‘ରାହୁଲ ଗାନ୍ଧି ଜଣେ କୁହାଳିଆ ନେତା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 8, 2019

‘ରାହୁଲ ଗାନ୍ଧି ଜଣେ କୁହାଳିଆ ନେତା’

ଭୁବନେଶ୍ୱର (ଓଡ଼ିଶା ରିପୋଟର୍ଟର): ରାହୁଲ ଗାନ୍ଧି ଜଣେ କୁହାଳିଆ ନେତା। ଫମ୍ପା ମାଠିଆର ଶବ୍ଦ ବେଶୀ ବୋଲି କହି ଓଡ଼ିଶା ଗସ୍ତରେ ଆସିଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ରାହୁଲ ଗାନ୍ଧିଙ୍କ ପରିବାର ଚାରିପିଢ଼ି ପର୍ଯ୍ୟନ୍ତ ଦେଶକୁ ଶାସନ କରିବାର ସୌଭାଗ୍ୟ ପାଇଥିଲେ। କଂଗ୍ରେସ ଶାସିତ କେଉଁ ରାଜ୍ୟରେ ରାହୁଲ ଗାନ୍ଧି କଣ କରିଛନ୍ତି, ତାହାର ହିସାବ ଦିଅନ୍ତୁ। ଉତ୍ତରପ୍ରଦେଶର ଆମେଠୀ ଓ ରାଏବରେଲୀରେ ମହିଳାଙ୍କ ଅବସ୍ଥା କଣ ଅଛି ବୋଲି ପ୍ରଶ୍ନ କରିବା ସହ ଯିଏ କାମ କରେନାହିଁ, ସିଏ ସବୁବେଳେ ବଡ଼ ବଡ଼ କଥା କହେ ବୋଲି କହି ଶ୍ରୀ ପ୍ରଧାନ, ରାହୁଲ ଗାନ୍ଧିଙ୍କୁ କଟାକ୍ଷ କରିଛନ୍ତି।

ସୂଚନାରୁ ପ୍ରକାଶ, ରାହୁଲ ଗାନ୍ଧି ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିଲେ। ଜୟପୁରରେ ଆୟୋଜିତ ସଭାରେ ସେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ। ରାଫେଲ୍‌ ବିମାନ ଓ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କଥା ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଥିଲେ।



from Odisha Reporter https://ift.tt/2HmQrZt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages