କୋର୍ଟଙ୍କ ଝଟକା, ନିର୍ବାଚନ ଲଢ଼ିପାରିବେନି ହାର୍ଦ୍ଦିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 29, 2019

କୋର୍ଟଙ୍କ ଝଟକା, ନିର୍ବାଚନ ଲଢ଼ିପାରିବେନି ହାର୍ଦ୍ଦିକ

hardik

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ଟିକେଟ୍‌ରେ ଲଢ଼ିବାକୁ ଥିବା ପଟିଦାର ନେତା ହାର୍ଦ୍ଦିକ ପଟେଲଙ୍କୁ ଲାଗିଛି ଜୋରଦାର ଝଟ୍‌କା। ସେ ଦୋଷୀ ସାବ୍ୟସ୍ତ ହୋଇଥିବା ୨୦୧୫ର ଏକ ଭଙ୍ଗାରୁଜା ଓ ଦଙ୍ଗା ମାମଲାକୁ କୋର୍ଟ ସ୍ଥଗିତ ରଖିବେ ନାହିଁ ବୋଲି କହିବା ପରେ ଏଭଳି ସ୍ଥିତି ଉପୁଜିଛି।

୨୦୧୫ରେ ମେହସନା ଜିଲ୍ଲାର ବିସ୍‌ନଗରଠାରେ ତାଙ୍କ ନେତୃତ୍ୱରେ ସଂଘଟିତ ଏହି ଭଙ୍ଗାରୁଜା ଘଟଣା ସେ ପ୍ରାର୍ଥୀ ହେବା ସମ୍ଭାବନାକୁ ଆଉ ୫ ବର୍ଷ ଗଡ଼ାଇ ଦେଇଛି। ନିମ୍ନ ଅଦାଲତରେ ପୂର୍ବରୁ ଶୁଣାଣି ହେଉଥିବା ଏହି ମାମଲାବିରୋଧରେ ସେ ହାଇକୋର୍ଟରେ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡ଼ିଛି।

ଜନ ପ୍ରତିନିଧି ଆଇନ ଏବଂ ଏଭଳି ଏକ ସମାନ ରାୟରେ ସୁପ୍ରିମ୍‌କୋର୍ଟଙ୍କ ରାୟକୁ ଭିତ୍ତି କରି କୋର୍ଟ କହିଛନ୍ତି, ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତି ସେ ପର୍ଯ୍ୟନ୍ତ ମାମଲା ଲଢ଼ିପାରିବେନି ଯେ ପର୍ଯ୍ୟନ୍ତ ସେହି ମାମଲା ସ୍ଥଗିତ ରଖାଯାଇନି।

ବୁଧବାର ହାର୍ଦ୍ଦିକଙ୍କ ଆବେଦନକୁ ଗୁଜରାଟ ସରକାରଙ୍କ ପକ୍ଷରୁ ବିରୋଧ କରାଯାଇଥିଲା। ସରକାରୀ ଓକିଲ ମିତେଶ ଅମିନ୍‌ ଜଷ୍ଟିସ୍‌ ଏଜି ଉରୈଜୀଙ୍କ ନିକଟରେ ଯୁକ୍ତି ରଖିଥିଲେ, ହାର୍ଦ୍ଦିକଙ୍କ ନାମରେ ୧୭ରୁ ଊର୍ଦ୍ଧ୍ୱ ମାମଲା ରହିଛି ଯାହାକି ତାଙ୍କ ଚରିତ୍ରକୁ ନେଇ ପ୍ରଶ୍ନ ଉଠାଉଛି। ହାର୍ଦ୍ଦିକ ହିଁ ୨୦୧୫ ପଟିଦାର ଦଙ୍ଗାର ନେତୃତ୍ୱ ନେଇଥିଲେ। ଏହା ସେ ନିଜେ ସ୍ୱୀକାର କରିବା ସହିତ ହାଇକୋର୍ଟରେ ଏ ସମ୍ପର୍କିତ ଫଟୋ ମଧ୍ୟ ଉପସ୍ଥାପିତ ହୋଇଛି ବୋଲି ସେ ଯୁକ୍ତି ରଖିଥିଲେ।

ଆଇନ ପ୍ରକ୍ରିୟା ପ୍ରତି ହାର୍ଦ୍ଦିକଙ୍କର ସମ୍ମାନ ନଥିବା ଏବଂ ୨୦୧୫ ଓ ଏହା ପରେ ଉତ୍ତେଜନାମୂଳକ ଭାଷଣ ଦେଇ ଦଙ୍ଗାକୁ ଉସକାଉଥିବା ପ୍ରମାଣ ହୋଇଆସିଛି ବୋଲି ଅମିନ୍‌ ଯୁକ୍ତି ରଖି କହିଥିଲେ। ଅନ୍ୟ ପକ୍ଷରେ ହାର୍ଦ୍ଦିକଙ୍କ ଓକିଲ ଆଇଏଚ୍‌ ସୟଦ୍‌ କହିଥିଲେ, ହାର୍ଦ୍ଦିକ୍ ନିଜେ ଏହା କରିଥିବାର କେହି ଦେଖିନାହାନ୍ତି ଏବଂ ଟ୍ରାଏଲ୍‌ କୋର୍ଟ କୌଣସି ନିରପେକ୍ଷ ସାକ୍ଷୀଙ୍କୁ ମଧ୍ୟ ପଚରାଉଚରା କରିନାହାନ୍ତି। ନିର୍ବାଚନ ନ ଲଢ଼ିବା ହାର୍ଦ୍ଦିକଙ୍କ ପାଇଁ ଅପୂରଣୀୟ କ୍ଷତି ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ ଯେ, ୨୦୧୮ ଜୁଲାଇରେ ବିସ୍‌ ନଗରର ସେସନ୍ସ କୋର୍ଟ ଏହି ଦଙ୍ଗା ମାମଲାରେ ହାର୍ଦ୍ଦିକଙ୍କୁ ୨ ବର୍ଷର ଜେଲ ଦଣ୍ଡାଦେଶ ଦେଇଥିଲେ। ହାଇକୋର୍ଟ ତାଙ୍କୁ ଜାମିନ୍‌ ଦେବା ସହିତ ୨୦୧୮ ଅଗଷ୍ଟରେ ଜେଲ ଦଣ୍ଡାଦେଶ ବାତିଲ କରିଥିଲେ। କିନ୍ତୁ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବା ନେଇ କୌଣସି କୋହଳ ମନୋଭାବ ପୋଷଣ କରାଯାଇନଥିଲା। ଅର୍ଥାତ ସେ ବର୍ତ୍ତମାନ ମଧ୍ୟ ସେହି ମାମଲରେ ଦୋଷୀ, ଯାହାକି ନିର୍ବାଚନ ଲଢ଼ିବାରେ କଣ୍ଟା ସାଜିଛି।

ହାର୍ଦ୍ଦିକ ଗତ ୧୨ ତାରିଖ ଦିନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଥିଲେ



from Odisha Reporter https://ift.tt/2UceOQk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages