ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁରେ ଥାନାରେ ଏତଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 14, 2019

ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁରେ ଥାନାରେ ଏତଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୋଟରଙ୍କୁ ପ୍ରଲୋଭିତ କରିବା ପ୍ରସଙ୍ଗରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଡୁଆ ବଢ଼ିଲା। କାରଣ ଏ ଘଟଣାରେ ତାଙ୍କ ନାଁରେ ସାଲେପୁର ଥାନାରେ ଏତଲା ଦିଆଯାଇଛି। କଟକ ଜିଲ୍ଲା ବିଜେପି ସଭାପତି ଚୌଧୁରୀ ହେମନ୍ତ ସାହୁ ଏହି ଏତଲା ଦେଇଛନ୍ତି।

ସେ ଅଭିଯୋଗ କରିଛନ୍ତି, ମନ୍ତ୍ରୀ ପ୍ରତାପ ଜେନା ଭୋଟରଙ୍କୁ ପ୍ରଲୋଭନ ଦେଖାଇଥିବାରୁ ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ ହୋଇଛି। ତେଣୁ ତାଙ୍କୁ ଗିରଫ କରାଯାଉ।

ଗତକାଲି ସାଲେପୁର ବ୍ଲକ୍‌ ଅନ୍ତର୍ଗତ ମାଳ ଗାଁରେ ଆୟୋଜିତ ଏକ ସଭାରେ ପ୍ରତାପ ଜେନା ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ଖୋଲା ଅଫର ଦେଇଥିବା ଅଭିଯୋଗ ହୋଇଥିଲା। ସେ କହିଥିଲେ, ସାଲେପୁରର ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କୁ ଯେଉଁ ପଞ୍ଚାୟତ ଅଧିକ ଭୋଟ୍ ଦେବେ, ସେହି ପଞ୍ଚାୟତକୁ ୩୫ ଲକ୍ଷ ଓ ବୁଥ୍‌କୁ ୧୫ ଲକ୍ଷ ଟଙ୍କା ଦିଆଯିବ। ଏହି ଅର୍ଥ ନିର୍ବାଚନ ପରେ ବିଧାୟକ ପାଣ୍ଠିରୁ ତୁରନ୍ତ ଯୋଗାଇ ଦିଆଯିବ।

ଏହି ଘୋଷଣା ବେଳେ ଉପସ୍ଥିତ ସାମ୍ବାଦିକଙ୍କୁ ମୋବାଇଲ୍‌ ଓ କ୍ୟାମେରା ବନ୍ଦ୍ ରଖିବାକୁ ମନ୍ତ୍ରୀ ପ୍ରତାପ ଜେନା ବାରମ୍ବାର ତାଗିଦ୍‌ କରିଥିଲେ। ତେବେ ଏହାର ଭିଡିଓ ହସ୍ତଗତ ହୋଇ ନ ଥିଲେ ମଧ୍ୟ ମନ୍ତ୍ରୀଙ୍କ ଟଙ୍କା ଅଫର୍‌ ଘୋଷଣାର ଅଡିଓ ରେକର୍ଡ ‘ଓଟିଭି’ର ହସ୍ତଗତ ହୋଇଛି।



from Odisha Reporter https://ift.tt/2UCu0Dk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages