ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ମୋହନ ଜେନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 28, 2019

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ମୋହନ ଜେନା

mohan1

ଯାଜପୁର (ଗୁଲାମ ଗସ୍): ବିଜେଡି ଛାଡ଼ିଲେ ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନା। ସେ ତାଙ୍କ ଇସ୍ତଫା ପତ୍ର ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି।

ସେ ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ  କରିଛନ୍ତି ଯେ ବିଜେଡି ଏବେ ଏକ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀରେ ପରିଣତ ହୋଇଯାଇଛି। ଜଣେ ଆଇଏଏସ୍ ଅଫିସର ଓ ତାଙ୍କର ୪/୫ଜଣ ବୋଲକରା କ୍ଷମତାକୁ କରାୟତ କରିଛନ୍ତି। ଦଳକୁ ଏକ ଗୋପନୀୟ ଦଲିଲରେ ପରିଣତ କରାଯାଇଛି।

ମୋହନ ଜେନା ଆହୁରି ଲେଖିଛନ୍ତି ଯେ ଓଡ଼ିଶାର ପ୍ରାୟ ୪୦ ପ୍ରତିଶତ ଲୋକ ହେଉଛନ୍ତି ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତିର। ସେମାନଙ୍କ ଭୋଟ୍‌ରେ ନବୀନ ବାବୁ କ୍ଷମତାରେ ବସିଛନ୍ତି। କିନ୍ତୁ ରାଜ୍ୟରେ ଦଳିତ, ଆଦିବାସୀ ଛାତ୍ରୀ ଓ ନାରୀଙ୍କ ଉପରେ ନିର୍ଯାତନା ବଢ଼ିଛି। ଏଥିପାଇଁ ସେ ଦଳ ତ୍ୟାଗ କରୁଛନ୍ତି।

ସୂଚନାଯୋଗ୍ୟ, ମୋହନ ଜେନା ବିଜେଡି ଟିକେଟ୍‌ରେ ଦୁଇ ଥର ଯାଜପୁରରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୪ ଓ ୨୦୦୯ରେ ସେ ନିର୍ବାଚିତ ହୋଇ ଲୋକସଭାକୁ ଯାଇଥିଲେ। ତେବେ ୨୦୧୪ରେ ଦଳ ରୀତା ତରାଇଙ୍କୁ ଟିକେଟ୍ ଦେଇଥିଲା। ସେହିପରି ଦଳ ଏଥର ଶର୍ମିଷ୍ଠା ସେଠୀଙ୍କୁ ଟିକେଟ୍ ଦେଇଛି।



from Odisha Reporter https://ift.tt/2Ui2oq4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages