ଶ୍ରୀ ଜଗନ୍ନାଥ ମହାପ୍ରଭୁ କରନ୍ତି ମୃଗ ଶିକାର, କେମିତି ପଢନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 7, 2019

ଶ୍ରୀ ଜଗନ୍ନାଥ ମହାପ୍ରଭୁ କରନ୍ତି ମୃଗ ଶିକାର, କେମିତି ପଢନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବେଣ୍ଟ, ହୁଏତ ଆମ ସମ୍ପ୍ରତିକ ଚଳଣୀରେ ଏବେ ଏହି ଶବ୍ଦର ବ୍ୟବହାର ପୂର୍ବଭଳି ହେଉନାହିଁ। କିନ୍ତୁ ଏହାର ଆଭିଧାନିକ ଅର୍ଥ ହେଉଛି ଶିକାର କରିବା। ଏ ଶବ୍ଦଟି କହିବାର ମୂଳ ଉଦ୍ଦେଶ୍ୟ ଶ୍ରୀ ମନ୍ଦିରରେ ପାଳିତ ହେଉଥିବା ଏକ ଉତ୍ସବ। ଯାବତୀୟ ମାନବୀୟ ଲୀଳା ଭଳି ମହାପ୍ରଭୁ ଶ୍ରୀ ଜଗନ୍ନାଥ ବସନ୍ତ ଋତୁରେ ଅବସର ବିନୋଦନ ପାଇଁ ପ୍ରକୃତିକୁ ଉପଭୋଗ କରନ୍ତି।

ପୂର୍ବଦିନେ କ୍ଷତ୍ରୀୟମାନେ ଏହି ସମୟରେ ଜଙ୍ଗଲକୁ ବେଣ୍ଟ ବା ଶିକାର ଉଦ୍ଦେଶ୍ୟରେ ଯାଉଥିଲେ। ଯାହାକୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଖରେ ପ୍ରତୀକାତ୍ମକ ଭାବେ ନୀତି କରାଯାଏ। ଆଜି ଏହି ନୀତି ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି।

ହୁଏତ ଏ ସମ୍ପର୍କରେ ଖୁବ୍‌ କମ୍‌ ଲୋକେ ଜାଣିଥିବେ ଯେ, ମହାପ୍ରଭୁ ଶ୍ରୀ ଜଗନ୍ନାଥ ବର୍ଷକରେ ୭ଥର ବେଣ୍ଟ କରିବାକୁ ବାହାର ବିଜେ କରନ୍ତି। ଏହି ନୀତି ପାଇଁ ମହାପ୍ରଭୁଙ୍କ ଚଳନ୍ତି ବିଗ୍ରହ ଶ୍ରୀ ଦୋଳଗୋବିନ୍ଦ ଓ ଶ୍ରୀ ରାମ ବିଗ୍ରହଙ୍କୁ ବାହାର ବିଜେରେ ଅଣା ଯାଇଥାଏ।

ଏହା ଏକ ରାଜନୀୟ ନୀତି। ମହାପ୍ରଭୁ ରାମାବତାରରେ କ୍ଷତ୍ରୀୟ ସୂର୍ଯ୍ୟବଂଶରେ ଜନ୍ମ ଗ୍ରହଣ କରିଥିଲେ। ଏଣୁ ଏହାର ସ୍ମୃତୀ ସ୍ୱରୂପ ପ୍ରତିବର୍ଷ ବସନ୍ତ ପଞ୍ଚମୀ, ଶିବରାତ୍ରି ବାସୀ, ଫାଲଗୁନ ଶୁକ୍ଳ ପକ୍ଷର ୩ଥର, ଚୈତ୍ର ପ୍ରତିପଦ ଓ ଚୈତ୍ର ନବମୀ(ରାମ ନବମୀ)ରେ ବେଣ୍ଟ ନୀତି ପାଳିତ ହୋଇଥାଏ।

କେମିତି ହୁଏ ନୀତି

ଶ୍ରୀମନ୍ଦିର ଦକ୍ଷିଣ ଘରେ ପୂଜା ପାଉଥିବା ଶ୍ରୀରାମ ବିଗ୍ରହ(୨ ଥର ରାମ ଅନ୍ୟ ଦିନରେ ଦୋଳଗୋବିନ୍ଦ)ଙ୍କୁ ମହାପ୍ରଭୁ ଆଜ୍ଞାମାଳ ଦେବା ପରେ ତାଙ୍କୁ ଜଗନ୍ନାଥ ବଲ୍ଲଭ ମଠ ମଧ୍ୟରେ ଥିବା ବେଣ୍ଟ ପଖରୀକୁ ଅଣାଯାଏ। ମହାପ୍ରଭୁଙ୍କ ନିମିତ୍ତ ଏଠାରେ ନାସି ଲଗା ୬ଟି ପଇଡ଼ ପୋଖରୀ କୂଳରେ ସଜ୍ଜିତ କରି ରଖା ଯାଇଥାଏ। ଏଗୁଡିକ ମୃଗମାନଙ୍କ ପ୍ରତିକ ବିଗ୍ରହ ବୋଲି ଗ୍ରହଣ କରାଯାଇଛି। ମହାପ୍ରଭୁଙ୍କ ବିଗ୍ରହ ପୋଖରୀ କୂଳକୁ ଆସିଲେ ଏଠାରେ ବନ୍ଦାପନଦା ହୁଏ। ଭିତରଚ୍ଛ ସେବକ ତୀର ଓ ଧନୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ସ୍ପର୍ଶ କରି ଲକ୍ଷ ବିନ୍ଧିଥାନ୍ତି। ୫ଟି ପଇଡ଼କୁ ତୀର ନିକ୍ଷେପ କରାଯାଉଥିବା ବେଳେ ଗୋଟିଏ ପଇଡ ଅକ୍ଷତ ଅବସ୍ଥାରେ ମହାପ୍ରଭୁଙ୍କ ଲାଗି ହୁଏ।

 



from Odisha Reporter https://ift.tt/2VIiXss

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages