
ବେଙ୍ଗାଲୁରୁ: ଜନତା ଦଳ ସେକ୍ୟୁଲାର(ଜେଡିଏସ)ର ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡ଼ା ବୁଧବାର ଏକ କାର୍ଯ୍ୟକ୍ରମରେ କାନ୍ଦି ପକାଇଥିଲେ। କାରଣ ବିରୋଧୀ ତାଙ୍କ ବିରୋଧରେ ଆଣିଥିଲେ ପାରିବାରିକ ରାଜନୀତି କରୁଥିବା ଅଭିଯୋଗ। ଏହି କାର୍ଯ୍ୟକ୍ରମରେ ଥିବା ତାଙ୍କର ବଡ଼ ପୁଅ ଏଚଡି ରେବନ୍ନା ଏବଂ ନାତି ପ୍ରଜ୍ଜ୍ୱଳା ରେବନା ମଧ୍ୟ କାନ୍ଦୁଥିବା ଦେଖିବାକୁ ମିଳିଥିଲା।
ଯାହା ଶୁଣିବାକୁ ମିଳୁଛି, ଲୋକସଭା ନିର୍ବାଚନ ପାଇଁ ଜେଡିଏସ୍ ପକ୍ଷରୁ ଦେବଗୌଡ଼ାଙ୍କ ଦୁଇ ନାତି ନିଖିଲଙ୍କୁ ମାଣ୍ଡ୍ୟା ଏବଂ ପ୍ରଜ୍ଜ୍ୱଳଙ୍କୁ ହାସନ ଆସନରୁ ଟିକେଟ ଦିଆଯିବା ପାଇଁ ନିଷ୍ପତି ନିଆଯାଇଛି । ଏହି କାରଣରୁ ଦେବଗୌଡ଼ା ପାରିବାରିକ ରାଜନୀତିକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଉପରେ ନିଜର ପ୍ରତିକ୍ରିୟା ଦେବାବେଳେ ଦେବଗୌଡ଼ା କାନ୍ଦି ପକାଇଥିଲେ।

ହାସନରେ ପ୍ରଜ୍ଜ୍ୱଳଙ୍କ ନିର୍ବାଚନ ପ୍ରଚାର ପାଇଁ ଅୟୋଜିତ ଏକ କାର୍ଯ୍ୟକ୍ରମରେ ଦେବଗୌଡ଼ା ଭାଷଣ ଦେବାବେଳେ ଭାବପ୍ରବଣ ହୋଇ କହିଥିଲେ ଯେ, ‘‘ଆପଣମାନଙ୍କର ଆଶୀର୍ବାଦ ଏବଂ ଭଗବାନଙ୍କ ଆଶୀର୍ବାଦକୁ ନେଇ ପ୍ରଜ୍ଜ୍ୱଳ ହାସନ ଆସନରୁ ପ୍ରାର୍ଥୀ ଭାବେ ମନାନୀତ ହେବାକୁ ଯାଉଛି…..।”
ଏକଥା କହିବାବେଳେ ଦେବଗୌଡାଙ୍କ ଆଖି ଲୁହ ଛଳଛଳ ହୋଇ ଯାଇଥିଲା ଓ କଣ୍ଠ ବାଷ୍ପରୁଦ୍ଧ ହୋଇଯାଇଥିଲା। ରୁମାଲରେ ଦୁଇ ଆଖି ପୋଛି ନିଜ ଭାବାବେଗକୁ ନିୟନ୍ତ୍ରଣ କରିଥିଲେ। ଏହା ଦେଖିବା ପରେ ଜେଡିଏସ ସମର୍ଥକମାନେ ତାଙ୍କୁ ଶାନ୍ତ ହୋଇଯିବାକୁ ଅନୁରୋଧ କରିଥିଲେ। ଦେବଗୌଡ଼ାଙ୍କୁ ଏପରି ଅବସ୍ଥାରେ ଦେଖି ପ୍ରଜ୍ଜ୍ୱଳ ଓ ତାଙ୍କ ବାପା ରେବନ୍ନଙ୍କ ମଧ୍ୟ କାନ୍ଦି ପକାଇଥିଲେ।
ଅନ୍ୟପକ୍ଷରେ ଭାଜପା ଦେବଗୌଡାଙ୍କୁ ଆକ୍ଷେପ କରି ତାଙ୍କର ଏପରି ଭାବପ୍ରବଣତା ଏକ ନାଟକ ବୋଲି କହିଛି ।
from Odisha Reporter https://ift.tt/2O5Se6d
No comments:
Post a Comment