ସପୁରୀ ଚିଙ୍ଗୁଡ଼ି ପଲାଉ ଆପଣ ଖାଇଛନ୍ତି କି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 30, 2019

ସପୁରୀ ଚିଙ୍ଗୁଡ଼ି ପଲାଉ ଆପଣ ଖାଇଛନ୍ତି କି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଲାଉ ତ ଆପଣ ବହୁତ ପ୍ରକାର ଖାଇଥିବେ। ବିଭିନ୍ନ ପ୍ରକାର ପରିବା ହେଉ ବା ବିଭିନ୍ନ ପ୍ରକାର ମସଲା ପକାଇ। ଏହା ସମସ୍ତଙ୍କୁ ପସନ୍ଦ ଆସିଥାଏ। କିନ୍ତୁ ଆପଣ ସପୁରୀ ଚିଙ୍ଗୁଡ଼ି ପଲାଉ କେବେ ଖାଇଛନ୍ତି କି? ତେବେ ଆଜି ପ୍ରସ୍ତୁତ କରି ଖାଆନ୍ତୁ ଏହି ସ୍ୱାଦିଷ୍ଟ ପଲାଉ।

ଆବଶ୍ୟକୀୟ ଉପକରଣ

ଚିଙ୍ଗୁଡ଼ି, ଜିରା, ଗାଜର, ହଳଦୀ ଗୁଣ୍ଡ, ଲବଙ୍ଗ, ଡାଲ୍‌ଚିନି, ବାଦାମ, ପିଆଜ, କ୍ୟାପ୍‌ସିକମ୍‌, ତେଲ, ଲୁଣ, ବାସୁମତୀ ଅରୁଆ ଚାଉଳ ଏବଂ ସପୁରୀ।

ପ୍ରସ୍ତୁତି ପ୍ରଣାଳି

ପ୍ରଥମେ ଗ୍ୟାସ୍‌ରେ କଡ଼େଇ ବସାଇ ସେଥିରେ ତେଲ ପକାଇ ଗରମ କରନ୍ତୁ। ତା ପରେ ସେଥିରେ ଜିରା, ଡାଲ୍‌ଚିନି ,ଏବଂ ଲବଙ୍ଗ ପକାନ୍ତୁ। ଏହା ପରେ ପିଆଜ ପକାଇ ଭଲ ଭାବେ ବ୍ରାଉନ୍ ହେଲା ଯାଏ ଭାଜନ୍ତୁ।  ପିଆଜ ଭାଜି ହୋଇଗଲା ପରେ କ୍ୟାପ୍‌ସିକମ୍‌, ଗାଜର, ବାଦାମ ପକାନ୍ତୁ। ସେଥିରେ ହଳଦୀ ଗୁଣ୍ଡ ଏବଂ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବେ ଭାଜି ଦିଅନ୍ତୁ।

ଏହା ପରେ ସେଥିରେ ଧୁଆ ହୋଇଥିବା ବାସୁମତୀ ଅରୁଆ ଚାଉଳକୁ ପକାଇ ଅଳ୍ପ ଭାଜିଦିଅନ୍ତୁ।  ସେଥିରେ ପାଣି ଦେଇ ଚାଉଳକୁ ସିଝିବା ପାଇଁ ଛାଡ଼ି ଦିଅନ୍ତୁ। ୧୦ରୁ ୧୫ ମିନିଟ୍‌ ଏହାକୁ ସିଝିବା ପାଇଁ ଛାଡ଼ି ଦିଅନ୍ତୁ।

ଏହା ପରେ ସେଥିରେ ଭଜା ହୋଇଥିବା ଚିଙ୍ଗୁଡ଼ି ପକାଇ ଭଲ ଭାବେ ଗୋଳାଇ କିଛି ସମୟ ପାଇଁ ଢାଙ୍କୁଣି ଦେଇ ଗୋଳାଇ ଦିଅନ୍ତୁ। ଅଳ୍ପ ସମୟ ପରେ ଢାଙ୍କୁଣି କାଢ଼ି ଛୋଟ ଛୋଟ କଟା ହୋଇଥିବା ସପୁରୀକୁ ସେଥିରେ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହା ପରେ ପୁଣି ଥରେ ଅଳ୍ପ ସମୟ ପାଇଁ ଘୋଡ଼ାଇ ଦିଅନ୍ତୁ।

କିଛି ସମୟ ପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ସପୁରୀ ଚିଙ୍ଗୁଡ଼ି ପଲାଉ। ଏବେ ଏହାକୁ ନିଜେ ଖାଇବା ସହ ଅନ୍ୟମାନଙ୍କୁ ପରସନ୍ତୁ।



from Odisha Reporter https://ift.tt/2HMZdkl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages