
ଢାକା: ବାଂଲାଦେଶର ୨୨ ମହଲା ଏଫଆର ଟାୱାରରେ ନିଆଁ ଲାଗିଯିବାରୁ ୨୫ ଜଣଙ୍କର ମୃତ୍ୟୁ ହୋଇଛି। ୭୦ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ରହିଛି। ସୂଚନାଯୋଗ୍ୟ ଏଫଆର ଟାୱାରର ୬ ମହଲାରେ ପ୍ରଥମେ ନିଆଁ ଲାଗିଥିଲା ଏହା ପରେ ସମସ୍ତ କୋଠା ଗୁଡ଼ିକୁ ନିଆଁ ବ୍ୟାପି ଯାଇଥିଲା। ନିଆଁକୁ ଆୟତ୍ତ କରିବା ପାଇଁ ପାଖାପାଖି ୨୧ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲେ। ନିଆଁ ଆୟତ୍ତ ହେବା ପରେ ୧୩ ମୃତ ଦେହକୁ ଉଦ୍ଧାର କରାଯାଇଥିଲା।
କୋଠାରେ ନିଆଁ ଲାଗିଯିବା ଫଳରେ ଉପସ୍ଥିତ ଲୋକେ ବାହାରିପାରିନଥିଲେ। ପରେ ଅନେକ ପ୍ରାଣ ବିକଳରେ କୋଠା ତଳକୁ ଡେଇଁ ପଡ଼ିଥିଲେ। ତେବେ ତଳକୁ କୁଦି ପଡ଼ିଥିବା ବ୍ୟକ୍ତିଙ୍କ ମଧ୍ୟରେ ଶ୍ରୀଲଙ୍କାର ନାଗରିକ ଥିବା ଜଣାପଡ଼ିଛି।
ଅନେକ ମଧ୍ୟ କୋଠାର ଉପର ମହଲାକୁ ଯାଇ ପାଖରେ ଥିବା ଅନ୍ୟ କୋଠାର ଛାତକୁ ପଳାଇବାରୁ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି। ବାଂଲାଦେଶ ସରକାର ଏହି ଅଗ୍ନିକାଣ୍ଡର ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ୪ ଜଣିଆ କମିଟି ଗଠନ ହୋଇଛି। ତେବେ ନିଆଁ କିଭଳି ଏଫଆର ଟାୱାରର ୬ ମହଲା କୋଠାରେ ଲାଗିଲା ତାହା ଅସ୍ପଷ୍ଟ ରହିଛି।
from Odisha Reporter https://ift.tt/2JN2wtJ
No comments:
Post a Comment