିଛନ୍ତି। ଆମେ ଏଭଳି ଅମାନୁଷିକ କାର୍ଯ୍ୟକୁ ନିନ୍ଦା କରୁଛୁ ଏବଂ ତାଙ୍କ ଏଭଳି ଦୁଃଖଦ ପରିସ୍ଥିତିରେ ଆମେ ତାଙ୍କ ପରିବାର ସହିତ ଅଛୁ।”

ସୂଚନାଯୋଗ୍ୟ ଯେ, ଏହି ଘଟଣା ପରେ ଏହି ସ୍ଥାନକୁ ସୁରକ୍ଷା କର୍ମୀ ଘେରି ରହିଛନ୍ତି। ଏହାବ୍ୟତୀତ ଆକ୍ରମଣକାରୀ ଆତଙ୍କବାଦୀଙ୍କୁ ଠାପ କରିବା ପାଇଁ ଖୋଜାଖୋଜି ଆରମ୍ଭ ହୋଇଛି।



from Odisha Reporter https://ift.tt/2HnVwkY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages