
ନୂଆଦିଲ୍ଲୀ: ସରାବନ୍ ଭବନ ହୋଟେଲ୍ ଚେନ୍ର ମାଲିକ ପି ରାଜଗୋପାଲ୍ ଆତ୍ମ ସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍କୋର୍ଟ। ଏଥିସହିତ ନିମ୍ନ ଅଦାଲତ ଦେଇଥିବା ଆଜୀବନ ଜେଲ୍ ଦଣ୍ଡାଦେଶକୁ କାଏମ୍ ରଖିଛନ୍ତି କୋର୍ଟ। ୨୦୦୧ ମସିହାରେ ତାଙ୍କ ହୋଟେଲ ଗ୍ରୁପ୍ରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କୁ ହତ୍ୟା ମାମଲାରେ ସେ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ।
୨୦୦୯ ମସିହାରେ ସୁପ୍ରିମ୍କୋର୍ଟ ତାଙ୍କୁ ଜାମିନ୍ ପ୍ରଦାନ କରିଥିଲେ କିନ୍ତୁ ଆଜି ତାଙ୍କୁ ଆସନ୍ତା ଜୁଲାଇ ୭ ତାରିଖ ସୁଦ୍ଧା ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସନତ୍ କୁମାର ନାମକ ଜଣେ କର୍ମଚାରୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ମାଡ୍ରାସ୍ ହାଇକୋର୍ଟ ଦେଇଥିବା ଆଜୀବନ ଜେଲ୍ଦଣ୍ଡାଦେଶ ବିରୋଧରେ ରାଜଗୋପାଲ ସୁପ୍ରିମ୍କୋର୍ଟର ଆମେଦନ କରିଥିଲେ। ତାଙ୍କ ନାମରେ ଆସିଥିବା ଅଭିଯୋଗ ଅନୁଯାୟୀ, ସନତ୍ଙ୍କ ସ୍ତ୍ରୀଙ୍କୁ ବିବାହ କରିବା ପାଇଁ ସେ ଏହି ହତ୍ୟା ଷଡ଼ଯନ୍ତ୍ର ରଚିଥିଲେ।
ସନତ୍ଙ୍କ ମୃତଦେହ ପେରୁମଲ ମଲାଇର କୋଡାଇକାନାଲ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା।
ତେବେ ଏହି ମାମଲାର ମୂଳ କାହାଣୀ ୧୯୯୦ରୁ ଆରମ୍ଭ। ୨ ଜଣ ପତ୍ନୀ ଥିଲେ ମଧ୍ୟ ରାଜଗୋପାଲ୍ ତାଙ୍କ ହୋଟେଲର ଚେନ୍ନାଇ ଶାଖାରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ଝିଅ ଜୀବଜ୍ୟୋତିଙ୍କୁ ବିବାହ କରିବାକୁ ମନ ବଳାଥିଲେ। କିନ୍ତୁ ଜୀବଜ୍ୟୋତି ଏହି ବିବାହକୁ ବିରୋଧ କରିଥିଲେ। ଏହି ଯୁବତୀ ପରେ ସନତ୍ କୁମାରଙ୍କୁ ବିବାହ କରିଥିଲେ। ରାଜଗୋପାଲ୍ ତଥାପି ହାର ମାନିନଥିଲେ। ସେ ଲଗାତାର ଏହି ବାହାଘର ବନ୍ଦ କରିବାକୁ ଧମକାଇ ଆସୁଥିଲେ ଏବଂ ବାହାଘର ପରେ ମଧ୍ୟ ଧମକାଇଥିଲେ।
ଏହି ଦମ୍ପତି ୨୦୦୧ ମସିହାରେ ଅଭିଯୋଗ ଆଣିଥିଲେ ଯେ ରାଜଗୋପାଲ୍ ସେମାନଙ୍କୁ ଧମକାଉଛନ୍ତି। ପୁଲିସ୍ରେ ଏହି ଅଭିଯୋଗ କରିବା ପରେ ସନତ୍ କୁମାରଙ୍କୁ ଅପହରଣ କରି ହତ୍ୟା କରାଯାଇଥିଲା। ରାଜଗୋପାଲ୍ଙ୍କ ମାଲିକାନାରେ ଥିବା ଏହି ହୋଟେଲ ଚେନ୍ର ୨୦ଟି ଦେଶରେ ରେଷ୍ଟୁରାଣ୍ଟ ଅଛି। କେବଳ ଭାରତରେ ଏହି ଚେନ୍ର ୨୫ଟି ରେଷ୍ଟୁରାଣ୍ଟ ଅଛି।
from Odisha Reporter https://ift.tt/2U3AwGJ
No comments:
Post a Comment