‘ଜଙ୍ଗଲ ଜମିରୁ ଉଚ୍ଛେଦ ପାଇଁ ସୁପ୍ରିମକୋର୍ଟଙ୍କ ରାୟକୁ ରଦ୍ଦ କର’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 7, 2019

‘ଜଙ୍ଗଲ ଜମିରୁ ଉଚ୍ଛେଦ ପାଇଁ ସୁପ୍ରିମକୋର୍ଟଙ୍କ ରାୟକୁ ରଦ୍ଦ କର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଦିବାସୀ ଓ ପାରମ୍ପରିକ ଜଙ୍ଗଲବାସୀମାନଙ୍କୁ ଜଙ୍ଗଲ ଜମିରୁ ଉଚ୍ଛେଦ ପାଇଁ ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଛନ୍ତି ତାକୁ ସମ୍ପୂର୍ଣ୍ଣ ରଦ୍ଦ କରିବାକୁ ବିଭିନ୍ନ ଆଦିବାସୀ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି। ଆଦିବାସୀଙ୍କୁ ଜଙ୍ଗଲ ଜମିରୁ ଉଚ୍ଛେଦ ପାଇଁ ସୁପ୍ରିମକୋର୍ଟ ଦେଇଥିବା ରାୟ ବିରୋଧରେ ଆଜି ଶତାଧିକ ଆଦିବାସୀ ଚନ୍ଦକାଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ରାଜଭବନ ପର୍ଯ୍ୟନ୍ତ ଯାଇଥିଲେ। ପରେ ବରିଷ୍ଠ ସିପିଏମ ନେତା ଜନାର୍ଦ୍ଦନ ପତିଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ।

ଏଥିରେ ସିପିଏମ୍‌, ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚ, ଓଡ଼ିଶା ଦଳିତ ଶୋଷଣ ମୁକ୍ତି ମଞ୍ଚ, ଓଡ଼ିଶା କୃଷକ ସଭା ଓ ଓଡ଼ିଶା କ୍ଷେତ ମଜଦୂର ୟୁନିୟନର କର୍ମକର୍ତ୍ତାମାନେ ସାମିଲ୍‌ ହୋଇଥିଲେ।

ସିପିଏମ ନେତା ଜନାର୍ଦ୍ଦନ ପତି, କୃଷକ ନେତା ଜଗନ୍ନାଥ ମିଶ୍ର, ସୁରେଶ ପାଣିଗ୍ରାହୀ, ଆଦିବାସୀ ନେତା ସାଲ ମାର୍ଣ୍ଡି, ଚାଂବୁରୁ ସୋରେନ, ଜାଂଡୁକା ପୂର୍ତ୍ତି, ଦଳିତ ନେତା ସୁକାନ୍ତ ସେଠୀ, ଜୟ ପ୍ରକାଶ ଭଞ୍ଜଦେଓ ପ୍ରମୁଖ ଆଦିବାସୀଙ୍କ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ।



from Odisha Reporter https://ift.tt/2EWQWYF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages