ଭୁଲ୍‌ରେ କଙ୍ଗାରୁ ମେଳରେ ପଡ଼ିଗଲେ, ଆଉ ତା ପରେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 13, 2019

ଭୁଲ୍‌ରେ କଙ୍ଗାରୁ ମେଳରେ ପଡ଼ିଗଲେ, ଆଉ ତା ପରେ…

ଅଷ୍ଟ୍ରେଲିଆ: ସାଉଥ ଅଷ୍ଟ୍ରେଲିଆର ଏକ ନ୍ୟାସନାଲ ପାର୍କରେ ଘଟିଥିବା ଘଟଣାର ଭିଡ଼ିଓ ଏବେ ସୋଶାଲ ମିଡ଼ିଆରେ ଘୁରି ବୁଲୁଛି। ପାରାଚ୍ୟୁଟ୍‌ରେ ଆସି ଉକ୍ତ ପାର୍କରେ ଖସିଥିବା  ଜଣେ ବ୍ୟକ୍ତିଙ୍କୁ ଏକ କଙ୍ଗାରୁ ଆକ୍ରୋଶର ଶିକାର ହେବାକୁ ପଡିଛି। କଙ୍ଗାରୁଟି ତାଙ୍କୁ ଏକ ଶକ୍ତ ଚାପୁଡ଼ା ମାରି କ୍ଷିପ୍ର ବେଗରେ ଦୌଡି ପଳାଉଛି। ଏହି ଭିଡ଼ିଓକୁ ୪ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଦେଖିଛନ୍ତି ଓ  ହଜାରେରୁ ଅଧିକ କମେଣ୍ଟ ମିଳିଛି। ପାରାଚ୍ୟୁଟ୍‌ରେ ଲାଗିଥିବା କ୍ୟାମେରାରେ ଏହି ଦୃଶ୍ୟ କଏଦ ହୋଇଥିଲା।

ସାଉଥ ଅଷ୍ଟ୍ରେଲିଆରେ ଥିବା ଏହି ନ୍ୟାସନାଲ ପାର୍କରେ ବହୁ ସଂଖ୍ୟକ କଙ୍ଗାରୁ ଅଛନ୍ତି। ସେମାନଙ୍କ ମଧ୍ୟରୁ ଗୋଟିଏ କଙ୍ଗାରୁ ଉକ୍ତ ବ୍ୟକ୍ତିଙ୍କୁ  ଦେଖି ପ୍ରତିକ୍ରିୟାଶୀଳ ହୋଇ ଆକ୍ରମଣ କରିଥିଲା। ହେଲେ ସେଠାରେ ଉପସ୍ଥିତ ଅନ୍ୟ କଙ୍ଗାରୁମାନେ ପାରାଚ୍ୟୁଟ୍‌ ଦେଖି ଖୁସି ହୋଇଗଲେ।  ସେମାନେ ଉକ୍ତ  ଲୋକଙ୍କ ପାଖକୁ ଆସି ଖେଳିବାକୁ ଲାଗିଲେ।  ଏହି ଭିଡ଼ିଓ ସୋଶାଲ ମିଡ଼ିଆରେ ସେୟାର କରାଯିବା ପରେ ୟୁଜରମାନେ ଅଧିକ ଲାଇକ୍‌ କରୁଛନ୍ତି।

ସୌଜନ୍ୟ- ୟୁଟ୍ୟୁବ୍‌



from Odisha Reporter https://ift.tt/2VWPCu6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages